କମ୍ପାନୀ ଉପସଭାପତିଙ୍କୁ ଅପହରଣ ଘଟଣା: ଅଭିଯୁକ୍ତଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ବଡ଼ବିଲ,୨୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଗ୍ରଓ୍ବୋଲ କମ୍ପାନୀ (ଗ୍ରଓ୍ବୋଲ ମିନେରାଲସ୍‌ ଆଣ୍ଡ୍‌ ମେଟାଲସ୍‌ ଏଲ୍‌ଏଲ୍‌ପି)ର ଭାଇସ୍‌ ପ୍ରେସିଡେଣ୍ଟ୍‌ ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାରେ ପୋଲିସ ଏବେ ଯାଏ କମ୍ପାନୀର ଡ୍ରାଇଭର ଏମ୍‌ଡି ଫିରୋଜଙ୍କ ସମେତ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି। ହେଲେ ଅପହରଣର ମୁଖ୍ୟ ଅଭିଯୁକ୍ତ ବାବୁ ଖାନ ଓରଫ୍‌ ଶାହନଓ୍ବାଜ ଓରଫ୍‌ ସାଦାବ ଖାନ ଏବେବି ଫେରାର ରହିଥିବା ଜଣାପଡିଛି। ପୋଲିସ ପକ୍ଷରୁ ଏ ନେଇ ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ହିନ୍ଦୀରେ ଲିଖିତ ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି।
ସୂଚନା ଥାଉକି, ଗତ ୧୨ ତାରିଖ ସନ୍ଧ୍ୟାରେ ଗ୍ରଓ୍ବୋଲ କମ୍ପାନୀ ଭାଇସ୍‌ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ନିଜ କାର୍‌ ଯୋଗେ ଅଫିସରୁ ବଡ଼ବିଲ ବସ୍ତିସ୍ଥିତ ବାସ ଭବନ ଅଭିମୁଖେ ବାହାରିଥିଲାବେଳେ ତାଙ୍କ କମ୍ପାନୀ ଡ୍ରାଇଭର ଏମଡି ଫିରୋଜ ଓ ଅନ୍ୟ ୪ ଜଣ ଦୁର୍ବୃତ୍ତ ଅପହରଣ କରିନେଇ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିସ୍ଥିତ କାଙ୍କେ ଅଞ୍ଚଳରେ ରଖିଥିଲେ। ନିମାନନ୍ଦଙ୍କ ପରିବାର ପକ୍ଷରୁ ବଡବିଲ ଥାନାରେ ୧୩ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତନାଘନା ଜୋରଦାର କରିଥିଲା। ଏପରିକି ଓଡିଶା ପୋଲିସର ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରୟ ଓ କେନ୍ଦୁଝର ଏସ୍‌ପି କୁଶଲକର ନିତିନ ଦାଗୁଡୁ ବଡ଼ବିଲରେ ପହଞ୍ଚି ପ୍ରତ୍ୟକ୍ଷ ଭାବେ ୬ ଦିନ ଧରି ଓଡ଼ିଶା ଖଣି ନିଗମ ଗେଷ୍ଟ୍‌ ହାଉସ୍‌ରେ ରହି ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ତଦନ୍ତରେ ସାମିଲ ରହିଥିଲେ। ପୋଲିସର ଏକ ଟିମ୍‌ ଝାଡ଼ଖଣ୍ଡ ରାଜ୍ୟକୁ ଯାଇଥିବାବେଳେ ବଡ଼ବିଲ ତଥା ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ, ମୋବାଇଲ ନମ୍ବର ଠାବ କରିବାକୁ ଚେଷ୍ଟା ଜାରି ରଖିଥିଲା। ତଦନ୍ତରେ ସହାୟତା କରିବାକୁ ଜିଲା ଓ ଜିଲା ବାହାରୁ ବଛାବଛା ପୋଲିସ ଅଫିସର ବଡ଼ବିଲରେ ପହଞ୍ଚିଥଲେ। ଏହା ମଧ୍ୟରେ ନିମାନନ୍ଦଙ୍କ ପରିବାରକୁ ନିମାନନ୍ଦଙ୍କ ମୁଣ୍ଡ ଜାମିନ ରଖି ୨କୋଟି ଟଙ୍କା ଦାବୀ କରିଥିଲେ ଅପହରଣକାରୀ। ପରବର୍ତ୍ତୀ ସମୟରେ ନିମାନନ୍ଦଙ୍କ ପରିବାର କୌଣସିମତେ ୬୦ ଲକ୍ଷ ଟଙ୍କା ବିନିମୟରେ ନିମାନନ୍ଦଙ୍କୁ ଅପହରଣକାରୀଙ୍କଠାରୁ ମୁକୁଳାଇବାରେ ସକ୍ଷମ ହୋଇଥିଲେ। ୧୮ ତାରିଖ ରାତିରେ ନିମାନନ୍ଦଙ୍କ ସହିତ ଡ୍ରାଇଭର ଫିରୋଜ କାର୍‌ ସହିତ ବଡ଼ବିଲ ପହଞ୍ଚି ଥାନାରେ ନିଜର ଉପସ୍ଥିତି ଜାହିର କରିଥିଲେ। ହେଲେ ପୋଲିସ ଚୁପ୍‌ ବସି ନ ଥିଲା। ଫିରୋଜଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାର ଖୁଲାସା କରି କେନ୍ଦୁଝର ଜିଲା ମୁଖ୍ୟାଳୟରେ ଗତ ୨୨ତାରିଖରେ ଓଡ଼ିଶା ପୋଲିସର ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରୟ ପ୍ରେସ୍‌ ବିବୃତ୍ତି ଦେଇଥିଲେ। ସେଦିନ ପୋଲିସ ମୋଟ୍‌ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୫୦ ଲକ୍ଷ ୯୦ ହଜାର ଟଙ୍କା, ଅପରାଧର ବ୍ଲୁ ପ୍ରିଣ୍ଟ ଥିବା ଡାଏରୀ, ଏକ ଖେଳଣା ବନ୍ଧୁକ, ଏକ ବାଇକ୍‌, ୮ଟି ମୋବାଇଲ ଆଦି ଜବତ କରିଥିଲା। ପରଦିନ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବଡ଼ବିଲ ପୋଲିସ କୋର୍ଟ ଚାଲାଣ କରିଥିଲା। ତେବେ ଅପହରଣ ଓ ମୁଣ୍ଡ ଜାମିନ ରଖିଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଜିଲା କାଙ୍କେ ଥାନା ଅନ୍ତର୍ଗତ ଟାଙ୍ଗରା ଟୋଲି ବଜାର ହାଟ ଅଞ୍ଚଳର ୪୦ ବର୍ଷୀୟ ବାବୁ ଖାନ୍‌ ଓରଫ୍‌ ଶାହନଓ୍ବାଜ ଓରଫ୍‌ ସାଦାବ ଖାନ ସ୍ତ୍ରୀ ଓ ୨ ବର୍ଷର ଶିଶୁପୁତ୍ରକୁ ନେଇ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା। ଝାଡଖଣ୍ଡ ରାଜ୍ୟ ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ନ ମିଳିବାରୁ ଓଡ଼ିଶା ପୋଲିସ ପକ୍ଷରୁ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ସ୍ଥାନରେ ବାବୁ ଖାନ୍‌ ଓରଫ୍‌ ଶାହନଓ୍ବାଜ ଓରଫ୍‌ ସାଦାବ ଖାନ୍‌ଙ୍କ ବିଷୟରେ ସୂଚନା ଦେଲେ ନଗଦ ୨ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବା ନେଇ ଘୋଷଣା ନାମାର ପୋଷ୍ଟର ଲଗାଯାଇଥିବା ବଡ଼ବିଲ ଥାନା ଆଇଆଇସି ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri