Posted inଜାତୀୟ

୨୬/୧୧ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦିଆଯାଉଛି: ଜୟଶଙ୍କର

ମୁମ୍ବାଇ,୨୯ା୧୦: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଯୋଜନା ପ୍ରସ୍ତୁତକାରୀଙ୍କୁ ଦଣ୍ଡ ଦିଆ ନ ଯାଇ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହା ସାମୂହିକ ବିଶ୍ୱସନୀୟତାକୁ ଦୁର୍ବଳ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶୁକ୍ରବାର କହିଛନ୍ତି। ଯେତେବେଳେ କେତେଜଣ ଆତଙ୍କବାଦୀଙ୍କୁ ବହିଷ୍କାର ପାଇଁ ପ୍ରସ୍ତାବ ଦିଆଯାଉଛି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି), ଦୁଃଖର କଥା ଯେ ରାଜନୈତିକ ବାଧ୍ୟବାଧକତାରୁ ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସମର୍ଥ ହେଉଛି। ଆତଙ୍କବାଦୀଙ୍କ ପାଇଁ ଉଦ୍ଦିଷ୍ଟ ନୂଆ ପ୍ରଯକ୍ତି ବ୍ୟବହାରକୁ ପ୍ରତିରୋଧ କରିବା ଉପରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଜୟଶଙ୍କର ଏହା କହିଛନ୍ତି। ଦକ୍ଷିଣ ମୁମ୍ବାଇର ତାଜ୍‌ ମହଲ ପ୍ୟାଲେସ୍‌ ହୋଟେଲ୍‌ରେ ଏହି ବୈଠକ ଅନୁଷ୍ଠିତ ହେଉଛି। ୨୬/୧୧ ଆକ୍ରମଣରେ ଆତଙ୍କବାଦୀମାନେ ଉକ୍ତ ହୋଟେଲ୍‌କୁ ଟାର୍ଗେଟ କରିଥିଲେ। ପାକିସ୍ତାନରୁ ଲଶ୍କର-ଇ-ତୋଇବା ତାଲିମପ୍ରାପ୍ତ ୧୦ ଆତଙ୍କବାଦୀ ଜଳପଥ ଦେଇ ମୁମ୍ବାଇରେ ପ୍ରବେଶ କରି ସାରା ସହରରେ ଆତଙ୍କ ଖେଳାଇଥିଲେ। ଏହି ଆକ୍ରମଣରେ ୧୪୦ ଭାରତୀୟଙ୍କ ସମେତ ୨୩ ଦେଶର ୨୬ ଜଣ ନାଗରିକ ନିହତ ହୋଇଥିଲେ।
ଆତଙ୍କବାଦୀ ପ୍ରତିହତ କମିଟି ଆଗରେ ଜୟଶଙ୍କର କହିଛନ୍ତି, ପାଣ୍ଠି ହେଉଛି ଆତଙ୍କବାଦୀମାନଙ୍କ ଜୀବନ। ଆତଙ୍କବାଦୀମାନେ ସେମାନଙ୍କ ସଂଗଠନ ତିଷ୍ଠି ରହିବା ସହ ଆକ୍ରମଣ ଲାଗି ପାଣ୍ଠି ଓ ସମ୍ବଳ ଆବଶ୍ୟକ କରିଥାନ୍ତି। ସେମାନଙ୍କୁ ଆବଶ୍ୟକ ସମ୍ବଳ ଯୋଗାଣ ଜାରି ରହିଥିବାରୁ ସେମାନଙ୍କ ସଂଗଠନ ବଢ଼ିଚାଲିଛି। ଆତଙ୍କବାଦର ମୁକାବିଲା ପାଇଁ ପାଣ୍ଠି ଯୋଗାଣ ବନ୍ଦ କରିବା ସବୁଠୁ ବଡ଼ ପଦକ୍ଷେପ ବୋଲି ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri