ବିପଦସଙ୍କୁଳ ଅବସ୍ଥାରେ ଶିଶୁ ଉଦ୍ୟାନ

ସାଲେପୁର,୧୭।୫(ଅରବିନ୍ଦ ଭୂୟାଁ): ସାଲେପୁରର ଏକମାତ୍ର ଶିଶୁ ଉଦ୍ୟାନ ଏବେ ବିପଦସଙ୍କୁଳ ହୋଇପଡ଼ିବା ସହ ଜରାଜୀର୍ଣ୍ଣ ହୋଇଯାଇଛି। ଏହି ଉଦ୍ୟାନ ଭିତରେ ନିୟମିତ ଛୋଟ ପିଲାମାନେ ଖେଳକୁଦ କରିବା ସହ ବ୍ୟାୟାମ କରିଥାନ୍ତି। କିନ୍ତୁ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ଏକମାତ୍ର ଶିଶୁ ଉଦ୍ୟାନ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଏଠାରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟ ଉପୁଡି ଏକ ଫଳକ ଉପରେ ଲଦି ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ପିଲାମାନେ ଖେଳୁଥିବାବେଳେ କୌଣସି କାରଣରୁ ଏହା ଖସି ପଡ଼ିଲେ କିମ୍ବା ବିଦ୍ୟୁତ୍‌ ତାର ସଂର୍ଶରେ ଆସିଲେ ଅଘଟଣ ଘଟିବାର ଆଶଙ୍କା ରହିଛି। ଏହାଛଡ଼ା ଶିଶୁ ଉଦ୍ୟାନଟିର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଘାସ ଉଠି ଜଙ୍ଗଲ ସଦୃଶ ପ୍ରତିୟମାନ ହେଉଛି। ଏଠାରେ ବହୁ ବିଷଧର ସରୀସୃପ ବସବାସ କରୁଥିବା ନେଇ ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି। ସାଲେପୁର ଅଞ୍ଚଳର ଏହା ଏକମାତ୍ର ଶିଶୁ ଉଦ୍ୟାନ ହୋଇଥିବାରୁ ଚନ୍ଦ୍ରାଦେଇପୁର, ଲୁଣାହାର, ମାଛୁଆତି, ରୋଧପୁର, ବଟେଶ୍ୱର, କୋଲଣପୁର ସମେତ ଆଖପାଖ ଅଞ୍ଚଳର ବହୁ ଛୋଟପିଲାମାନେ ଅଭିଭାବକଙ୍କ ସହ ଏଠାକୁ ଖେଳକୁଦ କରିବାକୁ ଆସିଥାନ୍ତି। ନିୟମିତ ଏହି ଶିଶୁ ଉଦ୍ୟାନକୁ ଆଖପାଖ ଅଞ୍ଚଳ ଦେଇ ବହୁ ପିଲା ମଧ୍ୟ ଯାତାୟାତ କରିଥାନ୍ତି। ଏହାସତ୍ତ୍ୱେ ଏହାର ପୁନରୁଦ୍ଧାର ଲାଗି କେଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ,ଏହି ଉଦ୍ୟାନକୁ ତତ୍କାଳୀନ ବିଧାୟକ ପ୍ରକାଶ ବେହେରା ବିଧାୟକ ହାତପାଣ୍ଠିରୁ ନିର୍ମାଣ କରିଥିଲେ। ମାତ୍ର ରକ୍ଷାଣାବେକ୍ଷଣ ଅଭାବରୁ ଏହି ଉଦ୍ୟାନଟି ଅବସ୍ଥା ଏବେ ଶୋଚନୀୟ ହୋଇଯାଇଛି। ଅପରପକ୍ଷେ ଏଠାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଷ୍ଟିଟଲାଇଣ୍ଟ ଖୁଣ୍ଟକୁ ସଳଖ କରା ନ ଗଲେ ସାମନ୍ୟ ବର୍ଷାରେ ଏହା ତଳେ ପଡ଼ି କ୍ଷତି ଘଟିବାର ଆଶଙ୍କା ରହିଛି। ଏନେଇ ତୁରନ୍ତ ଖୁଣ୍ଟ ମରାମତି ସହ ଉଦ୍ୟାନକୁ ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଏସମ୍ପର୍କରେ ସାଲେପୁର ବିଡିଓଙ୍କୁ ପଚାରିବାରେ ଷ୍ଟିଟ ଲାଇଟ୍‌ ଖୁଣ୍ଟକୁ ମରାମତି କରିବା ପାଇଁ ବ୍ୟବସ୍ଥା କରାଯିବା ସହ ଶିଶୁଉଦ୍ୟାନକୁ ସରସସୁନ୍ଦର କରିବାକୁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

ଦେଶୀ ମଦରେ ଅପମିଶ୍ରଣ ଅଭିଯୋଗ:ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଭଞ୍ଜନଗର, ୭।୮ (ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ବିଭିନ୍ନ ଦେଶୀ ମଦ ଭାଟିରେ ଅପମିଶ୍ରିତ ଓ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ)…

ରାସ୍ତାକଡ଼ରେ ଗର୍ଜନ କରୁଥିଲା ୧୨ ଫୁଟ ଲମ୍ବର ଅହିରାଜ, ଯୁବକ ଦେଖିବା ପରେ…

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୩ ନଂ ଓ୍ବାର୍ଡ ପିଏଚ୍‌ଡି ରୋଡ୍‌ କେନାଲ କଡ଼ ମୋବାଇଲ ଟାଓ୍ବାର ନିକଟରୁ୍‌ ପ୍ରାୟ ୧୨ ଫୁଟ…

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ-ଅଙ୍ଗନବାଡି କେନ୍ଦ୍ର: ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ବିଦ୍ୟାଳୟ…

ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଫାଇବର ବୋଝେଇ ପିକ୍‌ଅପ୍‌

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ଭୀମଦଲି ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଛି ପିକ୍‌ଅପ୍‌। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ…

ଗଞ୍ଜାମ ମହାବିଦ୍ୟାଳୟ ୫୮ ତମ ସ୍ବର୍ଣ୍ଣକ୍ଷେତ୍ର ସମାରୋହ: ନୂତନ ସମିଳନୀ କକ୍ଷ ଶୁଭାରମ୍ଭ କଲେ ବିଧାୟକ, ୮ ଛାତ୍ରୀଛାତ୍ରଙ୍କୁ…

ଗଞ୍ଜାମ, ୭।୮(ବିଦ୍ୟାଧର ସାହୁ ): ଗଞ୍ଜାମ କଲେଜକୁ ପୂରିଛି ୫୮ ବର୍ଷ । ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri