କିମ୍‌ଙ୍କ କ୍ଷେପଣାସ୍ତ୍ର ପରୀକ୍ଷଣ ନିଶା: ୧୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବିକିରଣ ପ୍ରଭାବ ଆଶଙ୍କା…

ବେଜିଂ/ଟୋକିଓ/ପ୍ୟୋଙ୍ଗାୟାଙ୍ଗ,୨୧।୨ : ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁଁ ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଚାଇନା ଏବଂ ଜାପାନର ଲକ୍ଷ ଲକ୍ଷ ଲୋକ ବିକିରଣ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ସିଓଲ ସ୍ଥିତ ମାନବ ଅଧିକାର ସଂଗଠନ ମଙ୍ଗଳବାର ଏକ ରିପୋର୍ଟ ପ୍ରକାଶ କରି ଏହି ସୂଚନା ସାର୍ବଜନୀନ କରିଛି।

ରିପୋର୍ଟରେ କୁହାଯାଇଛି ଯେ ଆଣବିକ ପରୀକ୍ଷଣ ଯୋଗୁ ଭୂମି ଭିତରେ ଥିବା ପାନୀୟ ଜଳରେ ବିକିରଣର ମାତ୍ରା ବହୁଗୁଣିତ ହୋଇଛି। ୨୦୦୬ ଏବଂ ୨୦୧୭ ମଧ୍ୟରେ ଆମେରିକା ଏବଂ ଦକ୍ଷିଣ କୋରିଆ ସରକାରଙ୍କ ଅନୁଯାୟୀ ଉତ୍ତର କୋରିଆ ଉତ୍ତର ହାମୟୋଙ୍ଗ ପ୍ରଦେଶର ପର୍ବତରେ ୬ ଥର ପରମାଣୁ ପରୀକ୍ଷଣ କରିଥିଲା।

ବର୍ତ୍ତମାନ ଟ୍ରାନ୍ସସିଶନାଲ ଜଷ୍ଟିସ ୱାର୍କିଂ ଗ୍ରୁପ ଏହାର ଅଧ୍ୟୟନରେ ଦାବି କରିଛି ଯେ ଏହି ବିକିରଣ ହାମୟୋଙ୍ଗ ପ୍ରଦେଶର ଆଠଟି ସହରକୁ ବ୍ୟାପିପାରେ। ଏହି କାରଣରୁ ଉତ୍ତର କୋରିଆର ପ୍ରାୟ ଏକ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି। ଏହି ବିକିରଣ ପାନୀୟ ଜଳ, ଚାଷ ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ବିକିରଣର ପ୍ରଭାବ ଦକ୍ଷିଣ କୋରିଆ, ଚାଇନା, ଜାପାନର ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ।

ମାନବ ଅଧିକାର ସଂଗଠନ ଯାହା ଏହି ରିପୋର୍ଟ ସହିତ ଅନେକ ଆଣବିକ ଏବଂ ଚିକିତ୍ସା ବିଶେଷଜ୍ଞ ଜଡିତ। ଗୁପ୍ତଚର ଇନପୁଟ ଏବଂ ସର୍ବସାଧାରଣରେ ଉପଲବ୍ଧ ସୂଚନା ଆଧାରରେ ଏହି ସଂସ୍ଥା ଏହାର ରିପୋର୍ଟ ପ୍ରସ୍ତୁତ କରିଥାଏ। ଏହି ସଂଗଠନ ଆମେରିକାର କଂଗ୍ରେସର ଏକ ଅଣ-ଲାଭ ନିଗମ ନ୍ୟାଶନାଲ ଏଣ୍ଡୋମେଣ୍ଟ ଫର ଡେମୋକ୍ରାସି ଦ୍ୱାରା ପରିଚାଳିତ।
ବିଶେଷଜ୍ଞମାନେ କହିଛନ୍ତି ଯେ ବିକିରଣ ହେତୁ ଲୋକମାନେ କର୍କଟ ଭଳି ଅନେକ ସସ୍ୟାର ଶିକାର ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୂପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୂପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri