Posted inଜାତୀୟ

ରାହୁଲଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ଖୁସବୁ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସରକାର ବୁଧବାର ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ କିଛି ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଇତିମଧ୍ୟରେ ଫିଲ୍ମ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଖୁସବୁ ସୁନ୍ଦର ମୋଦି ସରକାରଙ୍କ ନୂଆ ଶିକ୍ଷାନୀତିକୁ ସ୍ବାଗତ କରିଛନ୍ତି। ଏହାପରେ ସେ ଟୁଇଟ୍‌ କରି ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ଶିକ୍ଷାନୀତିକୁ ନେଇ ଖୁସବୁ ୪ଟି ଟୁଇଟ୍‌ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ନୂଆ ଶିକ୍ଷାନୀତକୁ ମୁଁ ସ୍ବାଗତ କରୁଛି। ଏଥିପାଇଁ ମୁଁ ଦଳରୁ ବାହାରକୁ ଚାଲି ଯାଇଥିବାରୁ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରୁଛି। ସେ କହିଛନ୍ତି ମୁଁ ମୂର୍ତ୍ତି ବା ରୋବୋ ଭଳି ମୁଣ୍ଡ ହଲାଇବା ଠିକ୍‌ ନ ଭାବି ତଥ୍ୟ ଉପରେ ବିଶ୍ୱାସ କରିଛି। ସବୁକଥାରେ ଆମେ ଆମ ନେତାଙ୍କ ସହ ସହମତ ହୋଇ ପାରୁନୁ କିନ୍ତୁ ନାଗରିକ ଭାବେ ସାହସର ସହ ନିଜର ରାୟ ଦେଇପାରୁଛୁ। ରାଜନୀତିର ଅର୍ଥ ନୁହେଁ ହୋହଲ୍ଲା କରିବା ବରଂ ମିଳିମିଶି କାମ କରିବାକୁ ରାଜନୀତି କୁହାଯାଏ ବୋଲି ଖୁସବୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଛୁଇଁଲା: ମହାରାଷ୍ଟ୍ରରେ ସର୍ବାଧିକ ୧୦

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୩୯ ଛୁଇଁଛି। ମଙ୍ଗଳବାର କେରଳରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ...

ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି।...

ଅନୁଶାସନହୀନତା ପାଇଁ ତାଗିଦ୍‌ ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୧୦: ଅନୁଶାସନହୀନତା ପାଇଁ କୌଣସି ଶିକ୍ଷାର୍ଥୀ ତାଗିଦ୍‌ କରିବା ଆତ୍ମହତ୍ୟା କରିବାକୁ ଉସୁକାଇବା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଛାତ୍ରୀ ଛାତ୍ରଙ୍କୁ...

ମହିଳା ନିର୍ଯାତନା, ଉତ୍ତରପ୍ରଦେଶ ଆଗରେ-ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୮।୨ : ଅଲୱାରରେ ନାବାଳିକା ହୁଅନ୍ତୁ କିମ୍ବା ଉତ୍ତରପ୍ରଦେଶର ମହିଳା ହୁଅନ୍ତୁ, ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏହି...

ନଏଡାରେ ସୁସ୍ଥ ହୋଇଥିବା ୨ବ୍ୟକ୍ତି ପୁଣି କରୋନା ପଜିଟିଭ୍‌

ନଏଡା,୧୩।୪: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ୨ଜଣ ବ୍ୟକ୍ତି କରୋନାରେ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ...

ବଦାନତା ଦେଖାଇଲା ଭାରତ: ପାକିସ୍ତାନକୁ ପଠାଇଲା ମୃତଦେହ

ଶ୍ରୀନଗର,୫।୯: ଫିଦାୟିନ ଆକ୍ରମଣକାରୀ ତବାରକ ହୁସୈନ୍‌ଙ୍କ ମୃତଦେହ ପାକିସ୍ତାନକୁ ହସ୍ତାନ୍ତର କର ନିଜର ବଦାନତା ଦେଖାଇଛି ଭାରତ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୬ମିନିଟ୍‌ରେ ହୁସୈନଙ୍କ...

ଅଲଗା ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ ମିଳୁଛି କରୋନା ଭାଇରସ

ନୂଆଦିଲ୍ଲୀ,୧୯ ।୮: ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟ ରୋଗର ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ନିକଟରେ କରୋନା...

ମହାରାଷ୍ଟ୍ର ପରେ ଗୋଆରେ ବି ଭାଜପାକୁ ଝଟ୍‌କା ଦେବ ଶିବସେନା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବା ପରେ ପୁରୁଣା ବନ୍ଧୁ ଭାଜପାକୁ ଆଉ ଏକ ଝଟ୍‌କା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ଶିବସେନା।...

Advertisement
Archives

Model This Week