Advertisement

୨୦ ବର୍ଷରେ ୧୭୬ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୧ : ଚଳିତ ବର୍ଷ ଉତ୍ତର କୋରିଆ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଆକ୍ସନ ମୋଡରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରୁ କ୍ଷେପଣାସ୍ତ୍ର ପରୀକ୍ଷା ଆରମ୍ଭ କରିଥିଲେ ଏବଂ ପ୍ରାୟ ପ୍ରତି ମାସରେ ପରୀକ୍ଷଣ ଜାରି ରହିଥିଲା।

ଏହାପୂର୍ବରୁ କିମ୍‌ଙ୍କ ନିର୍ଦ୍ଦେଶରେ ଉତ୍ତର କୋରିଆ ଆଇସିବିଏମ ପରୀକ୍ଷା ସମେତ ୨୦୧୭ ମସିହାରେ ସର୍ବାଧିକ ୧୬ ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଉଲ୍ଲେଖନୀୟ କଥା ହେଉଛି, ତାଙ୍କ ପିତା ତଥା ଦେଶର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲଙ୍କ ମୃତ୍ୟୁ ପରେ ଡିସେମ୍ବର ୨୦୧୧ ରେ କିମ୍‌ କ୍ଷମତାକୁ ଆସିଥିଲେ। ଏହା ପରେ କିମ ଜୋଙ୍ଗ ଉନ ମଧ୍ୟ ତାଙ୍କର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଧ୍ୟାନ ଦେଇଥିଲେ। ଶକ୍ତି ହାସଲ କରିବା ପରେ ଉତ୍ତର କୋରିଆ କିମଙ୍କ ନିର୍ଦ୍ଦେଶରେ ୨୦୦୨ଠାରୁ ଗତ ୨୦ ବର୍ଷ ମଧ୍ୟରେ ପରୀକ୍ଷଣ ନାମରେ ୧୭୬ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛନ୍ତିି।

ଚଳିତ ବର୍ଷ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ସେ ମୋଟ ୨୮ ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହି ୨୮ ଥରରେ ସେ ଏପର୍ଯ୍ୟନ୍ତ ୭୧ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛନ୍ତି। ମଙ୍ଗଳବାର ଉତ୍ତର କୋରିଆ ଏକାସାଙ୍ଗରେ ୨୩ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ୨୦୦୨ଠାରୁ ଉତ୍ତର କୋରିଆ ମୋଟ ୯୦ ଥର କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସମୟ ମଧ୍ୟରେ ଉତ୍ତର କୋରିଆ ସମୁଦାୟ ୧୭୬ ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ସେଥିମଧ୍ୟରୁ ଅଳ୍ପ କିଛି ବିଫଳ ହୋଇଥିଲା। ୪ ଜୁଲାଇ ୨୦୧୭ ରେ ଉତ୍ତର କୋରିଆ ଏହାର ହାସାଙ୍ଗ ୧୪ ଆଇସିବିଏମ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ କରିଥିଲା। ଏହା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପରୀକ୍ଷା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲୋରି ଲାଫଲିନ୍‌ଙ୍କୁ ୨ ମାସ ଜେଲ୍‌

ଡୁବ୍‌ଲିନ, ୨୯।୧୨ : କଲେଜରେ ନାମଲେଖା ଦୁର୍ନୀତିରେ ‘ଫୁଲ୍‌ ହାଉସ୍‌’ ଅଭିନେତ୍ରୀ ଲୋରି ଲାଫଲିନ୍‌ ୨ ମାସ ଜେଲ୍‌ରେ ସଜା କାଟିବା ପରେ ମୁକ୍ତ ହୋଇଛନ୍ତି।...

ବନ୍ଦ ହୋଇନି ସମ୍‌ଝୋତା ଏକ୍ସପ୍ରେସ୍‌: ଭାରତ

ଇସଲାମାବାଦ,୮।୮: ଖବର ଆସିଥିଲା କି ଭାରତ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମ୍‌ଝୋତା ଏକ୍ସପ୍ରେସ୍‌ ବା ଫ୍ରେଣ୍ଡସିପ୍‌ ଏକ୍ସପ୍ରେସକୁ ପାକିସ୍ତାନ ବନ୍ଦ କରି ଦେଇଛି। ହେଲେ ଭାରତ...

୨୯ ଦିନ ପରେ ଯୁଦ୍ଧ ଶେଷ: ଆର୍ମେନିଆ-ଅଜରବୈଜାନ ଅସ୍ତ୍ରବିରତି

ୟେରେଭାନ୍‌/ବାକୁ, ୨୬।୧୦: ଦୀର୍ଘ ୨୯ ଦିନ ପରେ ଆର୍ମେନିଆ ଏବଂ ଅଜରବୈଜାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଦୁଇ ଦେଶ ଅକ୍ଟୋବର ୨୫-୨୬ ତାରିଖ ମଧ୍ୟ...

ଥରିଲା ଜାପାନ

ଟୋକିଓ,୧୬।୩: ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟ୍‌କା ଲାଗିଛି। ରାତି ପ୍ରାୟ ୮.୦୬ରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପାଡିଛି। ଲୋକେ ଭୂକମ୍ପ ହେବା ଜାଣି ଘରୁ...

ପାକିସ୍ତାନରେ ଚିହ୍ନଟ ହେଲେ ୭ କରୋନା ଭାଇରସ ରୋଗୀ

ଇସ୍‌ଲାମାବାଦ,୯।୩: ପାକିସ୍ତାନର ସ୍ବାସ୍ଥ୍ୟମନ୍ତ୍ରୀ ଜାଫର ମିର୍ଜା ରବିବାର ଟୁଇଟ୍‌ କରି ଜଣାଇଛନ୍ତି କି ଏବେସୁଦ୍ଧା ପାକିସ୍ତାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର...

ମିତ୍ର ସରକାର ଗଠନ ପରେ ଆକ୍ରମଣ ହେବ ବନ୍ଦ: ରୁଷିଆ…

ମସ୍କୋ,୨୬।୯ : ରୁଷିଆ ୟୁକ୍ରେନ ଉପରେ ହେଉଥିବା ଆକ୍ରମଣ ନେଇ ସ୍ପଷ୍ଟ ଭାବରେ କହିଛି ଯେ କେବଳ କ୍ୱିଭ୍‌ରେ ଏକ ମିତ୍ର ସରକାର ଗଠନ ପରେ...

ଜିରୋ-କୋଭିଡ୍‌ ନୀତି କୋହଳ କଲା ଚାଇନା

ବେଜିଂ,୧୨ା୧୧: ଚାଇନା ଏହାର କଠୋର ଜିରୋ-କୋଭିଡ୍‌ ନୀତି କୋହଳ କରିବା ଆରମ୍ଭ କରିଛି। ଏଥିସହିତ ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ କ୍ୱାରାଣ୍ଟାଇନ୍‌ ସମୟସୀମାକୁ ହ୍ରାସ...

କରୋନାର ଲାଇଭ୍ ରିପୋର୍ଟିଂ ପଡିଲା ମହଙ୍ଗା: ମହିଳା ଖବରଦାତାଙ୍କୁ ଜେଲ!

ବେଜିଂ,୨୮ ।୧୨: ପୁଣିଥରେ ସାମ୍ନାକୁ ଆସିଛି ଚାଇନାର ଅସଲ ରୂପ । ଚାଇନାରେ କରୋନାର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଉହାନରେ କୋଭିଡ-୧୯କୁ ନେଇ ଖବର ସଂଗ୍ରହ କରିବା...

Advertisement
Archives

Model This Week