ଏହି ଡର ଯୋଗୁ ନିଜ ଟଏଲେଟ୍‌ ସିଟ୍‌ ସାଙ୍ଗରେ ନେଇ ଯାତ୍ରା କରିଥାନ୍ତି ନାନାଶାହ କିମ୍‌ ଜଙ୍ଗ ଉନ୍‌, ଜାଣିଲେ ଚକିତ ହେବେ…

ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ରୁଷିଆ ଗସ୍ତରେ ପହଞ୍ଚିଛନ୍ତି। ନିଜର ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଦୀର୍ଘଦିନର ଯାତ୍ରା କରି ସେ ମସ୍କୋ ପହଞ୍ଚିଥିଲେ। ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ସେ ଭେଟିଛନ୍ତି।

ତେବେ ନାନାଶାହା କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ବିଷୟରେ ଅନେକ ଅଜବଗଜବ କଥା ଶୁଣିବାକୁ ମିଳେ। କୁହାଯାଏ ସେ ନିଜ ଜୀବନକୁ ରହସ୍ୟ କରି ରଖିବାକୁ ଚାହାନ୍ତି। ସେ କୌଣସି ସ୍ଥାନକୁ ଯାତ୍ରା ସମୟରେ ନିଜର ପ୍ରାଇଭେଟ୍‌ ଟଏଲେଟ୍‌ ସିଟ୍‌ ସାଙ୍ଗରେ ନେଇ ଯାଇଥାନ୍ତି। ଏହା ପଛରେ ମଧ୍ୟ କାରଣ ରହିଛି।

କିମ୍‌ ଜଙ୍ଗ୍‌ ଉନ୍‌ ନିଜର ଡିଏନ୍‌ଏ କୌଣସି ସ୍ଥାନରେ ଛାଡ଼ି ଆସିବାକୁ ଚାହାନ୍ତି ନାହିଁ। କାରଣ ଏଥିରୁ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଯେକେହି ଜାଣିପାରିବ ବୋଲି ସେ ଆଶଙ୍କା କରିଥାନ୍ତି। ସେ କେଉଁ ଔଷଧ ଖାଉଛନ୍ତି ଏବଂ ତାଙ୍କୁ କେଉଁ ରୋଗ ହୋଇଛି ତାହା ଜଣାପଡ଼ିଯିବା ଭୟରେ ସେ ଏଭଳି କରିଥାନ୍ତି।

କେବଳ ଏତିକି ନୁହେଁ କିମ୍‌ ଜଙ୍ଗ୍‌ ଉନ୍‌ ନିଜ କାର୍‌ରେ ମଧ୍ୟ ଟଏଲେଟ୍‌ ସିଟ୍‌ ନେଇ ଯାଇଥାନ୍ତି। ଏହାଛଡ଼ା ଗାଡ଼ିରେ ଅନ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥାଏ। ସେ ପାଶ୍ଚାତ୍ୟ ସଭ୍ୟତାକୁ ବିରୋଧ କରି ଚଉଡ଼ା ପ୍ୟାଣ୍ଟ ପିନ୍ଧିଥାନ୍ତି। ଏହାକୁ ମାଓ ସୁଟ୍‌ ବୋଲି କୁହାଯାଏ।

କିମ୍‌ ନିଜ ସହ ରଖିଥିବା ସୁରକ୍ଷାକର୍ମୀ ଉଚ୍ଚତା ବିଶିଷ୍ଟ ହୋଇଥାନ୍ତୁ ବୋଲି ଚାହାନ୍ତି ନାହିଁ। ଏଣୁ ସେମାନେ ତାଙ୍କ ଉଚ୍ଚତା ସହ ସମାନ ହୋଇଥାନ୍ତି। ଏଭଳି କରିବା ଦ୍ୱାରା ତାଙ୍କୁ ଦେଖି କେହି ହୀନ ଭାବନା ମନରେ ଆଣିପାରିବେ ନାହିଁ ବୋଲି ସେ ଭାବିଥାନ୍ତି।

କିମ୍‌ ଜଙ୍ଗ୍‌ ଉନ୍‌ ଟ୍ରେନ୍‌ରୁ ଓହ୍ଲାଇବା ସମୟରେ କୋଚର ହ୍ୟାଣ୍ଡଲ ଏବଂ ଝରକାକୁ ସଫା କରାଯାଏ, ଯାହାଫଳରେ ତାଙ୍କ ହାତ ଅସନା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri