ମହିଳାଙ୍କୁ ମାରି ସ୍ବାମୀଙ୍କୁ ଭିଡିଓ କଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ସୌଭାଗ୍ୟବଶତଃ ବଞ୍ଚତ୍ୟାଇଛନ୍ତି ତାଙ୍କ ୩ ବର୍ଷର ଶିଶୁପୁତ୍ର। ମହିଳାଙ୍କୁ ହତ୍ୟା କରିବା ପରେ ହାତ କାଟି ଏବଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ ଯୁବକ ଜଗନ୍ନାଥ ପ୍ରଧାନ। ମୃତ ମହିଳା ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି(୨୬)। ପୋଲିସ ପ୍ରିୟଙ୍କାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରିବା ସହ ଗୁରୁତର ହୋଇପଡ଼ିଥିବା ଅଭିଯୁକ୍ତ ଜଗନ୍ନାଥଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା।
ଜଗନ୍ନାଥଙ୍କ ଉଦ୍ଦେଶ୍ୟ ଥିଲା ଅତି ଭୟାନକ, ଯାହା ଘଟଣାସ୍ଥଳରୁ ମିଳିଥିବା ତାଙ୍କ ହାତଲେଖା ଚିଠି ଏବଂ ପୋଲିସକୁ ଦେଇଥିବା ବୟାନରୁ ଜଣାପଡ଼ିଛି। କେବଳ ପ୍ରିୟଙ୍କା ନୁହେଁ, ତାଙ୍କ ଶିଶୁପୁତ୍ରଙ୍କୁ ମଧ୍ୟ ମାରିଦେବାକୁ ଯୋଜନା କରି ଉକ୍ତ ଭଡ଼ାଘରେ ପହଞ୍ଚତ୍ଥିଲେ ଜଗନ୍ନାଥ। ସମୟ ଥିଲା ପୂର୍ବାହ୍ନ ପ୍ରାୟ ୧୧ଟା। ଏହା ପୂର୍ବରୁ ପ୍ରିୟଙ୍କାଙ୍କ ସ୍ବାମୀ ରାକେଶ ସାହୁ ପ୍ରାୟ ୧୦ଟା ସମୟରେ ଅଫିସ୍‌ ପଳାଇଯାଇଥିଲେ। ଜଗନ୍ନାଥ ଏହି ସୁଯୋଗରେ ଘରେ ପଶି କବାଟ ବନ୍ଦ କରିଦେଇଥିଲେ। ଘର ଭିତରେ ପ୍ରିୟଙ୍କା ଏକା ଥିବାବେଳେ ତାଙ୍କ ଶିଶୁପୁତ୍ର ଉପର ମହଲାରେ ରହୁଥିବା ଘରମାଲିକ ସୁଧାକର ମହାରଣାଙ୍କ ପାଖରେ ଥିଲେ। ଜଗନ୍ନାଥ ଛୁରିରେ ପ୍ରିୟଙ୍କାଙ୍କ ତଣ୍ଟି କାଟି ହତ୍ୟା କରିଦେଇଥିବାବେଳେ ଘରେ ନ ଥିବାରୁ ଶିଶୁପୁତ୍ରର ଜୀବନ ବଞ୍ଚତ୍ୟାଇଥିଲା। ଜଗନ୍ନାଥ ଏହାପରେ ପ୍ରିୟଙ୍କାଙ୍କ ସ୍ବାମୀ ରାକେଶଙ୍କୁ ହାଟ୍ସଆପ୍‌ ଭିଡିଓ କଲ୍‌ କରିଥିଲେ। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ରାକେଶ ତାହା ଉଠାଇପାରି ନ ଥିଲେ। କିଛି କ୍ଷଣ ପରେ ଜଗନ୍ନାଥ ହ୍ବାଟ୍ସଆପ୍‌ରେ ପ୍ରିୟଙ୍କାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀରର ଫଟୋ ରାକେଶଙ୍କ ପାଖକୁ ପଠାଇଥିଲେ। ଏହାଦେଖି ସେ ଘରମାଲିକ ସୁଧାକରଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିବା ସହ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ତତ୍‌କ୍ଷଣାତ ଘରମାଲିକଙ୍କ ପୁଅ ତଳ ମହଲାକୁ ଓହ୍ଲାଇ ଦେଖିଲାବେଳକୁ ରାକେଶଙ୍କ ଘର କବାଟ ବନ୍ଦ ଥିଲା। କେହି କବାଟ ନ ଖୋଲିବାରୁ ସେ ତାହାକୁ ଭାଙ୍ଗି ଭିତରେ ପଶିଥିଲେ। ସେତେବେଳେ ପ୍ରିୟଙ୍କାଙ୍କ ରକ୍ତାକ୍ତ ଶରୀର ଚଟାଣରେ ପଡ଼ିଥିବାବେଳେ ଆଉ ଏକ ରୁମ୍‌ରେ ଜଗନ୍ନାଥ ମଧ୍ୟ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ।
ଖବର ପାଇ ଡିସିପି ଉମାଶଙ୍କର ଦାଶ, ଜୋନ୍‌ ଏସିପି ବିଷ୍ଣୁ ଜେନା, ସ୍ପେଶାଲ୍‌ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ ଓ ଏୟାରଫିଲ୍ଡ ଥାନା ଅଧିକାରୀ ରାଧାକାନ୍ତ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କିଛି ସମୟ ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ହତ୍ୟାରେ ବ୍ୟବହୃତ ଛୁରି, ରକ୍ତ ନମୁନା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଥିଲା। ଅପରାହ୍ନରେ ପ୍ରିୟଙ୍କାଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା। ଅନ୍ୟପକ୍ଷରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ପରେ ପୋଲିସ ଜଗନ୍ନାଥଙ୍କୁ ପଚରାଉଚରା କରିଥିଲା। ପ୍ରିୟଙ୍କା ସହ ଜଗନ୍ନାଥଙ୍କ ପୂର୍ବରୁ ଜଣାଶୁଣା ଥିଲା।
କିଛି ମାସ ହେଲା ସମ୍ପର୍କରେ ତିକ୍ତତା ଆସିବାରୁ ପ୍ରିୟଙ୍କା ଓ ତାଙ୍କ ଶିଶୁପୁତ୍ରଙ୍କୁ ମାରିବାକୁ ଯୋଜନା କରିଥିଲେ ବୋଲି ଜଗନ୍ନାଥ ସ୍ବୀକାର କରିଥିବା ଡିସିପି କହିଛନ୍ତି। ତେବେ ଘଟଣାଟି ସମ୍ବେଦନଶୀଳ ଓ ତଦନ୍ତ ଚାଲୁଥିବାରୁ ପ୍ରିୟଙ୍କା ଏବଂ ଜଗନ୍ନାଥଙ୍କ ସମ୍ପର୍କ କିଭଳି ଥିଲା, କେଉଁ କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା ସେ ନେଇ କିଛି କହିବାକୁ ଡିସିପି ମନା କରିଦେଇଛନ୍ତି। ଏୟାରଫିଲ୍ଡ ଥାନା
ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଓ ତାଙ୍କ ସ୍ବାମୀ ରାକେଶ ଏବଂ ଅଭିଯୁକ୍ତ ଜଗନ୍ନାଥଙ୍କ ଘର ଯାଜପୁର ଜିଲାରେ। ଧର୍ମଶାଳା ଥାନା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବନ୍ଧଡିହର ପ୍ରିୟଙ୍କା ୨୦୧୪ରେ କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ମହମ୍ମଦପୁର ଗ୍ରାମର ରାକେଶଙ୍କୁ ବିବାହ କରିଥିଲେ। ରାକେଶ ‘ୟୁରେକା ଫୋର୍ବସ୍‌’ରେ କାର୍ଯ୍ୟ କରୁଥିବା ବେଳେ ପ୍ରାୟ ତିନିବର୍ଷ ହେଲା ଉପରୋକ୍ତ ଭଡ଼ା ଘରେ ରହୁଛନ୍ତି। ସେହିପରି ଅଭିଯୁକ୍ତ ଜଗନ୍ନାଥଙ୍କ ଘର ବଡ଼ ମଙ୍ଗଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ

ଲୋଇସିଂହା,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ପୁଟାପାଲି କୁସଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକଅପ୍‌(ଓଡ଼ି ୧୫ ଇ ୪୨୬୩)ଗାଡ଼ି...

୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪...

ଅଭୟାରଣ୍ୟ, ହାତୀ କରିଡର୍‌ ପାଇଁ ବିପଦ ପାଲଟିଛି ଖଣି ଖାଦାନ

ଭୁବନେଶ୍ୱର,୪ା୧୧୧(ବ୍ୟୁରୋ) : ରାଜ୍ୟରେ ଅଭୟାରଣ୍ୟ ଓ ହାତୀ କରିଡର୍‌ ପାଇଁ ବିପଦ ସୃଷ୍ଟି କରୁଛି ଖଣି ଖାଦାନ। ଏନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ...

ହାଇଦରଙ୍କୁ ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ

କେନ୍ଦ୍ରାପଡ଼ା ଅଫିସ, ୧୭ା୪- ୫୮ ବର୍ଷୀୟ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଶେଖ ହାଇଦରଙ୍କ ସହ କେନ୍ଦ୍ରାପଡ଼ା ବଡ଼ ମୂଳବସନ୍ତର ଜଣେ ଯୁବତୀଙ୍କ ପ୍ରେମ ମହଙ୍ଗା ପଡ଼ିଛି। ଏସ୍‌ସିବିରୁ...

୮ ଜିଲାରେ ହେବ ତୈଳ, ଗ୍ୟାସ୍‌ର ସନ୍ଧାନ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧। ୧୧(ବ୍ୟୁରୋ): ପୁରୀ ଜିଲା କାକଟପୁରସ୍ଥିତ ମହାନଦୀ ଅବବାହିକା ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍‌ ଲାଇସେନ୍ସିଂ ପଲିସୀ (ଓଏଏଲପି) ଅଧୀନରେ ତୈଳ...

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ: ଝାଡ଼ଖଣ୍ଡବାସୀଙ୍କ ଗ୍ୟାସ୍‌ ପାଇବା ସ୍ବପ୍ନ ପୂରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଝାଡଖଣ୍ଡରେ ପିଏନ୍‌ଜି ଏବଂ ସିଏନ୍‌ଜି ଗ୍ୟାସ ପାଇବାକୁ ଥିବା ଲୋକଙ୍କ ସ୍ବପ୍ନ ପୂରଣ ହୋଇଛି। ଝାଡଖଣ୍ଡର ରାଞ୍ଚିଠାରେ ଶୁକ୍ରବାର ଅନୁଷ୍ଠିତ ପିଏମ୍‌ ଉର୍ଜା ଗଙ୍ଗା...

କରୋନା ନେଇ ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୧୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଜିଲାରେ ୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ...

୫୪ ଜଣଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା ସମ୍ମାନ

ଯାଜପୁର ଅଫିସ,୧୦ା୧୦:  ସାହିତ୍ୟ, ଶିକ୍ଷା, ପରିବେଶ, ସମାଜସେବା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଜିଲାର ୫୪ଜଣ ବ୍ୟକ୍ତି ବିଶେଷଙ୍କୁ ମହାତ୍ମାଗାନ୍ଧୀ ପ୍ରତିଭା...

Advertisement
Archives

Model This Week