ପୁଣି ଚର୍ଚ୍ଚାରେ କିଆରାଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନିଙ୍କ ଯୋଡିକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରିଛି । ବଲିଉଡ ଗପସପ ଗଳିର ଏହି ହଟ ଟପିକ ଉପରେ ସବୁବେଳେ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କିଆରା-ସିଦ୍ଧାର୍ଥ ପରସ୍ପରକୁ ଡେଟ କରୁଥିବା ଆଲୋଚନା ହେଉଥିଲେ ବି ଏମାନେ କେବେ ଏହା ଖୋଲି କହି ନାହାନ୍ତି । ହେଲେ ପୁଣିଥରେ ଏମାନଙ୍କୁ ଏକାଠି ଦେଖିବାକୁ ମିଳିଛି । ତାହାପୁଣି ଅତି ନିକଟରୁ । ଏବେ କିଆରା ଆଡଭାନୀ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ଚର୍ଚ୍ଚା ଯୋର ଧରିଛି ।
ସ୍ୱାଧିନତା ଦିବସ ଅବସରରେ କିଆରା ଆଡଭାନୀ ଶାଢି ପିନ୍ଧିଥିବା ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ କେହି ଜଣେ ତାଙ୍କ ସାମ୍ନାରେ ଜାତୀୟ ପତାକା ଉଡାଉଥିବା ନଜର ଆସିଛି । ହେଲେ ସେହି ବ୍ୟକ୍ତି ଜଣଙ୍କ ପରଦାରେ ନଜର ଆସୁ ନ ଥିବା ବେଳେ କେବଳ ତାଙ୍କ ହାତ ଦେଖାଯାଉଛି । ହେଲେ ଜାତୀୟ ପତାକା ଉଡାଉଥିବା ବ୍ୟକ୍ତି ଆଉ କେହି ନୁହେଁ, ସେ ହେଉଛନ୍ତି ସିଦ୍ଧାର୍ଥ ମାଲହୋତ୍ରା । ଘଟଣା ହେଲା କିଆରା ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ସିଦ୍ଧାର୍ଥଙ୍କୁ କ୍ରପ କରି ଦିଆଯାଇଛି । କେବଳ ତାଙ୍କ ହାତ ନଜର ଆସୁଛି । ହେଲେ କମେଣ୍ଟରେ ସିଦ୍ଧାର୍ଥ ଏହାର ପୋଲ୍ ଖୋଲି ଦେଇଛନ୍ତି । କମେଣ୍ଟରେ ସେ ଲେଖିଛନ୍ତି ଥାଙ୍କସ୍ ଫର କଟିଂ ମି । ଏହାର ଏକ ମଜାଦାର ଜବାବ ବି ଦେଇଛନ୍ତି କିଆରା, ସେ ଲେଖିଛନ୍ତି ତୁମ ହାତ ଏବେବି ନଜର ଆସୁଛି । ବାସ୍ ଏତିକିରେ ଏମାନଙ୍କ ପ୍ରଶଂସକ ଅନୁମାନ ଲଗାଇ ଦେଇଛନ୍ତି ଯେ କିଆରା-ସିଦ୍ଧାର୍ଥଙ୍କ ଭିତରେ କ’ଣ ରହିଛି ସମ୍ପର୍କ ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦରରେ ରାମଚରଣଙ୍କ ଦେଖି ଘେରିଗଲେ ପ୍ରଶଂସକ,‘ଆର୍‌ଆର୍‌ଆର୍‌’ ପତାକା ଦେଖାଇ କଲେ ସ୍ବାଗତ

ମୁମ୍ବାଇ: ଓସ୍କାର ଆଓ୍ବାର୍ଡରେ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତର ବଡ଼ ବିଜୟ ପରେ ଅଭିନେତା ରାମଚରଣ ନିଜ ଦେଶକୁ ଫେରିଛନ୍ତି। ସେ ତାଙ୍କ...

ଆରମ୍ଭରୁ ତ୍ରିମୁଖୀ ଲଢ଼େଇ

ଗତ କିଛିବର୍ଷ ଧରି ଓଡ଼ିଆ ସିନେମାର ନିର୍ମାଣ ଏବଂ ରିଲିଜ ସଂଖ୍ୟା ୩୦ ଅତିକ୍ରମ କରିଛି। ୨୦୧୯ରେ ୩୪ଟି ସିନେମାର ପରଦା ଉପରକୁ ଆସିଥିଲା। ଚଳିତବର୍ଷ...

ବିବାହ ପୂର୍ବରୁ ଭାଙ୍ଗିଲା ପ୍ରିୟଙ୍କା ଚୋପ୍ରାଙ୍କ ଭାଇଙ୍କ ନିର୍ବନ୍ଧ, କନିକାଙ୍କ ଭଳି ଇଶିତା ଛାଡ଼ିଲେ ହାତ

ମୁମ୍ବାଇ: ପୁଣି ଥରେ ଭାଙ୍ଗିଛି ପିସି ଓରଫ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥଙ୍କ ନିର୍ବନ୍ଧ। ପ୍ରଥମେ ୨୦୧୪ ମସିହାରେ କନିକା ମାଥୁରଙ୍କ ସହ ସିଦ୍ଧାର୍ଥଙ୍କ...

ଅକ୍ଷୟ କୁମାରଙ୍କୁ କଟ୍ରିନା ପଚାରିଲେ ‘ତୁମକୁ ରାଖୀ ବାନ୍ଧି ପାରିବି କି?’; ଜବାବରେ ଚାପୁଡ଼ା….

ବମ୍ବେ: ସୁନ୍ଦରୀ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ମନ ଆତୁର ହୋଇପାରେ। ହେଲେ ଯଦି ରାଖୀ ବାନ୍ଧିବାକୁ କୁହାଯାଏ, ତେବେ ଉତ୍ତର ନା ହେବା ସ୍ବାଭାବିକ।...

କରୋନା ଆକ୍ରାନ୍ତ ହେଲେ ଆଉ ଜଣେ ବଲିଉଡ୍‌ ଅଭିନେତା

ନୂଆଦିଲ୍ଲୀ, ୬।୧୦: ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନେ ରାଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ୩୬ ବର୍ଷୀୟ ହର୍ଷବର୍ଦ୍ଧନେ ନିଜେ...

‘ଦୁଇ ବର୍ଷ ପର୍ଯ୍ୟନ୍ତ କାହାକୁ ପ୍ରେମ କରିବାର ନାହିଁ’

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏମିତି ଏକ ଶପଥ ନେଇଛନ୍ତି ଯାହାକି କୌଣସି ଯୁବତୀ ଯୁବକଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ପରେ ହିଁ ଦେଖିବାକୁ ମିଳିଥାଏ। ଜାହ୍ନବୀ...

ତୈମୁରଙ୍କ ସ୍ବେଟରର ଦାମ୍‌ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଜଣେ ଲୋକପ୍ରିୟ ଷ୍ଟାର କିଡ୍‌। ଗତ ଡିସେମ୍ବର ୨୦ରେ...

କାର୍ତ୍ତିକ-ସାରାଙ୍କ ବ୍ରେକ୍‌ଅପ୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ସାରା ଅଲି ଖାନ୍‌ ଏବଂ କାର୍ତ୍ତିକ ଆର୍ୟନ୍‌ଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର। ବଲିଉଡ୍‌ର ଏହି କ୍ୟୁଟ୍‌ ଲଭ୍‌-ବାର୍ଡଙ୍କ ବ୍ରେକ୍‌ଅପ୍‌...

Advertisement
Archives

Model This Week