Posted inଖେଳ

ଲଣ୍ଡନରେ ଘରର ଦାମ୍‌ କେତେ…? ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି…

ନୂଆଦିଲ୍ଲୀ,୧୦।୨: କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ସମୟରେ ଫିଲ୍ଡିଂ କରୁଥିବା ସମୟରେ ବିରାଟ କୋହଲି ଇଲଂଣ୍ଡର ପୂର୍ବତନ ଭେଟେରାନ କେଭିନ୍‌ ପିଟରସେନଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ଏହାପରେ ଲୋକେ ଉଭୟଙ୍କ ଫଟୋ ଦେଖି ନାନାଦି କଳ୍ପନା କରିଥିଲେ। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ମଧ୍ୟ ଏହାକୁ ନେଇ ପିଟରସେନଙ୍କ ପ୍ରଶଂସକଙ୍କୁ ମଜାଦାର ପ୍ରଶ୍ନ ପଚାରିଥିଲେ।

କମେଣ୍ଟେଟର ଭାବେ ପିଟରସେନ ଇଂଲଣ୍ଡ-ଭାରତ ସିରିଜ ଲାଗି ଭାରତରେ ଅଛନ୍ତି। ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବେଶ ଭଲ। ଆହତ ସମସ୍ୟା ଯୋଗୁ ଯେତେବେଳେ ବିରାଟ ପ୍ରଥମ ଦିନିକିଆ ଖେଳି ନ ଥିଲେ ସେତେବେଳେ ସେ ନିଜର ଆଘାତକୁ ପିଟରସେନଙ୍କୁ ଦେଖାଇଥିଲେ। ସେହିଭଳି ଦ୍ୱିତୀୟ ଦିନିକିଆ ସମୟରେ ଉଭୟ ବାଉଣ୍ଡ୍ରି ପାଖରେ ଛିଡ଼ା ହୋଇ କଥା ହୋଇଥିଲେ। ଆକାଶ ଚୋପ୍ରା

ପିଟରସେନ ଆକାଶଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଜବାବ ଦେଇ ହସିଥିଲେ। ସେ କହିଥିଲେ ଯେ, କେବେ ବି ଏସବୁ ଜିନିଷକୁ ବିଶ୍ୱାସ କରନ୍ତୁ ନାହିଁ। ମୁଁ ଏସବୁ ଧାରଣା ବିଷୟରେ ସମାନ କାରଣ ଦେଇପାରେ। ହେଲେ ତାହା କରିବି ନାହିଁ।

 

View this post on Instagram

 

A post shared by Star Sports India (@starsportsindia)

କହିରଖୁଛୁ, ଟିମ୍‌ ଇଣ୍ଡିଆର ଭେଟେରାନ ବ୍ୟାଟ୍ସମ୍ୟାନ କୋହଲି ଲଗାତାର ଭାବେ ଲଣ୍ଡନ ଯା’ଆସ କରୁଛନ୍ତି। ୨୦୨୪ ଫେବୃଆରୀରେ ପୁଅ ଅକାୟ ମଧ୍ୟ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲା। ଏହାପରଠାରୁ ବିରାଟ ପରିବାର ସହ ଲଣ୍ଡନ ଚାଲିଯିବେ ବୋଲି ଚର୍ଚ୍ଚା ହୋଇ ଆସୁଛି। କିଛି ଦିନ ପୂର୍ବେ ତାଙ୍କ ପିଲାଦିନର କୋଚ୍‌ ରାଜକୁମାର ଶର୍ମା ମଧ୍ୟ ଏଭଳି ଖୁଲାସା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?