ଆମେରିକା ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ କିମ୍‌-ଜୋଙ୍ଗ୍‌-ଉନ୍‌, ଟ୍ରମ୍ପଙ୍କ ପାଇଁ ବିପଦ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୯ା୧୦: କରୋନା ମହାମାରୀ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୦ ଅକ୍ଟୋବରରେ ଶାସକ ଦଳର ୭୫ ତମ ପ୍ରତିଷ୍ଠା ଦିବସରେ କିମ୍‌ ଜୋଙ୍ଗ୍‌ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିବେ। ଏଥରକ ଅଧିକ ଶକ୍ତିଶାଳୀ ଏବଂ ବହୁତ ଦୂର ପଯର୍ର୍‌ୟନ୍ତ ଯାଇ ପାରୁଥିବା କ୍ଷେପଣାସ୍ତ୍ର ପ୍ରୟୋଗ କରିବ ଉତ୍ତରକୋରିଆ। ଆମେରିକା ନିର୍ବାଚନର ଠିକ୍‌ ପୂର୍ବରୁ କିମ୍‌ଙ୍କ ଏହି ଶକ୍ତି ପ୍ରଦର୍ଶନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିବ।
ପରିମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ନେଇ ଆମେରିକା ଏବଂ ଉତ୍ତରକୋରିଆ ମଧ୍ୟରେ ପ୍ରଥମରୁ ବିବାଦ ଚାଲିଛି। ଏହି କାରଣରୁ ଆମେରିକା ଉତ୍ତରକୋରିଆ ପ୍ରତି କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛି। ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ କିମ୍‌ ଜୋଙ୍ଗ୍‌ ନିଜ ଦେଶରେ ଆହୁରି ଶକ୍ତିଶାଳୀ ହୋଇଉଠିଛନ୍ତି। କିମ୍‌ ଜୋଙ୍ଗ୍‌ ନିଜ ମିଶନକୁ ପୂରା କରିବା ପାଇଁ ସମସ୍ତ କଳ ବଳ କୌଶଳ ପ୍ରୟୋଗ କରୁଛନ୍ତି। ଉତ୍ତରକୋରିଆ ଆଉ ଏକ ନୂଆ ପରିମାଣୁ ଅସ୍ତ୍ର ତିଆରି କରିଛି। ଚଳିତ ବର୍ଷ ଆରମ୍ଭରୁ ନୂତନ କ୍ଷେପଣାସ୍ତ୍ର ତିଆରି କରିବାରେ ଲାଗିପଡ଼ିଛି ଏହି ଦେଶ।
୧୦ ଅକ୍ଟୋବରରେ ଉତ୍ତରକୋରିଆରେ ଓ୍ବାର୍କର୍ସ ପାର୍ଟିର ୭୫ ତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ପରେଡ୍‌ରେ ସର୍ବସାଧାରଣରେ ପ୍ରଦର୍ଶନ କରାଯିବ। ୨୦୧୭ରେ ପ୍ରଦର୍ଶିତ କ୍ଷେପଣାସ୍ତ୍ର ଠାରୁ ଏହା ଆହୁରି ଅଧିକ ଶକ୍ତିଶାଳୀ।


Enter your email to get our daily news in your inbox.

All Right Reserved By Dharitri.Com

ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ...

କରୋନା ମହାମାରୀରେ ବି ଭାରତରେ ଶିଶୁ ଜନ୍ମ ହାର ରହିବ ସର୍ବାଧିକ: ଜନ୍ମନେବେ ୨ କୋଟିରୁ ଅଧିକ ଶିଶୁ

ଜେନେଭା/ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। କରୋନା ମହାମାରୀ ସମୟରେ...

ଭାରତରୁ ଗହମ ନେବ ନାହିଁ ୟୁଏଇ

ଦୁବାଇ,୧୫।୬: ୟୁନାଇଟେଡ ଆରବ ଏମିରେଟସ(ୟୁଏଇ) ଭାରତରୁ ଗହମ ଓ ଅଟାର ରପ୍ତାନୀ ଉପରେ ୪ ମାସ ପାଇଁ ରୋକ ଲଗାଇଛି। ୟୁଏଇର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି...

ଏଡ୍‌ସ ଚିକିତ୍ସା ଖୋଜିବାର ପରିଣାମ କରୋନା ଭାଇରସ !

ପ୍ୟାରିସ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଏହାର ଚିକିତ୍ସା ପାଇଁ ଏବେ ସବୁ ବିକାଶଶୀଳ ଦେଶରେ ଚାଲିଛି...

ଲାମ୍ବ୍‌ଡା ଭାରିଆଣ୍ଟ୍‌ ଡେଲ୍ଟାଠାରୁ ଅଧିକ ଭୟଙ୍କର, ଚେତାବନୀ ଦେଲା ମାଲେସିଆ …

କୁଆଲାଲ୍‌ମ୍ପୁର,୭।୭: ପେରୁରେ ଦେଖାଦେଇଥିବା ଲାମ୍ବ୍‌ଡା ଭାରିଆଣ୍ଟ୍‌ ଡେଲ୍ଟାଠାରୁ ଅଧିକ ଭୟଙ୍କର। ଏନେଇ ମାଲେସିଆ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି। ଇତିମଧ୍ୟରେ ବ୍ରିଟେନରେ ୬...

ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ...

ଆଫଗାନୀସ୍ତାନ ବାୟୁସେନାର ଏୟାର ଷ୍ଟ୍ରାଇକ୍‌: ୨୩ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୨୧।୯: ଆଫଗାନୀସ୍ତାନ ବାୟୁସେନା ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୨୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କାନ୍ଧାହାର, ଘଜନୀ, ବାଦଘିସ୍‌...

କରୋନା ଯୋଗୁ ଭାଙ୍ଗିଯିବ ବିଶ୍ୱର ଆର୍ଥିକ ମେରୁଦଣ୍ଡ: ଜାତିସଂଘ

ଓ୍ବାଶିଂଟନ,୩୧।୩: କରୋନା ସଂକ୍ରମଣ ଏବେ ସାରା ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏବେ ସାରା ବିଶ୍ୱ କରୋନାକୁ ନେଇ ଏକ ପ୍ରକାର ଠପ୍‌ ହୋଇ...

Advertisement
Archives

Model This Week