ଜେଲ ଗଲେ ହତ୍ୟାକାରୀ ଚାବି ମେକାନିକ

ବ୍ରହ୍ମପୁର ଅଫିସ,୨୮ା୨: ଗତ ୨୪ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅଧୀନ ଅଳକାପୁରୀ ସପ୍ତମ ଲେନ୍‌ରେ ରହୁଥିବା ବିଜୟ ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ସୁରଜାଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ହତ୍ୟାକାରୀଙ୍କୁ ସୋମବାର ଗିରଫ କରିଛି। ସେ ହେଲେ ବଳିଆ ଓରଫ ବଳରାମ ସାହୁ (୨୬)। ସୁନା ଗହଣା ଓ ଟଙ୍କା ଲୁଟ ଉଦ୍ଦେଶ୍ୟରେ ବଳିଆ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସ୍ପଷ୍ଟ କରିଛି। ଅଭିଯୁକ୍ତ ଜଣଙ୍କ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୋଇରାଣୀର ମୂଳ ନିବାସୀ ହୋଇଥିବା ବେଳେ ବର୍ତ୍ତମାନ ସଦର ଥାନା ଅନ୍ତର୍ଗତ ଭାବିନିପୁରରେ ରହୁଛନ୍ତି। ବଳିଆ ଜଣେ ଅଲମୀରା ଚାବି ମେକାନିକ ଅଟନ୍ତି।

ଘଟଣା ଦିନ ବିଜୟଙ୍କ ଘରେ ଥିବା ଏକ ଅଲମୀରା ମରାମତି ପାଇଁ ବଳିଆ ୨/୩ ଥର ଯାଇଥିଲେ। ଘଟଣା ଦିନ ସନ୍ଧ୍ୟାରେ ବିଜୟ ଘରୁ କୌଣସି କାମରେ ବାହାରକୁ ଯିବା ପରେ ତାଙ୍କ ଘର ପାଚେରି ଡେଇଁ ବଳିଆ ଭିତରକୁ ଯାଇଥିଲେ। ସୁରଜା ହଠାତ ବଳିଆଙ୍କୁ ଦେଖି, ତୁ ଘର ଭିତରକୁ କାହିଁକି ଆସିଲୁ ବୋଲି ପଚାରିଥିଲେ। ବଳିଆ ଘର ଭିତରେ ଧସେଇ ପଶିଥିଲେ। ସୁରଜା ଏନେଇ ପୋଲିସକୁ ଜଣାଇବେ ବୋଲି କହିଥିଲେ। ପରେ ସେଠାରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ବଳିଆ ଉତକ୍ଷିପ୍ତ ହୋଇ ସୁରଜାଙ୍କୁ ତାଙ୍କ ରୋଷେଇ ଘରେ ଥିବା ଏକ ଛୁରିରେ ଆକ୍ରମଣ କରିଥିଲେ। ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଘଟଣା ପରେ ବଳିଆ ଲୁଟି ନେଇଥିବା ବୃଦ୍ଧାଙ୍କ ମୋବାଇଲ, ଭ୍ୟାନିଟ ବ୍ୟାଗ, କଳାମାଳି ଓ ଘଟଣା ଦିନ ବଳିଆ ପିନ୍ଧିଥିବା ପୋଷାକ ଓ ରକ୍ତଭିଜା ଛୁରି ମଧ୍ୟ ପୋଲିସ ଜବତ କରିଛି। ମାମଲା ନଂ.୯୫/୨୨ ରେ ବଳିଆଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘର ଭାଙ୍ଗିଲେ ହାତୀପଲ

ପାଟଣା,୧୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ୨୨ ଟିକିଆ ବଣୁଆ ଝାଡ଼ଖଣ୍ଡି ହାତୀପଲ ଗୁରୁବାର ରାତିରେ ପାଟଣା ରେଞ୍ଜ ଛାଡ଼ି କରଞ୍ଜିଆ...

ବିକ୍ରି ପାଇଁ ଡିଲ୍‌ ବେଳେ ବାଘଛାଲ ଜବତ କଲା ଏସ୍‌ଟିଏଫ୍‌ ଟିମ୍‌

କୋରାପୁଟ,୨୦ା୭(ସ୍ବ.ପ୍ର.): ଏସ୍‌ଟିଏଫ୍‌ ଦ୍ୱାରା କୋରାପୁଟ ଜିଲା ରାମଗିରି ଅଞ୍ଚଳରୁ ବୁଧବାର ଏକ କଲରାପତିଆ ବାଘଛାଲ ଜବତ ହୋଇଛି। ଏହି ବାଘଛାଲ ୬୦ ହଜାର ଟଙ୍କାରେ ବିକ୍ରି...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିପାଟଣା,୨୪(ଡି.ଏନ୍‌.ଏ.): ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରଶ୍ମିରଞ୍ଜନ ବିଶ୍ୱାଳ। ହେଲେ ରଶ୍ମିରଞ୍ଜନଙ୍କ...

ବାରବାର ଆବେଦନ କରି ନିରାଶ: ଭତାରୁ ବଁଚିତ୍‌ ଲକ୍ଷ୍ମୀଧର, ସୁଶୀଲା

କଣ୍ଟାମାଳ, ୯ା୧(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ ମାଣ୍ଡିଆଯୋର ଗଁାର ଲକ୍ଷ୍ମୀଧର ବେହେରା(୫୪) ଆର ବିଧବା ସୁଶୀଲା ଭୋଇ(୪୭) ଭତାରୁ ବଁଚିତ୍‌...

ବଡ଼ସାହି-ବେତନଟୀ ରାସ୍ତାରେ ଦୁଇ ବାଇକ ମୁହାଁମୁହିଁ: ୧ମୃତ, ୧ଗୁରୁତର

ବଡ଼ସାହି, ୭।୬(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତାର ବାଘମରା ନିକଟରେ ଶୁକ୍ରବାର ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍‌ଦର୍ଶନ ଦେବ’

ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍‌ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ସ୍ମାର୍ଟ...

ଜେଲରୁ କଏଦୀ ଫେରାର

ଭବାନୀପାଟଣା,କର୍ଲାମୁଣ୍ଡା/ରୁପ୍ରାରୋଡ,୧୪।୨(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ସବ୍‌ଜେଲରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଫେରାର ହୋଇଥିବା ଜଣାପଡିଛି। ଫେରାର୍‌ କଏଦୀ ଜଣକ ନର୍ଲା ଥାନା...

‘ମୀନାକ୍ଷୀ ମନ୍ଦିର’ରେ ବସିବେ ମା’

ଅନୁଗୋଳ ଅଫିସ, ୨୩ା୯:ନୂତନ ଅନୁଷ୍ଠାନ ହୋଇଥିଲେ ବି ଏଥର ପୂଜା ହେବ ନିଆରା। ଏଥିପାଇଁ ପ୍ରସ୍ତୁତି ଚଳାଇଛି ଅନୁଗୋଳ ରାଣୀଗୁଡ଼ା ଷ୍ଟେଶନ ବଜାର ମା’ ଦୁର୍ଗା...

Advertisement
Archives

Model This Week