କିଡ୍‌ନୀ ରୋଗ ଓ ଡାଏଲିସିସ୍‌

ଡାଏଲିସିସ୍‌ର ପ୍ରକାର : ଡାଏଲିସିସ୍‌ ମୁଖ୍ୟତଃ ଦୁଇପ୍ରକାର- ହେମୋଡାଏଲିସିସ୍‌ ଏବଂ ମେଶିନ୍‌ ବା ଡାୟାଲାଇଜର୍‌। ଏହାକୁ କୃତ୍ରିମ କିଡ୍‌ନୀ ବୋଲି ମଧ୍ୟ କୁହନ୍ତି। ଏହି ମେଶିନ୍‌ରେ ଥିବା ସେମିପରମିଏବଲ୍‌ ପରଦାର ଗୋଟିଏ ପଟେ ପ୍ରବାହିତ ହୋଇଥାଏ ରୋଗୀର ରକ୍ତ ଓ ପରଦାର ଅନ୍ୟପଟେ ପ୍ରବାହିତ ହୁଏ ସ୍ବତନ୍ତ୍ର ଧରଣର ଡାଏଲିସିସ୍‌ ଦ୍ରବଣ ବା ଡାୟାଲାଇସେଟ୍‌। ରୋଗୀ ଶରୀରର ରକ୍ତକୁ ପ୍ରବାହିତ କରାଯାଏ ମେଶିନ ଭିତର ଦେଇ। ଏହି ପଦ୍ଧତିରେ ରୋଗୀର ରକ୍ତରେ ଜମି ରହିଥିବା ବର୍ଜ୍ୟ ଉପାଦାନମାନ ପରଦା ମଧ୍ୟ ଦେଇ ପ୍ରବେଶ କରିଥାଏ ଡାଏଲିସିସ୍‌ ପ୍ରବଣ ଭିତରକୁ। କିଡ୍‌ନୀ କାମ କରି ନ ପାରିବା କାରଣରୁ ରୋଗୀର ରକ୍ତରେ ୟୁରିଆ, କ୍ରଏଟିନିନ୍‌, ପୋଟାସିୟମ୍‌, ସଲ୍‌ଫେଟ୍‌, ଫସଫରସ୍‌ ଆଦି ଉପାଦାନ ପରିସ୍ରାରେ ନିଷ୍କାସିତ ହୋଇ ନ ପାରି ରକ୍ତରେ ଜମିଯିବା କଥା ପୂର୍ବରୁ କୁହାଯାଇଛି। ଜମିଯାଇଥିବା ସେଇ କ୍ଷତିକାରକ ଉପାଦାନ ରୋଗୀର ରକ୍ତ ଭିତରୁ ସେମିପରମିଏବଲ ପରଦାର ଛିଦ୍ର ଦେଇ ସହଜରେ ଡାୟାଲାଇସେଟ୍‌ ଭିତରକୁ ଚାଲିଯାଆନ୍ତି। ହେମୋଡାୟାଲିସିସ୍‌ ହେଉଛି ସର୍ବାଧିକ ବ୍ୟବସ୍ଥିତ ଡାଏଲିସିସ୍‌ ପଦ୍ଧତି।
କିନ୍ତୁ ପେରିଟୋନିଆଲ୍‌ ଡାଏଲିସିସ୍‌ ପାଇଁ କୌଣସି ମେଶିନ ଦରକାର ପଡ଼େନି। ଏହି ପଦ୍ଧତିରେ ରୋଗୀର ପେଟରେ ଛିଦ୍ରବାଟେ ଭର୍ତ୍ତି କରି ଦିଆଯାଏ ନଳୀଟିଏ ପେଟ ଭିତରକୁ। ସେହି ନଳୀବାଟେ ପେଟ ଭିତରକୁ ପ୍ରବେଶ କରେଇ ଦିଆଯାଏ ଡାଏଲିସିସ୍‌ ଦ୍ରବଣ। ଏ କ୍ଷେତ୍ରରେ ପେଟ ଭିତରେ ଥିବା ପେରିଟୋନିୟମ୍‌ ନାମକ ପ୍ରାକୃତିକ ପରଦାଟି ସେମିପରମିଏବଲ୍‌ ପରଦା ଭାବେ କାର୍ଯ୍ୟ କରି ରକ୍ତ ଛାଣିବା କାମ କରେ। ଦ୍ରବଣଟିକୁ ରୋଗୀ ପେଟ ଭିତରେ ରଖାଯାଇଥାଏ ଅନ୍ତତଃ ଚାରିଘଣ୍ଟା। ଏହି ସମୟ ଭିତରେ ରୋଗୀ ରକ୍ତରେ ଜମିରହିଥିବା ବର୍ଜ୍ୟ ଉପାଦାନଗୁଡ଼ିକ ପେରିଟୋନିୟମ ପରଦା ଭେଦକରି ରକ୍ତ ଭିତରୁ ଡାଏଲିସିସ୍‌ ଦ୍ରବଣ ଭିତରକୁ ଚାଲିଆସନ୍ତି। ଏହା ଫଳରେ ରୋଗୀର ରକ୍ତରେ ସେହି ଅଦରକାରୀ ଉପାଦାନଗୁଡ଼ିକର ମାତ୍ରା ହ୍ରାସ ପାଇଯାଇଯାଏ। ଚାରିଘଣ୍ଟା ପରେ ପେଟ ଭିତରକୁ ଭର୍ତ୍ତି କରାଯାଇଥିବା ଡାଏଲିସିସ୍‌ ଦ୍ରବଣକୁ ବାହାରକୁ କାଢ଼ି ଆଣି ଫିଙ୍ଗିଦିଆଯାଏ। ପେଟ ଭିତରେ ସେହି ଦ୍ରବଣ ରହି ଡାଏଲିସିସ୍‌ ଚାଲୁ ରହିଥିବା ସମୟରେ ରୋଗୀ ନିଜର ମାମୁଲି କାମଧନ୍ଦା କରିପାରେ।
ହେମୋଡାଏଲିସିସ୍‌ ହେଉ କି ପେରିଟୋନିଆଲ ଡାଏଲିସିସ୍‌ ହେଉ, ଏଥିପାଇଁ ରୋଗୀକୁ ଅଚେତ କରାଯାଏ ନାହିଁ। ରୋଗୀକୁ ବିଶେଷ କୌଣସି ଯନ୍ତ୍ରଣା ହୁଏ ନାହିଁ। ରୋଗୀ ସମ୍ପୂର୍ଣ୍ଣ ସଚେତ ଥିବାରୁ ଡାଏଲିସିସ୍‌ ଚାଲିଥିବାବେଳେ ସେ କଥାବାର୍ତ୍ତା କରିପାରେ, ବହିପତ୍ର ପଢ଼ିପାରେ, ଟିଭି ଦେଖିପାରେ, ରେଡିଓ ଶୁଣିପାରେ। ହସ୍‌ପିଟାଲରେ ରହିବାର ଆବଶ୍ୟକତା ନ ଥିଲେ ଡାଏଲିସିସ୍‌ ସରିବା ପରେ ରୋଗୀ ଘରକୁ ଚାଲିଯାଏ।
ଡାଏଲିସିସ୍‌ ଦ୍ୱାରା ଅଧିକାଂଶ ଆକ୍ୟୁଟ୍‌ ରେନାଲ୍‌ ଫେଲ୍ୟୁଓର ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଯାଆନ୍ତି ଏବଂ କ୍ରନିକ୍‌ ରେନାଲ୍‌ ଫେଲ୍ୟୁଓର ରୋଗୀ ଉପଶମ ପାଇଥାଆନ୍ତି। ତେବେ ଡାଏଲିସିସ୍‌ ଯୋଗୁ କାହା କାହାଠାରେ ପ୍ରକାଶ ପାଇପାରେ ବାନ୍ତି, ମୁଣ୍ଡବିନ୍ଧା, ପେଟବ୍ୟଥା ଇତ୍ୟାଦି ସାଧାରଣ ଲକ୍ଷଣ। ଡାଏଲିସିସ୍‌ ଚିକିତ୍ସା କରିବା ଦରକାର ପଡ଼ିଲେ ରୋଗୀର ମୃତ୍ୟୁ ଆସନ୍ନ ବୋଲି ଧରିନେବା ଭୁଲ।
ସପ୍ତାହରେ କେତେଥର ଡାଏଲିସିସ୍‌ କରାଯିବ ତାହା ମୂତ୍ରରୋଗ ବିଶେଷଜ୍ଞ ସ୍ଥିର କରିଥାନ୍ତି। ଏପରିକି କାହା କାହା କ୍ଷେତ୍ରରେ ସପ୍ତାହରେ ୫ରୁ ୭ଥର ୪ରୁ ୮ଘଣ୍ଟା ଧରି ଡାୟାଲିସିସ୍‌ ଚାଲୁ ରହିପାରେ। ମାତ୍ର ଡାଏଲିସିସ୍‌ ଚିକତ୍ସାରେ ରହିଥିବା ରୋଗୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟରେ ନିୟନ୍ତ୍ରଣ ଅପରିହାର୍ଯ୍ୟ।

(ଶେଷ ଭାଗ)

– ଡା. ନିତ୍ୟାନନ୍ଦ ସ୍ବାଇଁ
ଅଭିପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ, ମୋ:୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri