Posted inଜାତୀୟ

ତେଜୁଛି ଖଲିସ୍ତାନୀ ସ୍ବର

ଚଣ୍ଡିଗଡ଼/ନୂଆଦିଲ୍ଲୀ/ଲଣ୍ଡନ/ଓ୍ବାଶିଂଟନ, ୨୪ା୩:ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କୁ ଧରିବାକୁ ଯାଇ ପଞ୍ଜାବ ପୋଲିସ ନାକେଦମ ହେଲାଣି। ସପ୍ତାହେ ହେଲା ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ନିଶା ନିବାରଣ କେନ୍ଦ୍ର ଚଳାଇବା ନାଁରେ ଅମ୍ରିତ୍‌ପାଲ ଯୁବବର୍ଗଙ୍କୁ ଅସ୍ତ୍ର ଶିକ୍ଷାଦେବା ସହ ଆତ୍ମଘାତୀ ବୋମା ସାଜିବା ଲାଗି ପ୍ରବର୍ତ୍ତାଉଥିଲେ। ଶନିବାର ପୋଲିସ ତାଙ୍କୁ ଧରିବା ପାଇଁ ତନାଘନା ଚଳାଇଥିବାବେଳେ ସେ ଏକ ମର୍ସିଡିସ୍‌ ଏସ୍‌ୟୁଭିରେ ପଳାଇଯାଇ ପରେ ଏକ କାର୍‌ ଓ ବାଇକରେ ଖସିଯିବାକୁ ସକ୍ଷମ ହୋଇଥିଲେ। ଭାରତରେ ଖଲିସ୍ତାନୀ ଆନ୍ଦୋଳନ ତେଜିବା ଉଦ୍ୟମ ପଛରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା ପୋଲିସ ସନ୍ଦେହ କରୁଛି। ତାଙ୍କ ସଂଗଠନକୁ ଭାରତ ବିରୋଧୀ କାର୍ଯ୍ୟ ପାଇଁ ବିଦେଶରୁ ବିପୁଳ ପାଣ୍ଠି ଆସୁଥିବା ମଧ୍ୟ ସନ୍ଦେହ କରାଯାଉଛି। ଭାରତରେ ଶାନ୍ତି ଓ ସଦ୍‌ଭାବନା ଭଙ୍ଗ କରିବା ସହ ଅସ୍ଥିରତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଅମ୍ରିତ୍‌ପାଲଙ୍କ ସମେତ ତାଙ୍କ ‘ଓ୍ବାରିସ୍‌ ପଞ୍ଜାବ ଡେ’ ସଂଗଠନ ସହ ସମ୍ପୃକ୍ତ ୫ ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ)ରେ ମାମଲା ରୁଜୁ ହୋଇଛି। ଅସ୍ତ୍ରଶସ୍ତ୍ର ଜବତ ପରେ ଅମ୍ରିତ୍‌ପାଲଙ୍କୁ ଜଣେ ଆତଙ୍କବାଦୀ ବିବେଚନା କରି ତାଙ୍କ ବିରୋଧରେ ତଦନ୍ତ ଚଳାଇବାକୁ ଉଦ୍ୟମ ହେଉଛି। ଭାରତ ବିରୋଧୀ ଖଲିସ୍ତାନୀ ସ୍ବର ଦେଶ ବାହାରେ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ, ବ୍ରିଟେନ ଓ ଆମେରିକାରେ ମଧ୍ୟ ଭାରତୀୟ ମିଶନକୁ ଟାର୍ଗେଟ କରାଯାଉଛି।
ଗତ କିଛି ମାସ ହେଲା ଅଷ୍ଟ୍ରେଲିଆରେ ଖଲିସ୍ତାନୀମାନେ ଭାରତୀୟ ମିଶନ ଓ ମନ୍ଦିରକୁ ଟାର୍ଗେଟ କରିଆସୁଛନ୍ତି। ମେଲବୋର୍ନରେ ଖଲିସ୍ତାନୀ ସମର୍ଥକ ଏବଂ ଭାରତ ସପକ୍ଷବାଦୀ ବିକ୍ଷୋଭକାରୀଙ୍କ ମଧ୍ୟରେ ଦୁଇଥର ସଂଘର୍ଷ ଘଟିଲାଣି। ସେମାନେ ପଞ୍ଜାବ ସ୍ବାଧୀନତା ପାଇଁ ତଥାକଥିତ ଗଣଭୋଟ ନିମନ୍ତେ ଉଦ୍ୟମ ଚଳାଇଛନ୍ତି। ନିକଟରେ ଲଣ୍ଡନ ଏବଂ ଆମେରିକାର ସାନ୍‌ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ମିଶନକୁ ଖଲିସ୍ତାନୀ ବିକ୍ଷୋଭକାରୀମାନେ ଟାର୍ଗେଟ କରିଥିଲେ। ରବିବାର ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ବିଲ୍ଡିଂରୁ ଜାତୀୟ ପତାକା ଓହ୍ଲାଇଦେଇଥିଲେ। ସେହିଦିନ ଆମେରିକାର ସାନ୍‌ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ବାଣିଜି୍ୟକ ଦୂତାବାସ ଉପରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଖଲିସ୍ତାନୀ ପତାକା ଲାଗିଥିବା ଏକ କାଠ ବଟ୍‌ରେ ଭାରତୀୟ କନ୍‌ସୁଲେଟ୍‌ ବିଲ୍ଡିଂର କାଚ ଦ୍ୱାର ଓ ଝରକା ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଖଲିସ୍ତାନୀ ପତାକା ଧରିଥିବା ସମର୍ଥକମାନେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟରସ୍ଥିତ ଭାରତୀୟ ହାଇକମିଶନଙ୍କ କାର୍ଯ୍ୟାଳୟ ବିଲ୍ଡିଂରୁ ତ୍ରିରଙ୍ଗା ହଟାଇଦେବା ପରେ ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସମର୍ଥକମାନେ ଖଲିସ୍ତାନୀ ସ୍ଲୋଗାନ ଦେବା ସହ ବିଲ୍ଡିଂ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବ୍ୟାପକ ସୁରକ୍ଷା ବଳ ମୁତୟନ ସତ୍ତ୍ୱେ ବୁଧବାର ପ୍ରାୟ ୨,୦୦୦ ବିକ୍ଷୋଭକାରୀ ଖଲିସ୍ତାନୀ ପତାକା ଧରି ଭାରତୀୟ ମିଶନ ନିକଟରେ ପହଞ୍ଚତ୍ ବିକ୍ଷୋଭ ପାଇଁ ଯୋଜନା କରିଥିଲେ। ସେମାନେ ଟେକାମାଡ଼ କରିବା ସହ ସ୍ଲୋଗାନ ଦେଇଥିଲେ। ଲଣ୍ଡନରେ ଖଲିସ୍ତାନୀ ସମର୍ଥକଙ୍କ ଭାରତ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?