୩୨୦ କୋଟି ଓଟିଟି ରାଇଟସ୍‌ରେ ବିକ୍ରି ହେଲା କେଜିଏଫ୍ ୨

ମୁମ୍ବାଇ: କନ୍ନଡ ଫିଲ୍ମ କେଜିଏଫ୍ ୨ ଦିନକୁ ଦିନ ନୂଆ ରେକର୍ଡ କରୁଛି । ୧୪ ଏପ୍ରିଲରେ ରିଲିଜ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । କେଜିଏଫ୍ ୨ ଓଟିଟି ରାଇଟ୍ସକୁ ନେଇ ଏକ ବଡ ଖବର ଆସିଛି । ରେକର୍ଡ ପରିମାଣର ଅର୍ଥରେ ଏହାକୁ ଓଟିଟି ପ୍ଲାଟଫର୍ମ କ୍ରୟ କରିଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଫିଲ୍ମର ଓଟିଟି ରାଇଟ୍ସ ୩୨୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଫିଲ୍ମ ୨୭ ମେ’ ପରେ ଓଟିଟିରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହେବ । ଏହି ଡିଲ ପରେ ଫ୍ୟାନ୍ସ ବଡ ପରଦାରେ ରକି ଭାଇଙ୍କ ଜଲୱା ଦେଖିବା ପରେ ଏବେ ନିଜର ମିନି ସ୍କ୍ରିନରେ ଫିଲ୍ମର ମଜା ଉଠାଇବେ । ସୂଚନାଯୋଗ୍ୟ, କେଜିଏଫ୍ ୨ ବ୍ୟବସାୟରେ ଚତୁର୍ଥ ବଡ ଫିଲ୍ମ ଯାହା ଏପର୍ଯ୍ୟନ୍ତ ୧୦୦୦କୋଟିରୁ ଅଧିକ ଆୟ କରି ସାରିଲାଣି ।
କେଜିଏଫ୍ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକମାତ୍ର ଫିଲ୍ମ ଯାହା ସବୁଠାରୁ ଅଧିକ ଆୟ କରିଛି । ଏହା ପୂର୍ବରୁ କୌଣସି ଫିଲ୍ମ ୧୦୦୦ କୋଟି ଛୁଇଁ ପାରି ନ ଥିଲେ । କେଜିଏଫ୍ ଚାପ୍ଟର ୨ ରିଲିଜ୍ ହେଉ ହେଉ ସକ୍‌ସେସ୍‌ର ଧ୍ୱଜା ଉଡାଇଥିଲା । ଏହା ପ୍ରଥମ ୱିକଏଣ୍ଡରେ ୫୫୨ କୋଟି ଆୟ କରି ସାରିଥିଲା । ଫିଲ୍ମର ବଜେଟ ୧୦୦ କୋଟି ଥିବା ବେଳେ ଏବେ ଏହା ୧୦୦୦ କୋଟି ଆୟ କରି ସାରିଲାଣି । ଆଗକୁ ବି ଆୟ ଜାରି ରହିଛି ।
ସୂଚନାଯୋଗ୍ୟ, ୟଶ ଫିଲ୍ମରେ ରକି ଭୂମିକାରେ ନଜର ଆସିଛନ୍ତି । ଏଥିରେ ଶ୍ରୀନିଧି ସେଟ୍ଟି, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ଅର୍ଚନା ଜୋଇସ ଓ ପ୍ରକାଶ ରାଜ ମୁଖ୍ୟ ଭୂମିକାରେ ରହିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଏହାର ପ୍ରଥମ ଭାଗ ୨୦୧୮ରେ ରିଲିଜ୍ ହୋଇଥିଲା ଯାହା ସୁପରହିଟ୍ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri