କଲିକତି ଦଳରେ ପରିପୂର୍ଣ୍ଣ ଖରଖରା ନାଳ

କଣାସ,୧୦ା୫(ବିଭୂତି ଭୂଷଣ ତ୍ରିପାଠୀ): କେନ୍ଦ୍ର ଓ ରାଜ୍ୟ ସରକାର ନଦୀନାଳର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କଣାସ ବ୍ଲକର ଦୟା ଓ ଲୁଣାନଦୀର ମଧ୍ୟବର୍ତ୍ତୀ ୧୧ଟି ପଞ୍ଚାୟତର ବର୍ଷା ଓ ବନ୍ୟାଜଳ ନିଷ୍କାସନ ପାଇଁ ଥିବା ଖରଖରା ନାଳଟି କଲିକତି ଦଳରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ଚଳିତବର୍ଷର ବର୍ଷା ଓ ବନ୍ୟାଜଳ ନିଷ୍କାସନରେ ବାଧକ ସାଜୁଛି। ତ୍ରିଲୋଚନପୁର, କଣାସ, ସିରେଇ, ବିଜିପୁର, ଅଣ୍ଡରସିଂହ, ଗଡ଼ସାହି, ଖଣ୍ଡହତା, ଆଳିବାଡ଼, ଯାମଳଗୋଦା, ଗଡ଼ିଶାଗୋଦା ଗ୍ରାମ ପଞ୍ଚାୟତର ୭୯ଟି ଗ୍ରାମର ଧାନଜମିରେ ଆଗାମୀ ବର୍ଷାଋତୁରେ ବର୍ଷା ଓ ବନ୍ୟାଜଳ ଲହଡ଼ି ମାରିବାର ସମ୍ଭାବନା ରହିଛି। ଦୟା ଓ ଲୁଣାନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଏହି ୧୧ଟି ଗ୍ରାମପଞ୍ଚାୟତର ବର୍ଷା ଓ ବନ୍ୟାଜଳ ନିଷ୍କାସନ ପାଇଁ କଣାସ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରୁ ଗୋଟିଏ ନାଳ ବଣଗାଁ ଜଗନ୍ନାଥ ସଡ଼କ, ଦାମୋଦରପୁର, ଦୁପୁର ଏବଂ ବ୍ରହ୍ମପଡ଼ା ଦେଇ ଚିଲିକା ମଧ୍ୟକୁ ଜଳ ନିଷ୍କାସନ ପାଇଁ ୧୪କି.ମି. ଧରି ରହିଛି। ପ୍ରତିବର୍ଷ ଉକ୍ତ ନାଳରେ କଲିକତି ଦଳ ଜମା ହୋଇ ପଚି ପୋତି ହୋଇପଡ଼ୁଥିବାବେଳେ ଚଳିତବର୍ଷ କଲିକତି ଦଳ ପୂର୍ଣ୍ଣହୋଇ ଯିବାରୁ ବର୍ଷା ଓ ବନ୍ୟାଜଳ ନିଷ୍କାସନରେ ଗୁରୁତର ବ୍ୟାଘାତ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ବର୍ଷ ଏହି ଅଞ୍ଚଳର ଚାଷୀ ବର୍ଷା ଓ ବନ୍ୟାଜଳ ଜମି ରହୁଥିବାରୁ ଶାରଦ ଫସଲ ହରାଇ ଚାଷୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଏହି ନାଳଟି ଡ୍ରେନେଜ୍‌ ବିଭାଗର ହୋଇଥିବାରୁ, ଡ୍ରେନେଜ୍‌ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନାଙ୍କୁ ପଚାରିବାରୁ, ଦଳ ସଫା କରିବାକୁ ଆମର କୌଣସି ଆର୍ଥିକ ବ୍ୟବସ୍ଥା ନାହିଁ। କିନ୍ତୁ ନାଳଗୁଡିକ ପ୍ରତି ୫ ବର୍ଷରେ ଥରେ ଲେଖାଏଁ ଖୋଳା ହେବାର ବ୍ୟବସ୍ଥା ରହିଛି। ୪ ବର୍ଷ ହେଲା ଖୋଳା ହୋଇ ନ ଥିବାରୁ ନାଳଗୁଡ଼ିକ ପୋତି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?