ମହିଳାଙ୍କୁ ମାରି ସ୍ବାମୀଙ୍କୁ ଭିଡିଓ କଲ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଫେଜ୍‌-୧ ପ୍ଲଟ୍‌ ନଂ. ଏ/ଏଲ୍‌-୧ରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ସୌଭାଗ୍ୟବଶତଃ ବଞ୍ଚତ୍ୟାଇଛନ୍ତି ତାଙ୍କ ୩ ବର୍ଷର ଶିଶୁପୁତ୍ର। ମହିଳାଙ୍କୁ ହତ୍ୟା କରିବା ପରେ ହାତ କାଟି ଏବଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଭିଯୁକ୍ତ ଯୁବକ ଜଗନ୍ନାଥ ପ୍ରଧାନ। ମୃତ ମହିଳା ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ ରିଙ୍କି(୨୬)। ପୋଲିସ ପ୍ରିୟଙ୍କାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରିବା ସହ ଗୁରୁତର ହୋଇପଡ଼ିଥିବା ଅଭିଯୁକ୍ତ ଜଗନ୍ନାଥଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା।
ଜଗନ୍ନାଥଙ୍କ ଉଦ୍ଦେଶ୍ୟ ଥିଲା ଅତି ଭୟାନକ, ଯାହା ଘଟଣାସ୍ଥଳରୁ ମିଳିଥିବା ତାଙ୍କ ହାତଲେଖା ଚିଠି ଏବଂ ପୋଲିସକୁ ଦେଇଥିବା ବୟାନରୁ ଜଣାପଡ଼ିଛି। କେବଳ ପ୍ରିୟଙ୍କା ନୁହେଁ, ତାଙ୍କ ଶିଶୁପୁତ୍ରଙ୍କୁ ମଧ୍ୟ ମାରିଦେବାକୁ ଯୋଜନା କରି ଉକ୍ତ ଭଡ଼ାଘରେ ପହଞ୍ଚତ୍ଥିଲେ ଜଗନ୍ନାଥ। ସମୟ ଥିଲା ପୂର୍ବାହ୍ନ ପ୍ରାୟ ୧୧ଟା। ଏହା ପୂର୍ବରୁ ପ୍ରିୟଙ୍କାଙ୍କ ସ୍ବାମୀ ରାକେଶ ସାହୁ ପ୍ରାୟ ୧୦ଟା ସମୟରେ ଅଫିସ୍‌ ପଳାଇଯାଇଥିଲେ। ଜଗନ୍ନାଥ ଏହି ସୁଯୋଗରେ ଘରେ ପଶି କବାଟ ବନ୍ଦ କରିଦେଇଥିଲେ। ଘର ଭିତରେ ପ୍ରିୟଙ୍କା ଏକା ଥିବାବେଳେ ତାଙ୍କ ଶିଶୁପୁତ୍ର ଉପର ମହଲାରେ ରହୁଥିବା ଘରମାଲିକ ସୁଧାକର ମହାରଣାଙ୍କ ପାଖରେ ଥିଲେ। ଜଗନ୍ନାଥ ଛୁରିରେ ପ୍ରିୟଙ୍କାଙ୍କ ତଣ୍ଟି କାଟି ହତ୍ୟା କରିଦେଇଥିବାବେଳେ ଘରେ ନ ଥିବାରୁ ଶିଶୁପୁତ୍ରର ଜୀବନ ବଞ୍ଚତ୍ୟାଇଥିଲା। ଜଗନ୍ନାଥ ଏହାପରେ ପ୍ରିୟଙ୍କାଙ୍କ ସ୍ବାମୀ ରାକେଶଙ୍କୁ ହାଟ୍ସଆପ୍‌ ଭିଡିଓ କଲ୍‌ କରିଥିଲେ। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ରାକେଶ ତାହା ଉଠାଇପାରି ନ ଥିଲେ। କିଛି କ୍ଷଣ ପରେ ଜଗନ୍ନାଥ ହ୍ବାଟ୍ସଆପ୍‌ରେ ପ୍ରିୟଙ୍କାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀରର ଫଟୋ ରାକେଶଙ୍କ ପାଖକୁ ପଠାଇଥିଲେ। ଏହାଦେଖି ସେ ଘରମାଲିକ ସୁଧାକରଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିବା ସହ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ତତ୍‌କ୍ଷଣାତ ଘରମାଲିକଙ୍କ ପୁଅ ତଳ ମହଲାକୁ ଓହ୍ଲାଇ ଦେଖିଲାବେଳକୁ ରାକେଶଙ୍କ ଘର କବାଟ ବନ୍ଦ ଥିଲା। କେହି କବାଟ ନ ଖୋଲିବାରୁ ସେ ତାହାକୁ ଭାଙ୍ଗି ଭିତରେ ପଶିଥିଲେ। ସେତେବେଳେ ପ୍ରିୟଙ୍କାଙ୍କ ରକ୍ତାକ୍ତ ଶରୀର ଚଟାଣରେ ପଡ଼ିଥିବାବେଳେ ଆଉ ଏକ ରୁମ୍‌ରେ ଜଗନ୍ନାଥ ମଧ୍ୟ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ।
ଖବର ପାଇ ଡିସିପି ଉମାଶଙ୍କର ଦାଶ, ଜୋନ୍‌ ଏସିପି ବିଷ୍ଣୁ ଜେନା, ସ୍ପେଶାଲ୍‌ ସ୍କ୍ବାଡ୍‌ ଏସିପି ସଞ୍ଜୀବ ଶତପଥୀ ଓ ଏୟାରଫିଲ୍ଡ ଥାନା ଅଧିକାରୀ ରାଧାକାନ୍ତ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କିଛି ସମୟ ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ହତ୍ୟାରେ ବ୍ୟବହୃତ ଛୁରି, ରକ୍ତ ନମୁନା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଥିଲା। ଅପରାହ୍ନରେ ପ୍ରିୟଙ୍କାଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା। ଅନ୍ୟପକ୍ଷରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ପରେ ପୋଲିସ ଜଗନ୍ନାଥଙ୍କୁ ପଚରାଉଚରା କରିଥିଲା। ପ୍ରିୟଙ୍କା ସହ ଜଗନ୍ନାଥଙ୍କ ପୂର୍ବରୁ ଜଣାଶୁଣା ଥିଲା।
କିଛି ମାସ ହେଲା ସମ୍ପର୍କରେ ତିକ୍ତତା ଆସିବାରୁ ପ୍ରିୟଙ୍କା ଓ ତାଙ୍କ ଶିଶୁପୁତ୍ରଙ୍କୁ ମାରିବାକୁ ଯୋଜନା କରିଥିଲେ ବୋଲି ଜଗନ୍ନାଥ ସ୍ବୀକାର କରିଥିବା ଡିସିପି କହିଛନ୍ତି। ତେବେ ଘଟଣାଟି ସମ୍ବେଦନଶୀଳ ଓ ତଦନ୍ତ ଚାଲୁଥିବାରୁ ପ୍ରିୟଙ୍କା ଏବଂ ଜଗନ୍ନାଥଙ୍କ ସମ୍ପର୍କ କିଭଳି ଥିଲା, କେଉଁ କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା ସେ ନେଇ କିଛି କହିବାକୁ ଡିସିପି ମନା କରିଦେଇଛନ୍ତି। ଏୟାରଫିଲ୍ଡ ଥାନା
ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କା ଓ ତାଙ୍କ ସ୍ବାମୀ ରାକେଶ ଏବଂ ଅଭିଯୁକ୍ତ ଜଗନ୍ନାଥଙ୍କ ଘର ଯାଜପୁର ଜିଲାରେ। ଧର୍ମଶାଳା ଥାନା ବ୍ରହ୍ମବରଦା ଫାଣ୍ଡି ଅନ୍ତର୍ଗତ ବନ୍ଧଡିହର ପ୍ରିୟଙ୍କା ୨୦୧୪ରେ କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ମହମ୍ମଦପୁର ଗ୍ରାମର ରାକେଶଙ୍କୁ ବିବାହ କରିଥିଲେ। ରାକେଶ ‘ୟୁରେକା ଫୋର୍ବସ୍‌’ରେ କାର୍ଯ୍ୟ କରୁଥିବା ବେଳେ ପ୍ରାୟ ତିନିବର୍ଷ ହେଲା ଉପରୋକ୍ତ ଭଡ଼ା ଘରେ ରହୁଛନ୍ତି। ସେହିପରି ଅଭିଯୁକ୍ତ ଜଗନ୍ନାଥଙ୍କ ଘର ବଡ଼ ମଙ୍ଗଳପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?