କିଡ୍‌ନୀ ରୋଗ ଓ ଡାଏଲିସିସ୍‌

ଡାଏଲିସିସ୍‌ର ପ୍ରକାର : ଡାଏଲିସିସ୍‌ ମୁଖ୍ୟତଃ ଦୁଇପ୍ରକାର- ହେମୋଡାଏଲିସିସ୍‌ ଏବଂ ମେଶିନ୍‌ ବା ଡାୟାଲାଇଜର୍‌। ଏହାକୁ କୃତ୍ରିମ କିଡ୍‌ନୀ ବୋଲି ମଧ୍ୟ କୁହନ୍ତି। ଏହି ମେଶିନ୍‌ରେ ଥିବା ସେମିପରମିଏବଲ୍‌ ପରଦାର ଗୋଟିଏ ପଟେ ପ୍ରବାହିତ ହୋଇଥାଏ ରୋଗୀର ରକ୍ତ ଓ ପରଦାର ଅନ୍ୟପଟେ ପ୍ରବାହିତ ହୁଏ ସ୍ବତନ୍ତ୍ର ଧରଣର ଡାଏଲିସିସ୍‌ ଦ୍ରବଣ ବା ଡାୟାଲାଇସେଟ୍‌। ରୋଗୀ ଶରୀରର ରକ୍ତକୁ ପ୍ରବାହିତ କରାଯାଏ ମେଶିନ ଭିତର ଦେଇ। ଏହି ପଦ୍ଧତିରେ ରୋଗୀର ରକ୍ତରେ ଜମି ରହିଥିବା ବର୍ଜ୍ୟ ଉପାଦାନମାନ ପରଦା ମଧ୍ୟ ଦେଇ ପ୍ରବେଶ କରିଥାଏ ଡାଏଲିସିସ୍‌ ପ୍ରବଣ ଭିତରକୁ। କିଡ୍‌ନୀ କାମ କରି ନ ପାରିବା କାରଣରୁ ରୋଗୀର ରକ୍ତରେ ୟୁରିଆ, କ୍ରଏଟିନିନ୍‌, ପୋଟାସିୟମ୍‌, ସଲ୍‌ଫେଟ୍‌, ଫସଫରସ୍‌ ଆଦି ଉପାଦାନ ପରିସ୍ରାରେ ନିଷ୍କାସିତ ହୋଇ ନ ପାରି ରକ୍ତରେ ଜମିଯିବା କଥା ପୂର୍ବରୁ କୁହାଯାଇଛି। ଜମିଯାଇଥିବା ସେଇ କ୍ଷତିକାରକ ଉପାଦାନ ରୋଗୀର ରକ୍ତ ଭିତରୁ ସେମିପରମିଏବଲ ପରଦାର ଛିଦ୍ର ଦେଇ ସହଜରେ ଡାୟାଲାଇସେଟ୍‌ ଭିତରକୁ ଚାଲିଯାଆନ୍ତି। ହେମୋଡାୟାଲିସିସ୍‌ ହେଉଛି ସର୍ବାଧିକ ବ୍ୟବସ୍ଥିତ ଡାଏଲିସିସ୍‌ ପଦ୍ଧତି।
କିନ୍ତୁ ପେରିଟୋନିଆଲ୍‌ ଡାଏଲିସିସ୍‌ ପାଇଁ କୌଣସି ମେଶିନ ଦରକାର ପଡ଼େନି। ଏହି ପଦ୍ଧତିରେ ରୋଗୀର ପେଟରେ ଛିଦ୍ରବାଟେ ଭର୍ତ୍ତି କରି ଦିଆଯାଏ ନଳୀଟିଏ ପେଟ ଭିତରକୁ। ସେହି ନଳୀବାଟେ ପେଟ ଭିତରକୁ ପ୍ରବେଶ କରେଇ ଦିଆଯାଏ ଡାଏଲିସିସ୍‌ ଦ୍ରବଣ। ଏ କ୍ଷେତ୍ରରେ ପେଟ ଭିତରେ ଥିବା ପେରିଟୋନିୟମ୍‌ ନାମକ ପ୍ରାକୃତିକ ପରଦାଟି ସେମିପରମିଏବଲ୍‌ ପରଦା ଭାବେ କାର୍ଯ୍ୟ କରି ରକ୍ତ ଛାଣିବା କାମ କରେ। ଦ୍ରବଣଟିକୁ ରୋଗୀ ପେଟ ଭିତରେ ରଖାଯାଇଥାଏ ଅନ୍ତତଃ ଚାରିଘଣ୍ଟା। ଏହି ସମୟ ଭିତରେ ରୋଗୀ ରକ୍ତରେ ଜମିରହିଥିବା ବର୍ଜ୍ୟ ଉପାଦାନଗୁଡ଼ିକ ପେରିଟୋନିୟମ ପରଦା ଭେଦକରି ରକ୍ତ ଭିତରୁ ଡାଏଲିସିସ୍‌ ଦ୍ରବଣ ଭିତରକୁ ଚାଲିଆସନ୍ତି। ଏହା ଫଳରେ ରୋଗୀର ରକ୍ତରେ ସେହି ଅଦରକାରୀ ଉପାଦାନଗୁଡ଼ିକର ମାତ୍ରା ହ୍ରାସ ପାଇଯାଇଯାଏ। ଚାରିଘଣ୍ଟା ପରେ ପେଟ ଭିତରକୁ ଭର୍ତ୍ତି କରାଯାଇଥିବା ଡାଏଲିସିସ୍‌ ଦ୍ରବଣକୁ ବାହାରକୁ କାଢ଼ି ଆଣି ଫିଙ୍ଗିଦିଆଯାଏ। ପେଟ ଭିତରେ ସେହି ଦ୍ରବଣ ରହି ଡାଏଲିସିସ୍‌ ଚାଲୁ ରହିଥିବା ସମୟରେ ରୋଗୀ ନିଜର ମାମୁଲି କାମଧନ୍ଦା କରିପାରେ।
ହେମୋଡାଏଲିସିସ୍‌ ହେଉ କି ପେରିଟୋନିଆଲ ଡାଏଲିସିସ୍‌ ହେଉ, ଏଥିପାଇଁ ରୋଗୀକୁ ଅଚେତ କରାଯାଏ ନାହିଁ। ରୋଗୀକୁ ବିଶେଷ କୌଣସି ଯନ୍ତ୍ରଣା ହୁଏ ନାହିଁ। ରୋଗୀ ସମ୍ପୂର୍ଣ୍ଣ ସଚେତ ଥିବାରୁ ଡାଏଲିସିସ୍‌ ଚାଲିଥିବାବେଳେ ସେ କଥାବାର୍ତ୍ତା କରିପାରେ, ବହିପତ୍ର ପଢ଼ିପାରେ, ଟିଭି ଦେଖିପାରେ, ରେଡିଓ ଶୁଣିପାରେ। ହସ୍‌ପିଟାଲରେ ରହିବାର ଆବଶ୍ୟକତା ନ ଥିଲେ ଡାଏଲିସିସ୍‌ ସରିବା ପରେ ରୋଗୀ ଘରକୁ ଚାଲିଯାଏ।
ଡାଏଲିସିସ୍‌ ଦ୍ୱାରା ଅଧିକାଂଶ ଆକ୍ୟୁଟ୍‌ ରେନାଲ୍‌ ଫେଲ୍ୟୁଓର ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯାଆନ୍ତି ଏବଂ କ୍ରନିକ୍‌ ରେନାଲ୍‌ ଫେଲ୍ୟୁଓର ରୋଗୀ ଉପଶମ ପାଇଥାଆନ୍ତି। ତେବେ ଡାଏଲିସିସ୍‌ ଯୋଗୁ କାହା କାହାଠାରେ ପ୍ରକାଶ ପାଇପାରେ ବାନ୍ତି, ମୁଣ୍ଡବିନ୍ଧା, ପେଟବ୍ୟଥା ଇତ୍ୟାଦି ସାଧାରଣ ଲକ୍ଷଣ। ଡାଏଲିସିସ୍‌ ଚିକିତ୍ସା କରିବା ଦରକାର ପଡ଼ିଲେ ରୋଗୀର ମୃତ୍ୟୁ ଆସନ୍ନ ବୋଲି ଧରିନେବା ଭୁଲ।
ସପ୍ତାହରେ କେତେଥର ଡାଏଲିସିସ୍‌ କରାଯିବ ତାହା ମୂତ୍ରରୋଗ ବିଶେଷଜ୍ଞ ସ୍ଥିର କରିଥାନ୍ତି। ଏପରିକି କାହା କାହା କ୍ଷେତ୍ରରେ ସପ୍ତାହରେ ୫ରୁ ୭ଥର ୪ରୁ ୮ଘଣ୍ଟା ଧରି ଡାୟାଲିସିସ୍‌ ଚାଲୁ ରହିପାରେ। ମାତ୍ର ଡାଏଲିସିସ୍‌ ଚିକତ୍ସାରେ ରହିଥିବା ରୋଗୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟରେ ନିୟନ୍ତ୍ରଣ ଅପରିହାର୍ଯ୍ୟ।

(ଶେଷ ଭାଗ)

– ଡା. ନିତ୍ୟାନନ୍ଦ ସ୍ବାଇଁ
ଅଭିପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ, ମୋ:୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?