ଗାଁ ଗାଁରେ ମାତିଛନ୍ତି ଦାଦନ ଦଲାଲ: ରାଜି ନ ହେଲେ ଗୁଣ୍ଡା ଲଗାଇ ଟେକି ନେଉଛନ୍ତି

ନୂଆପଡ଼ା,୧୨।୧୨(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକର ଗାଁଗୁଡିକରେ ବଲାଙ୍ଗୀର ଜିଲାର ଦାଦନ ଦଲାଲମାନେ ଆଡ୍ଡା ପକାଇଛନ୍ତି । ରାତି ହେଲେ ଗାଁ ଗାଁରେ ରଖିଥିବା ଦଲାଲମାନଙ୍କ ସହ ଘରକୁ ଘର ଯାଇ ଶ୍ରମିକମାନଙ୍କୁ ବଇନା ଟଙ୍କା ଦେଉଛନ୍ତି । କମ୍‌ ଟଙ୍କା ଦେଇ ଦାଦନ ଶ୍ରମିକ ଭାବେ ଯିବା ପାଇଁ ଜୋର ଜବରଦସ୍ତ କରୁଛନ୍ତି। ସେଥିରେ ଶ୍ରମିକ ରାଜି ନ ହେଲେ ଗୁଣ୍ଡା ଲଗାଇ ଟେକି ନେଉଥିବା ଅଭିଯୋଗ ହେଉଛି  । ଏପରି ଏକ ଘଟଣା ନୂଆପଡା ଜିଲା ଲଖନା ଥାନା ଦଳଦଳି ଗାଁରେ ଘଟିଛି ।

ସୂଚନା ମୁତାବକ, କୋମନା ବ୍ଲକ ତରବୋଡ ଫାଣ୍ଡି ଅଧୀନ ଜଟଗଡ ଗାଁର ମଧୁ ପରାଭୂଏ(୩୮) ନିଜ ସର୍ମ୍ପକୀୟଙ୍କ ସହ ଏକ ବାଇକ୍‌ରେ ବୁଧବାର ଅପରାହ୍ନ ୨ଟା ସମୟରେ କୁରୁମପୁରି ପଞ୍ଚାୟତ ଦଳଦଳି ଗାଁକୁ କୌଣସି କାମରେ ଆସିଥିଲେ। ସେହି ସମୟରେ ବଲାଙ୍ଗୀର ଜିଲା ବେଲପଡା ଥାନା କାନୁଟ ଗାଁର ଦାଦନ ସର୍ଦ୍ଧାରଙ୍କ ସହ ୪ ଜଣ ଏକ ବୋଲେରୋରେ ଆସି ମଧୁଙ୍କୁ ଦଳଦଳି ଗାଁ ଛକ ନିକଟରୁ ଜୋର ଜବରଦସ୍ତ ନେଇ ଯାଇଥିଲେ। ସାଙ୍ଗରେ ଥିବା ସମ୍ପର୍କୀୟଙ୍କୁ ଧକ୍କା ମାରି ବାଇକ୍‌ ଚାବି ନେଇ ଯାଇଥିଲେ। ପରେ ଚାବିକୁ ଅଧା ବାଟରେ ଫିଙ୍ଗି ଦେଇଥିଲେ।

ମଧୁଙ୍କୁ ୪ ଜଣ ବ୍ୟକ୍ତି ବୋଲେରୋରେ ନେଇ ବଡମହେଶ୍ୱର ଗାଁ ନିକଟ ଏକ ଢାବାରେ ମଦ ପିଇବା ପାଇଁ ବାଧ୍ୟ କରିଥିଲେ। ସେ ମନା କରିବାରୁ ତାଙ୍କୁ ଧମକ ଚମକ ଦିଆଯାଇଥିଲା। ଏପରି କି ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯିବାକୁ ମନା କରିବାରୁ ସେଠାରୁ ନେଇ ବଡବ୍ୟାଙ୍କ ଗାଁଠାରେ ବୋଲେରୋରୁ ବାହାର କରି ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ । ପରେ କାନୁଟ ଗାଁକୁ ନେଇ ଘରେ ପୁରେଇ ପୁଣି ମାଡ ମାରିଥିଲେ। ମାଡ ମାରିବା ନେଇ କାହାକୁ କହିଲେ ପରିବାର ଲୋକଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।

ମଧୁଙ୍କ ମୁଣ୍ଡ, ପିଠି ଓ ଦୁଇ ଜଙ୍ଘରେ ଗଭୀର ଆଘାତ ଲାଗିଛି। ଅପହରଣ ଖବର ପାଇ ମଧୁଙ୍କ ସ୍ତ୍ରୀ ପ୍ରମିଳା ପରାଭୂଏ (୩୫) ଦୁଇ ପିଲା ମହେଶ (୩) ଓ ରଶ୍ମି (୮ ମାସ)ଙ୍କୁ ଧରି ଏସ୍‌ପି ଅଫିସ ଆସି ଅତିରିକ୍ତ ଏସ୍‌ପି ବେହେରାଙ୍କୁ ଏସବୁ ବିଷୟରେ ଜଣାଇ ଥିଲେ । ଅତିରିକ୍ତ ଏସ୍‌ପି ବେହେରାଙ୍କ ହସ୍ତକ୍ଷେପ ପରେ ରାତି ପ୍ରାୟ ଗୋଟାଏ ସମୟରେ ମଧୁଙ୍କୁ ଧରି ଦାଦନ ସର୍ଦ୍ଧାର ଜଣକ କୋମନା ଥାନାକୁ ଆସିଥିଲେ। କୋମନା ଥାନାରେ ମନା କରିବାରୁ ତରବୋଡ ଫାଣ୍ଡିରେ ପୋଲିସ ଜିମାରେ ମଧୁଙ୍କୁ ଛାଡି ଚାଲି ଯାଇଥିଲେ। ପରେ ପୋଲିସ ମଧୁଙ୍କୁ ତାଙ୍କ ଗାଁକୁ ନେଇ ପରିବାର ଲୋକଙ୍କ ଜିମା ଦେଇଥିଲା।

ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅପହରଣର ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏ ନେଇ ପୋଲିସ ମାମଲା ରୁଜୁ କରିନାହିଁ  । ଅପହରଣକାରୀ ଆସି ପୋଲିସ ଜିମା ଦେଇ ଚାଲିଯାଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ଏହା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ତରବୋଡ ଫାଣ୍ଡି ଅଧିକାରୀ ଗୌରୀ ଶଙ୍କର ଦାସଙ୍କୁ ପଚାରିବାରେ ପରିବାର ଲୋକେ ବୁଧବାର ଘଟଣା ନେଇ ଲିଖିତ ଭାବରେ ଜଣାଇଛନ୍ତି। ଲଖନା ଥାନା ଅଞ୍ଚଳରେ ଘଟଣା ଘଟିଥିବାରୁ ଲଖନା ଥାନାରେ କେସ ହେବ ବୋଲି କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବେହେରାଙ୍କୁ ପଚାରିବାରେ ଅପହରଣକାରୀଙ୍କ ନାମରେ ଲିଖିତ ଅଭିଯୋଗ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?