ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ବାବା ଖଣ୍ଡୁଆ ବୁଢ଼ା ଏବଂ ମା’ ଡୋକରୀ ବୁଢ଼ୀଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଏହି ପାରମ୍ପରିକ ଗଣଯାତ୍ରା କେବଳ ଧାର୍ମିକ ରୀତିନୀତିରେ ସୀମିତ ନରହି ଏକ ବଡ଼ ଜନଆନ୍ଦୋଳନର ରୂପ ନେବାକୁ ଯାଉଛି। ନିଜର ଭିଟାମାଟି, ଜଳ-ଜଙ୍ଗଲ-ଜମି ଏବଂ ଅସ୍ତିତ୍ୱର ସୁରକ୍ଷା ପାଇଁ ପାହାଡ଼ ଉପରେ ଏକତ୍ରିତ ହେବାକୁ ଥିବା ହଜାର ହଜାର ମୂଳନିବାସୀ ପ୍ରସ୍ତାବିତ ଖଣ୍ଡୁଆଳ ମାଳି ଖଣି ଖନନ ବିରୋଧରେ ଏକ ବଜ୍ର ଶପଥ ନେବେ, ଯାହା ଚଳିତ ବର୍ଷ ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଛି।

ସୂଚନାଯୋଗ୍ୟ ଯେ, ଅଞ୍ଚଳରେ ଚାଲିଥିବା ଖଣି ବିରୋଧୀ ଜନଆନ୍ଦୋଳନ ଯୋଗୁଁ ଗତ ମାର୍ଚ୍ଚ ମାସରେ ହେବାକୁ ଥିବା ଏହି ଶତାବ୍ଦୀ ପ୍ରାଚୀନ ଯାତ୍ରା ସଠିକ୍ ସମୟରେ ହୋଇପାରି ନଥିଲା। ‘ଖଣ୍ଡୁଆଳ ମାଳି ସୁରକ୍ଷା ସମିତି’ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଆସନ୍ତା ୧୯ ତାରିଖ ସକାଳୁ ପାରମ୍ପାରିକ ରୀତିନୀତି ଅନୁସାରେ ବାବା ଖଣ୍ଡୁଆଳ ଦେବତାଙ୍କ ଅନେକ ପୂଜାବିଧି ଆରମ୍ଭ ହେବ। ମୁଖ୍ୟ ପୂଜକ ରମସିଂ ମାଝୀ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରିବେ ଏବଂ ଶ୍ରଦ୍ଧାଳୁମାନେ ସୃଷ୍ଟିର କଲ୍ୟାଣ ଉଦ୍ଦେଶ୍ୟରେ ମାନସିକ ଅନୁସାରେ ବଳି ପ୍ରଦାନ କରିବେ।

ମୂଳନିବାସୀଙ୍କ ଅଭିଯୋଗ ଅନୁଯାୟୀ, ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଓ ପେସା (PESA) ଆଇନକୁ ଉଲ୍ଲଂଘନ କରି ଗ୍ରାମସଭାର ବିନା ସମ୍ମତିରେ ପ୍ରାକୃତିକ ସମ୍ପଦ ଲୁଟ୍ ଓ ପୋଲିସ ଦମନ ଚାଲିଛି। ଏହାର ପ୍ରତିବାଦରେ ସମସ୍ତ ବୁଦ୍ଧିଜୀବୀ ଓ ସାମ୍ବାଦିକ ବନ୍ଧୁ ମୂଳନିବାସୀଙ୍କ ଜୀବନ ଜୀବିକାର ଏହି ଲଢ଼େଇକୁ ସମର୍ଥନ କରିବାର କାର୍ଯ୍ୟକ୍ରମ ରହିଛି। ପାର୍ଶ୍ୱବର୍ତ୍ତୀ ୭ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହଯୋଗରେ ହେଉଥିବା ଏହି ଯାତ୍ରାରେ ରାତିରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା କରାଯାଇଛି।

ଏହି ମାଳି ପର୍ବକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ‘ଖଣ୍ଡୁଆଳ ମାଳି ସୁରକ୍ଷା ସମିତି’ର ସଭାପତି କାର୍ତ୍ତିକ ମାଝୀ, ଦୁଷ୍ଟି ମାଝୀ, ରାମକୃଷ୍ଣ ମାଝୀ, ଲିଙ୍ଗୁ ମାଝୀ, କୁନି ମାଝୀ, ଚମ୍ପା ମାଝୀ, ଲୋକନାଥ ମାଝୀ, ବୈଦ୍ୟନାଥ )ନାୟକ, ବନ ମାଝୀ, ଘାସି ମାଝୀ, କୁଞ୍ଜ ମାଝୀ, ମାଧବ ବେନିଆ, ଜିତେନ୍ଦ୍ର ବେନିଆ, ବିକାଶ ମାଝୀ ଓ ବ୍ରିଟିଶ କୁମାର ପ୍ରମୁଖ ସଦସ୍ୟମାନେ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି। ଯାତ୍ରାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରିବା ପରେ ବାଇକ୍‌ ସହ ମୃତଦେହ ଫିଙ୍ଗି ଦେଇଥିଲେ ୧୨ ଅଭିଯୁକ୍ତ, ଆଜି ପୂରା ଘଟଣାର ପର୍ଦ୍ଦାଫାଶ କରି…

ଗୁଣପୁର,୧୭ା୯(ସୁଜାତା ପାଢ଼ୀ/ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ନୂଆଲବା ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା।…

ଦିଗପହଣ୍ଡିରେ ଆଶ୍ଚର୍ଯ୍ୟଜନକ ଘଟଣା; ସ୍ୱପ୍ନାଦେଶ ପରେ ମାଟିତଳୁ ମିଳିଲା ମା’ କାଳୀଙ୍କ ମୂର୍ତ୍ତି, ଗାଁ ଲୋକଙ୍କ ପୂଜାର୍ଚ୍ଚନା

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଘର…

ଛତ୍ରପୁର ସହରରେ କୁକୁର-ମାଙ୍କଡ଼ଙ୍କ ଉପଦ୍ରବ, ନିୟନ୍ତ୍ରଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି…

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଜିଲାର ସଦରମହକୁମା ଛତ୍ରପୁର ସହରରେ ବୁଲା କୁକୁର ଓ ମାଙ୍କଡ଼ଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।…

ଆର୍ଯ୍ୟପଲ୍ଲୀରେ କୂଳ ଖାଇ ଚାଲିଛି ସମୁଦ୍ର, ପ୍ରତିଶ୍ରୁତି ଦେଇ ରକ୍ଷଣାବେକ୍ଷଣ ଦାୟିତ୍ୱ ଭୁଲିଗଲା କମ୍ପାନୀ

ଛତ୍ରପୁର,୧୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ତୀବ୍ର ସମୁଦ୍ର କୂଳ…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

ସ୍କୁଟିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅଡବା ପୋଲିସ, ବ୍ୟାଗରୁ ମିଳିଲା

ମୋହନା,୧୭।୯(ମନ୍ମଥ ମିଶ୍ର): ସ୍କୁଟିରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ । ପୋଲିସ ଚେକିଂ ବେଳେ ଧରାପଡ଼ିଲା ଚାଲାଣକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ପାରାଦୀପ ଚଳଚଞ୍ଚଳ: ଆଜିଠାରୁ ୨୩ ପର୍ଯ୍ୟନ୍ତ ପୂଜା ପାଇବେ ପ୍ରଭୁ ବିଶ୍ୱକର୍ମା

ପାରାଦୀପ,୧୭।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହେଉଛି। ଏହା ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆୟୋଜକମାନଙ୍କ ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?