ବଲିଉଡ୍‌ରେ ଧମାଲ କରିବେ ଖୁସି!

ମୁମ୍ବାଇ: ବଲିଉଡର ଏଭରଗ୍ରୀନ ନାୟିକା ଶ୍ରୀଦେବି ଓ ନିର୍ଦ୍ଦେଶକ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବଡ ଝିଅ ଜାହ୍ନବୀ କପୁର ଫିଲ୍ମ ‘ଧଡକ’ ମାଧ୍ୟମରେ ବଲିଉଡରେ ଏଣ୍ଟ୍ରି କରିଥିବା ବେଳେ ଏବେ କମାଲ କରିବେ ଖୁସି । ନିକଟରେ ବୋନି କପୁର ଏ ନେଇ ଇସାରା କରିଛନ୍ତି । ଏକ ମିଡିଆ ପୋର୍ଟାଲ ସହ କଥା ହେବା ସମୟରେ ବୋନି କପୁର କହିଛନ୍ତି, ସେ ତାଙ୍କ ଫିଲ୍ମର ଶୁଟିଂ ଏପ୍ରିଲରୁ ଆରମ୍ଭ କରିବାକୁ ଯାଉଛନ୍ତି । ଏହାଠାରୁ ଅଧିକ କିଛି ସୂଚନା ନ ଦେଇ ଖୁବଶୀଘ୍ର ଏ ସମ୍ପର୍କରେ ଜଣାପଡିବ ବୋଲି ବୋନି କହିଥିଲେ । ବୋନି ପୂର୍ବରୁ କହିଥିଲେ ଜାହ୍ନବୀଙ୍କ ପରି ଖୁସି ବି ଅଭିନୟରେ କ୍ୟାରିୟର କରିବାକୁ ଇଚ୍ଛା ରଖିଛନ୍ତି । ପୁଣି ଶୁଣିବାକୁ ମିଳିଥିଲା କି ଖୁସି କପୁର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦାଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯେତେବେଳେ ଏମାନେ ଏକାଠି ଡ୍ୟାନ୍ସ ପ୍ରାକ୍ଟିସ କରୁଥିବା ଦେଖାଯାଇଥିଲା ସେତେବେଳେ ଆଲୋଚନା ହୋଇଥିଲା କି ଖୁସି-ଅଗସ୍ତ୍ୟା ଏକାଠି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୁଣି ଏମାନେ ଶାହାରୁଖଙ୍କ ଝିଅ ସୁହାନା ଖାଁଙ୍କ ସହ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା । ଫିଲ୍ମଟି ଜୋୟା ଅଖତର ନିର୍ମାଣ କରୁଥିବା ବେଳେ ଏହା ‘ଆର୍ଚିଜ’ର ଆଡପଶନ । ହେଲେ ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ କୌଣସି କନଫରମେଶନ ଆସିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଦେବୀଙ୍କ ସହ ଫିଲ୍ମ କରିବାକୁ ମନା କରି ଦେଇଥିଲେ ଅମିର, କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ରୁ ଆରମ୍ଭ କରି ସାଉଥ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅଭିନେତ୍ରୀ ଶ୍ରୀଦେବୀଙ୍କର ବଳିଷ୍ଠ ଅଭିନୟ ଆଜି ବି ଲୋକଙ୍କ ମନରୁ ଲିଭୁନି। ସାଧାରଣତଃ ଯୁବଷ୍ଟାରମାନେ ଶ୍ରୀଦେବୀଙ୍କ...

୨୨ ବର୍ଷରେ ୭୨ କୋଟି ଟଙ୍କାର ମାଲିକାଣୀ ଅନନ୍ୟା

ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଅଢେଇ ଘଣ୍ଟା ପଚରାଉଚରା କରିବା ପରେ ଏନସିବି ଆଜି ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି। ଅନନ୍ୟାଙ୍କୁ...

ମନେପଡ଼େ ପିଲାଦିନ

ବଲିଉଡ୍‌ର ଅନ୍ୟତମ ଆଗଧାଡ଼ି ନାୟକା ଭାବରେ କରୀନା କପୁର ବେଶ୍‌ ପରିଚିତ। ତାଙ୍କର ପିଲାଦିନ କିପରି କଟିଥିଲା ଏ ସମ୍ପର୍କରେ ନିକଟରେ ଏକ କାର୍ଯ୍ୟକ୍ରମରେ ସେ...

ଅଭିନୟ ଜଗତରେ କ୍ୟାରିୟର କରିବେ ସଚିନ୍‌ଙ୍କ ଝିଅ ସାରା

କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି ବୃତ୍ତିଗତ ଜୀବନ ଯାଏ...

ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ପାଣ୍ଠି ଖୋଲିଲେ ଏକତା କପୁର: ଲୋକେ କହିଲେ ଏପରି…

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ୨ ମାସ ବିତିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁକୁ ପରିବାର ତଥା ପ୍ରଶଂସକମାନେ ଗ୍ରହଣ...

କନ୍ନଡ ଫିଲ୍ମ ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ପରଲୋକ

ବେଙ୍ଗାଲୁରୁ,୧୦ ।୧୦: କନ୍ନଡ ଫିଲ୍ମର ଜଣାଶୁଣା ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କର ଶୁକ୍ରବାର ରାତିରେ ୮୪ ବର୍ଷ ବୟରେ ପରଲୋକ ହୋଇଛି । ତାଙ୍କ ପୁଅ ତ୍ରିପନ...

ଶେଷରେ ମାଗିଲେ କ୍ଷମା

ବମ୍ବେ: ଭଗବାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିବା ପରେ କ୍ଷମା ମାଗିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ତାଙ୍କ ଅନ୍ତଃବସ୍ତ୍ର...

ଦେଢ ବର୍ଷ ବୟସରେ ଯୋଗ କଲେ ତୈମୁରଙ୍କ ଭଉଣୀ

ମୁମ୍ବାଇ: ଷ୍ଟାର୍‌ କିଡ୍‌ଙ୍କର କ୍ରେଜ୍‌ ଟିକେ ଅଲଗା। ବିଶେଷ କରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏମାନଙ୍କ ଫଟୋ ଦେଖିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ।...

Advertisement
Archives

Model This Week