Posted inଜାତୀୟ

୨୬/୧୧ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦିଆଯାଉଛି: ଜୟଶଙ୍କର

ମୁମ୍ବାଇ,୨୯ା୧୦: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ଯୋଜନା ପ୍ରସ୍ତୁତକାରୀଙ୍କୁ ଦଣ୍ଡ ଦିଆ ନ ଯାଇ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହା ସାମୂହିକ ବିଶ୍ୱସନୀୟତାକୁ ଦୁର୍ବଳ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଶୁକ୍ରବାର କହିଛନ୍ତି। ଯେତେବେଳେ କେତେଜଣ ଆତଙ୍କବାଦୀଙ୍କୁ ବହିଷ୍କାର ପାଇଁ ପ୍ରସ୍ତାବ ଦିଆଯାଉଛି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି), ଦୁଃଖର କଥା ଯେ ରାଜନୈତିକ ବାଧ୍ୟବାଧକତାରୁ ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅସମର୍ଥ ହେଉଛି। ଆତଙ୍କବାଦୀଙ୍କ ପାଇଁ ଉଦ୍ଦିଷ୍ଟ ନୂଆ ପ୍ରଯକ୍ତି ବ୍ୟବହାରକୁ ପ୍ରତିରୋଧ କରିବା ଉପରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଜୟଶଙ୍କର ଏହା କହିଛନ୍ତି। ଦକ୍ଷିଣ ମୁମ୍ବାଇର ତାଜ୍‌ ମହଲ ପ୍ୟାଲେସ୍‌ ହୋଟେଲ୍‌ରେ ଏହି ବୈଠକ ଅନୁଷ୍ଠିତ ହେଉଛି। ୨୬/୧୧ ଆକ୍ରମଣରେ ଆତଙ୍କବାଦୀମାନେ ଉକ୍ତ ହୋଟେଲ୍‌କୁ ଟାର୍ଗେଟ କରିଥିଲେ। ପାକିସ୍ତାନରୁ ଲଶ୍କର-ଇ-ତୋଇବା ତାଲିମପ୍ରାପ୍ତ ୧୦ ଆତଙ୍କବାଦୀ ଜଳପଥ ଦେଇ ମୁମ୍ବାଇରେ ପ୍ରବେଶ କରି ସାରା ସହରରେ ଆତଙ୍କ ଖେଳାଇଥିଲେ। ଏହି ଆକ୍ରମଣରେ ୧୪୦ ଭାରତୀୟଙ୍କ ସମେତ ୨୩ ଦେଶର ୨୬ ଜଣ ନାଗରିକ ନିହତ ହୋଇଥିଲେ।
ଆତଙ୍କବାଦୀ ପ୍ରତିହତ କମିଟି ଆଗରେ ଜୟଶଙ୍କର କହିଛନ୍ତି, ପାଣ୍ଠି ହେଉଛି ଆତଙ୍କବାଦୀମାନଙ୍କ ଜୀବନ। ଆତଙ୍କବାଦୀମାନେ ସେମାନଙ୍କ ସଂଗଠନ ତିଷ୍ଠି ରହିବା ସହ ଆକ୍ରମଣ ଲାଗି ପାଣ୍ଠି ଓ ସମ୍ବଳ ଆବଶ୍ୟକ କରିଥାନ୍ତି। ସେମାନଙ୍କୁ ଆବଶ୍ୟକ ସମ୍ବଳ ଯୋଗାଣ ଜାରି ରହିଥିବାରୁ ସେମାନଙ୍କ ସଂଗଠନ ବଢ଼ିଚାଲିଛି। ଆତଙ୍କବାଦର ମୁକାବିଲା ପାଇଁ ପାଣ୍ଠି ଯୋଗାଣ ବନ୍ଦ କରିବା ସବୁଠୁ ବଡ଼ ପଦକ୍ଷେପ ବୋଲି ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri