୩୨୦ କୋଟି ଓଟିଟି ରାଇଟସ୍‌ରେ ବିକ୍ରି ହେଲା କେଜିଏଫ୍ ୨

ମୁମ୍ବାଇ: କନ୍ନଡ ଫିଲ୍ମ କେଜିଏଫ୍ ୨ ଦିନକୁ ଦିନ ନୂଆ ରେକର୍ଡ କରୁଛି । ୧୪ ଏପ୍ରିଲରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । କେଜିଏଫ୍ ୨ ଓଟିଟି ରାଇଟ୍ସକୁ ନେଇ ଏକ ବଡ ଖବର ଆସିଛି । ରେକର୍ଡ ପରିମାଣର ଅର୍ଥରେ ଏହାକୁ ଓଟିଟି ପ୍ଲାଟଫର୍ମ କ୍ରୟ କରିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଓଟିଟି ରାଇଟ୍ସ ୩୨୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଫିଲ୍ମ ୨୭ ମେ’ ପରେ ଓଟିଟିରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହେବ । ଏହି ଡିଲ ପରେ ଫ୍ୟାନ୍ସ ବଡ ପରଦାରେ ରକି ଭାଇଙ୍କ ଜଲୱା ଦେଖିବା ପରେ ଏବେ ନିଜର ମିନି ସ୍କ୍ରିନରେ ଫିଲ୍ମର ମଜା ଉଠାଇବେ । ସୂଚନାଯୋଗ୍ୟ, କେଜିଏଫ୍ ୨ ବ୍ୟବସାୟରେ ଚତୁର୍ଥ ବଡ ଫିଲ୍ମ ଯାହା ଏପର୍ଯ୍ୟନ୍ତ ୧୦୦୦କୋଟିରୁ ଅଧିକ ଆୟ କରି ସାରିଲାଣି ।
କେଜିଏଫ୍ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକମାତ୍ର ଫିଲ୍ମ ଯାହା ସବୁଠାରୁ ଅଧିକ ଆୟ କରିଛି । ଏହା ପୂର୍ବରୁ କୌଣସି ଫିଲ୍ମ ୧୦୦୦ କୋଟି ଛୁଇଁ ପାରି ନ ଥିଲେ । କେଜିଏଫ୍ ଚାପ୍ଟର ୨ ରିଲିଜ୍ ହେଉ ହେଉ ସକ୍‌ସେସ୍‌ର ଧ୍ୱଜା ଉଡାଇଥିଲା । ଏହା ପ୍ରଥମ ୱିକଏଣ୍ଡରେ ୫୫୨ କୋଟି ଆୟ କରି ସାରିଥିଲା । ଫିଲ୍ମର ବଜେଟ ୧୦୦ କୋଟି ଥିବା ବେଳେ ଏବେ ଏହା ୧୦୦୦ କୋଟି ଆୟ କରି ସାରିଲାଣି । ଆଗକୁ ବି ଆୟ ଜାରି ରହିଛି ।
ସୂଚନାଯୋଗ୍ୟ, ୟଶ ଫିଲ୍ମରେ ରକି ଭୂମିକାରେ ନଜର ଆସିଛନ୍ତି । ଏଥିରେ ଶ୍ରୀନିଧି ସେଟ୍ଟି, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ଅର୍ଚନା ଜୋଇସ ଓ ପ୍ରକାଶ ରାଜ ମୁଖ୍ୟ ଭୂମିକାରେ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଏହାର ପ୍ରଥମ ଭାଗ ୨୦୧୮ରେ ରିଲିଜ୍ ହୋଇଥିଲା ଯାହା ସୁପରହିଟ୍ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?