ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ତ୍ପୋଲିସ ନଦୀ ଅଞ୍ଚଳ ଖୋଜୁଥିଲେ ମଧ୍ୟ ଅଭିଙ୍କ ଟେର୍ ପାଉନି। ଗାଁରେ ଦୁଇ ଗୋଷ୍ଠୀ ହୋଇ ଉତ୍ତେଜନା ଲାଗି ରହିଛି। ଅଭିଙ୍କୁ କିଏ ମାରିଲା, କାହିଁକି ମାରିଲା ସେନେଇ ପରିବାର କି ଗାଁ ଲୋକ ମୁହଁ ଖୋଲୁ ନାହାନ୍ତି।

