Posted inଜାତୀୟ

ସ୍ତ୍ରୀ, ଶାଶୁ, ଶ୍ୱଶୁରଙ୍କୁ ହତ୍ୟା

ଗୁଆହାଟୀ,୨୭।୭: ଆସାମ ଗେଲାଘାଟରୁ ବୁଧବାର ଏକ ଟ୍ରିପଲ ମର୍ଡର ସାମ୍ନାକୁ ଆସିଛି। ନାଜିବୁର ରହମାନ ନାମକ ମେକାନିକାଲ ଇଞ୍ଜିନିୟର ସ୍ତ୍ରୀ ସଂଘମିତ୍ରା ଘୋଷ ଓ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା କରିବା ପରେ ୯ ମାସର ଶିଶୁକୁ ନେଇ ଥାନାରେ ଆତ୍ମସମର୍ପଣ କରିଛନ୍ତି। ୨୦୨୦ରେ ନାଜିବୁର ଓ ସଂଘମିତ୍ରାଙ୍କ ମଧ୍ୟରେ ଫେସ୍‌ବୁକ୍‌ ଜରିଆରେ ବନ୍ଧୁତା ହୋଇଥିଲା। କିିଛି ମାସ ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେହିବର୍ଷ ଅକ୍ଟୋବରରେ ଦୁହେଁ କୋଲକାତା ଯାଇ ସେଠାରେ କୋର୍ଟ ମ୍ୟାରେଜ୍‌ କରିଥିଲେ। ବିବାହର ଗୋଟିଏ ବର୍ଷ ପରେ ସଂଘମିତ୍ରାଙ୍କ ବାପା ସଞ୍ଜୀବ ଘୋଷ ଏବଂ ମା’ ଜୁନୁ ଘୋଷ ତାଙ୍କ ବିରୋଧରେ ଥାନାରେ ଚୋରି ଅଭିଯୋଗ କରିଥିଲେ, ଯେଉଁଥିରେ ସଂଘମିତ୍ରାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା। ମାମଲାରେ ଜାମିନ ପାଇ ସଂଘମିତ୍ରା ତାଙ୍କ ବାପ ଘରକୁ ଫେରିଥିଲେ। ୨୦୨୨ ଜାନୁୟାରୀରେ ସଂଘମିତ୍ରା ପୁଣିଥରେ ସ୍ବାମୀ ନାଜିବୁରଙ୍କ ସହ ଚେନ୍ନାଇ ଫେରାର୍‌ ହୋଇଗଲେ। ସେଠାରେ ୫ ମାସ ରହି ଗୋଲାଘାଟ ଫେରିବା ପରେ ସଂଘମିତ୍ରା ଗର୍ଭବତୀ ଥିଲେ।

ପୁଣି କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାରୁ ସଂଘମିତ୍ରା ଗତ ମାର୍ଚ୍ଚରେ ପୁଅକୁ ସାଥିରେ ନେଇ ବାପ ଘରକୁ ଆସିଥିଲେ। ସ୍ବାମୀ ନାଜିବୁର ତାଙ୍କୁ ନିର୍ଯାତନା ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କଲେ। ଏହାପରେ ପୋଲିସ ତାଙ୍କୁ ଗିରଫ କଲା। ଗିରଫର ୨୮ ଦିନ ପରେ ସେ ଜାମିନରେ ବାହାରିଲେ। ନାଜିବୁର ପୁଅକୁ ଦେଖିବାକୁ ଦେଉ ନ ଥିଲେ। ଏ ନେଇ ନାଜିବୁରଙ୍କ ଭାଇ ସଂଘମିତ୍ରା ଓ ତାଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କଲେ। ସୋମବାର ଦିନ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ପରେ ନାଜିବୁର ସ୍ତ୍ରୀ ସଂଘମିତ୍ରା, ଶାଶୁ ଓ ଶ୍ୱଶୁରଙ୍କୁ ହତ୍ୟା କରି ପୁଅକୁ ସାଥିରେ ନେଇ ଫେରାର୍‌ ହୋଇଯାଇଥିଲେ। ଏବେ ସେ ୯ ମାସର ପୁଅ ସହିତ ଆତ୍ମସମର୍ପଣ କରିଛନ୍ତି। ସିଆଇଡି ଟିମ୍‌ ଘଟଣାର ତଦନ୍ତ କରୁଥିବା ଆସାମ ପୋଲିସ ମୁଖ୍ୟ ଜି.ପି. ସିଂ କହିଛନ୍ତି। ଫୋରେନ୍ସିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସଂଘମିତ୍ରାଙ୍କ ପରିବାରକୁ ଭେଟିବା ସହ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପ୍ରଦାନର ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଅବସର ନେଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ

ୱେଲିଂଟନ,୨୮।୬: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ରିକେଟକୁ ବିଦାୟ ଦେଇ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଅବସର ନେଇଛନ୍ତି।…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ଧରିତ୍ରୀର ମହାପ୍ରଭାବ: ତୁମୋନିଖୋଲ ଗ୍ରାମରେ ପହଞ୍ଚିଲା ବ୍ଲକ ପ୍ରଶାସନ, ସମସ୍ୟାର ସମାଧାନ ପାଇଁ ବିଡିଓଙ୍କ ତ୍ବରିତ ପଦକ୍ଷେପ

ଥୁଆମୂଳ ରାମପୁର,୨୮।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ଗ୍ରାମପଞ୍ଚାୟତର ଉପାନ୍ତ ତୁମୋନିଖୋଲ ଗ୍ରାମର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ‘ଧରିତ୍ରୀ’ ଖବରକାଗଜରେ…

ପାଣି ନିଷ୍କାସନକୁ ନେଇ ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୧୫ ମାସ ପରେ ଅଭିଯୁକ୍ତ ୨ଭାଇଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଅଶୋକ…

ଚାଷଜମିକୁ ଯାଉଥିବା ବେଳେ ନାଳ ନିକଟରେ ଟଳିପଡ଼ିଲେ ଚାଷୀ, ତାପରେ…

ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଚାଷଜମିକୁ ଯାଉଥିବା ବେଳେ ଟଳି ପଡିଲେ…

ବରଗଡ଼ର ଐତିହ୍ୟ ସନ୍ଧାନ, ସଂରକ୍ଷଣ ପାଇଁ ନିଆରା ଉଦ୍ୟମ, ଇତିହାସ ଗବେଷଣାକୁ ନୂଆ ଦିଗ ଦେବ ଐତିହ୍ୟ ପଦଯାତ୍ରା

ବରଗଡ଼,୨୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ପ୍ରାଚୀନ ଐତିହ୍ୟର ଚିହ୍ନଟ, ସଂରକ୍ଷଣ ଏବଂ ଏହାର ଆଧାରରେ ନୂତନ ଇତିହାସ ରଚନାର ଲକ୍ଷ୍ୟ ନେଇ ବରଗଡ଼ର ବୁଦ୍ଧିଜୀବୀମାନଙ୍କ ମିଳିତ ପ୍ରୟାସରେ ଗତ…

ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ, ତାର ଚୋରି ସନ୍ଦେହରେ ନାବାଳକଙ୍କୁ ବାନ୍ଧି….

ପାରଳାଖେମୁଣ୍ଡି,୨୮।୬ (ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ତାର ଚୋରି ସନ୍ଦେହରେ ଜଣେ ନାବାଳକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅମାନବୀୟ ଭାବେ ମାଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri