‘ମୋ ପୁଅକୁ ମାରିଦେଲେ’

ଭୁବନେଶ୍ୱର,୭।୧(ସୂର୍ଯ୍ୟକାନ୍ତ ବେହେରା): ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଦିଲୀପ ସାମନ୍ତରାୟଙ୍କ ଚିକିତ୍ସାକୁ ନେଇ ଶୁକ୍ରବାର ସନ୍ଦେହ ପ୍ରକାଶ କରିଥିଲେ ଶ୍ୱଶୁର ସଦାଶିବ ଜେନା। ଏପରିକି ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଠିକ୍‌ ଭାବେ ଚିକିତ୍ସା କରାଯାଉ ବୋଲି ଦାବି କରିଥିଲେ। ହେଲେ ଜୀବିତ ଥିବା ଦିଲୀପଙ୍କର ଶୁକ୍ରବାର ରାତି ପ୍ରାୟ ୩ଟାରେ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ଏହି ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଏପରିକି ବିସ୍ଫୋରଣ ଘଟଣା ଓ ପରିଚୟ ଦ୍ୱନ୍ଦ୍ୱ ଆହୁରି ଅଧିକ ରହସ୍ୟାବୃତ୍ତ ହୋଇଯାଇଛି। ଏହାକୁ ନେଇ ଦିଲୀପଙ୍କ ମା’ ଅହଲ୍ୟା ସାମନ୍ତରାୟଙ୍କ ସମେତ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ହାଇଟେକ୍‌ ହସ୍ପିଟାଲ ପରିସରରେ ଶନିବାର ସକାଳୁ ଧାରଣା ଦେବା ସହ ନ୍ୟାୟ ଦାବି କରିଥିଲେ। ତେବେ କାହା ଭୁଲ୍‌ ପାଇଁ ଏଭଳି ବଡ଼ ତ୍ରୁଟି ହେଲା, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହସ୍ପିଟାଲ ଓ ପୋଲିସର ସୂଚନା ଆଧାରରେ ପ୍ରଥମେ ଜ୍ୟୋତିରଞ୍ଜନଙ୍କ ମୃତଦେହକୁ ଦିଲୀପଙ୍କ ମୃତଦେହ ଭାବି ଗତ ୩୧ ତାରିଖରେ ଅନ୍ତିମ ସତ୍କାର କରିଥିବା ପରିବାର ଲୋକେ ଦ୍ୱନ୍ଦ୍ୱ ଭିତରେ ଫସିଯାଇଛନ୍ତି। ଏବେ ପୁଣିଥରେ ଦିଲୀପଙ୍କ ମୃତଦେହର ସତ୍କାର କିପରି କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏପଟେ ଆଇନ ଅନୁଯାୟୀ, ପୋଲିସ ଜ୍ୟୋତିରଞ୍ଜନଙ୍କ ମୃତଦେହ ଦିଲୀପ ପରିଚୟରେ ବ୍ୟବଚ୍ଛେଦ ହୋଇଯାଇଥିବାବେଳେ ଏବେ ଦିଲୀପଙ୍କ ମୃତଦେହ ବ୍ୟବଚ୍ଛେଦକୁ ନେଇ ଅଡ଼ୁଆରେ ପଡ଼ିଛି। ଦିଲୀପ ବୋଲି କୁହାଯାଉଥିବା ତୃତୀୟ ମୃତଦେହର ବ୍ୟବଚ୍ଛେଦ କରିବାକୁ ପୋଲିସ ଦୁଇଟି ନାଁରେ (ଜ୍ୟୋତିରଞ୍ଜନ/ଦିଲୀପ) ପଞ୍ଜୀକୃତ କରିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏମ୍‌ସ ପଠାଇଛି। ତଦନ୍ତ ଦାୟିତ୍ୱରେ ଥିବା ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ଏନେଇ ରବିବାର ମୃତଦେହର ବ୍ୟବଚ୍ଛେଦ କରାଯିବା ସହ ଡିଏନ୍‌ଏ ଟେଷ୍ଟ୍‌ ପାଇଁ ସାମ୍ପଲ କଲେକ୍ସନ କରାଯିବ। ପରେ ଏହାକୁ ଦିଲ୍ଲୀ ପଠାଯିବ। ଡିଏନ୍‌ଏ ରିପୋର୍ଟ ଆସିବାକୁ ଅତିକମ୍‌ରେ ୭ ଦିନ ସମୟ ଲାଗିବ। ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ମୃତଦେହକୁ ସମ୍ପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ହାଇଟେକ୍‌ ହସ୍ପିଟାଲର ସିଇଓ ସ୍ମିତା ପାଢୀ କହିଛନ୍ତି, ନିଜକୁ ଦିଲୀପ କହୁଥିବା ବ୍ୟକ୍ତିଙ୍କର ଶୁକ୍ରବାର ରାତିରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପୁଣିଥରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସବୁ ଚେଷ୍ଟା ସତ୍ତ୍ୱେ ଶେଷରେ ସେ ଆଖି ବୁଜିଦେଇଥିବା ସ୍ମିତା କହିଛନ୍ତି। ତେବେ ଦିଲୀପଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନ ଥିବାରୁ ହସ୍ପିଟାଲ ଓ ପୋଲିସ ପାଇଁ ଅଡ଼ୁଆ ବଢ଼ିଛି। ଅହଲ୍ୟା କହିଛନ୍ତି, ରାତି ୧ଟା ଯାଏ ସେ ତାଙ୍କ ପୁଅ ସହ କଥା ହୋଇଥିଲେ। ରାତି ପ୍ରାୟ ୨ଟା ବେଳେ ଡାକ୍ତର କହିଥିଲେ, ପୁଅର ହାର୍ଟ କାମ କରୁନାହିଁ ଏବଂ ରକ୍ତଚାପ ସ୍ତର ହ୍ରାସ ପାଇଛି। ପରେ ରାତି ପ୍ରାୟ ୩ଟାରେ ପୁଅକୁ ମୃତ ଘୋଷଣା କରିଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ। ଏପରିକି ମୃତଦେହ ଦେବା ପାଇଁ ବଳପୂର୍ବକ ଟିପଚିହ୍ନ ବି ନେଇଗଲେ। ପୁଅକୁ ହସ୍ପିଟାଲରେ ଷଡ଼ଯନ୍ତ୍ର କରି ହତ୍ୟା କରିଦେଲେ। ଏଥିପାଇଁ ହସ୍ପିଟାଲ ଓ ପୋଲିସକୁ ଦାୟୀ କରି ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ଦିଲୀପଙ୍କ ମା’ ଅହଲ୍ୟା। ହସ୍ପିଟାଲ ପରିସରରେ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲଙ୍କୁ ଅହଲ୍ୟା ଅଭିଯୋଗପତ୍ର ଦେଇଥିଲେ।
ଅନ୍ୟପକ୍ଷରେ ଜ୍ୟୋତିରଞ୍ଜନଙ୍କ ବଡ଼ ଭିଣୋଇ ବିପିନ ମଲ୍ଲିକ ହସ୍ପିଟାଲ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିପିନଙ୍କ କହିବା କଥା, ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ଡାକି ବସାଇ ବୁଝାଇଥିଲେ। ତାଙ୍କୁ କୁହାଯାଇଥିଲା ଯେ, ହସ୍ପିଟାଲରେ ସେମାନଙ୍କ ପକ୍ଷରୁ ଏକ ବଡ଼ ଭୁଲ ହୋଇଯାଇଛି। ଜ୍ୟୋତିରଞ୍ଜନଙ୍କ ମୃତଦେହକୁ ଦିଲୀପଙ୍କ ମୃତଦେହ ଭାବି ପଠାଇ ଦିଆଯାଇଛି। ଏହାକୁ ନେଇ ଆମ ଭିତରେ କଥା ହୋଇଯିବା। ଏହି କଥାକୁ ହାଇଲାଇଟ୍‌ କରନ୍ତୁ ନାହିଁ। ୮, ୧୦ ଲକ୍ଷ ଟଙ୍କା ଯାହା କ୍ଷତିପୂରଣ ଆମେ ଦେଇଦେବୁ ବୋଲି କହିଥିଲେ। ଚୁପଚାପ୍‌ ହୋଇ ତମେ ରହିବ, ଏହି କଥାକୁ ପ୍ରଘଟ ନ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚାପ ପକାଇଥିଲେ ବୋଲି ସେ କହିଛନ୍ତି। ତେବେ ଆଉ ଏକ ଦିଗକୁ ନେଇ ମଧ୍ୟ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି। ତାହା ହେଲା, ଚିକିତ୍ସାଧୀନ ବ୍ୟକ୍ତି ସୁସ୍ଥ ହେବା ପରେ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇଥାଏ। ହେଲେ ଯଦି ଦିଲୀପ ସମ୍ପୂର୍ଣ୍ଣ ଭଲ ହୋଇ ନ ଥିଲେ ତାଙ୍କୁ ଭେଣ୍ଟିଲେଟରରୁ ବାହାରକୁ ଅଣାଯାଇ ପଚରାଉଚରା କରାଯିବାରୁ ତାଙ୍କ ଜୀବନ ପ୍ରତି ବିପଦ ଆସିଲା ବୋଲି କୁହାଯାଉଛି। ଏହି ତ୍ରୁଟିକୁ ନେଇ ସମ୍ପର୍କୀୟମାନେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ଦୋଷ ଲଦିଛନ୍ତି। ଅନ୍ୟପକ୍ଷରେ ଶନିବାର ସକାଳେ ହସ୍ପିଟାଲ ପରିସରରେ ମଧ୍ୟ ଶୁକ୍ରବାର ଭଳି ସମାନ ପରିସ୍ଥିତି ଉପୁଜିଥିଲା। ଦିଲୀପଙ୍କ ସମ୍ପର୍କୀୟମାନେ ମୁଖ୍ୟଗେଟ୍‌ ପାର ହୋଇ ହସ୍ପିଟାଲ ଭିତରକୁ ପ୍ରବେଶ କରିବା ବେଳେ ସେମାନଙ୍କୁ ସୁରକ୍ଷାକର୍ମୀ ଅଟକାଇଥିଲେ। ଏହାକୁ ନେଇ କିଛି ସମୟ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପରେ ସେମାନେ ହସ୍ପିଟାଲ ଭିତରକୁ ଯାଇ ପ୍ରତିବାଦ କରିଥିଲେ।

ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲରେ ଏସି କମ୍ପ୍ରେସରରେ ଗ୍ୟାସ୍‌ ଭର୍ତ୍ତିବେଳେ ବିସ୍ଫୋରଣ ଘଟଣା ଶନିବାର ଭିନ୍ନ ମୋଡ଼ ନେଇଛି। ତୃତୀୟ ଆହତ ପୁରୀ ଜିଲା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲୀପ ସାମନ୍ତରାୟଙ୍କ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। ତେବେ ପ୍ରଥମେ ତାଙ୍କୁ ମୃତ ଦର୍ଶାଇ ପରିବାର ଲୋକଙ୍କୁ ଅନ୍ୟତମ ଆହତ ଜ୍ୟୋତିରଞ୍ଜନ ମଲ୍ଲିକଙ୍କ ମୃତଦେହକୁ ଧରାଇ ଦିଆଗଲା। ମୃତଦେହ ସଂସ୍କାର ପରେ ଦିଲୀପଙ୍କ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ। ହେଲେ ଚିକିତ୍ସା ଶଯ୍ୟାରେ ଥିବା ଦିଲୀପ ଚେତା ଫେରିବା ପରେ ନିଜ ପରିଚୟ ଦେବାରୁ ବଡ଼ ତ୍ରୁଟି ପଦାକୁ ଆସିଥିଲା। ତେବେ ନିଜକୁ ଜୀବିତ କରିବାର ଦିନକରେ ଦିଲୀପଙ୍କ ଜୀବନ ଯିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି। ବୋହୂଙ୍କୁ ସିନା ହରାଇଲେ, ହେଲେ ପୁଅ ଜୀବିତ ଥିବା ଶୁଣି ହସ୍ପିଟାଲକୁ ଧାଇଁଥିବା ପରିବାର ଲୋକେ ଏବେ ଦିଲୀପଙ୍କ ମୃତ୍ୟୁରେ ପୂରା ଭାଙ୍ଗିପଡିଛନ୍ତି। ପୁଅକୁ ସମସ୍ତେ ମିଳିମିଶି ମାରିଦେଲେ ବୋଲି ମା’ ଅହଲ୍ୟା କାନ୍ଦି କାନ୍ଦି କହିବା ସହ ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସ ନାଁରେ ଏପରି ସାଂଘାତିକ ଅଭିଯୋଗ ଆଣି ଏତଲା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?