Posted inଜାତୀୟ

ଦେଢ ବର୍ଷ ହେବ ନିଖୋଜ ଥିଲେ ସ୍ବାମୀ, ହତ୍ୟା କରିଥିବା ମିଛ କହିଲେ ସ୍ତ୍ରୀ; ପରେ ଘଟିଲା ଏମିତି…

ଥିରୁଭାନନ୍ତପୁରମ୍‌,୩।୮: କେରଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଗତ ଦେଢ ବର୍ଷ ଧରି ନିଖୋଜ ଥିଲେ। ତାଙ୍କ ସ୍ତ୍ରୀଙ୍କ ସହ ଝଗଡା ପରେ ଉକ୍ତ ବ୍ୟକ୍ତି ଜଣକ କୁଆଡେ ପଳାଇଥିଲେ। ଏହି କାରଣରୁ ପୋଲିସ ତାଙ୍କ ସ୍ତ୍ରୀଙ୍କୁ ସନ୍ଦେହ କରିଥିଲା। ସ୍ବାମୀ ନିଖୋଜର ଦେଢ ବର୍ଷ ପରେ ସ୍ତ୍ରୀ ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରିଥିଲା। କୌତୁହଳର ବିଷୟ ହେଉଛି ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବା ମାତ୍ରେ ତାାଙ୍କ ସ୍ବାମୀ ଜୀବନ୍ତ ଫେରି ଆସିଥିଲେ। ବର୍ତ୍ତମାନ ଏହି ଖବର ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ଆଫସାନା ତାଙ୍କ ସ୍ବାମୀ ନୌଶାଦଙ୍କ ସହ ପଠାନମିତ୍ର ଜିଲା ଅନ୍ତର୍ଗତ କାଲାନଜୁରରେ ରହୁଥିଲେ। ନଭେମ୍ବର ୨୦୨୧ରେ, ଉଭୟଙ୍କ ମଧ୍ୟରେ କିଛି ବିଷୟରେ ଝଗଡା ହୋଇଥିଲା। ଏହା ପରେ ନୌଶାଦ ଘରୁ ପଳାଇ ଯାଇଥିଲେ। ଏହା ପରେ ନୌଶାଦଙ୍କ ନିଖୋଜ ରିପୋର୍ଟ ପୋଲିସ ନିକଟରେ ଦାଖଲ କରାଯାଇଥିଲା। ଆଫସାନାକୁ ପଚରାଉଚରା କରିବେଳେ ତାଙ୍କ କଥାବାର୍ତ୍ତା ପୋଲିସକୁ ସନ୍ଦେହ କରିଥିଲା। ଏହା ପରେ ପୋଲିସ ଆଫସାନାକୁ କଡା ପ୍ରଶ୍ନ କରିଥିଲା, ତା’ପରେ ଆଫସାନା ଗତ ଜୁଲାଇ ୨୭ରେ ନୌଶାଦଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ଏହା ପରେ ପୋଲିସ ଆଫସାନାକୁ ଗିରଫ କରିଥିଲା।
ଆଶ୍ଚର୍ଯ୍ୟର କଥା ଆଫସାନାକୁ ଗିରଫ କରିବା ମାତ୍ରେ ତାଙ୍କ ସ୍ବାମୀ ନୌଶାଦଙ୍କୁ ପୋଲିସ ଜୀବନ୍ତ ପାଇଥିଲା। ନୌଶାଦ ତାଙ୍କ ଘରୁ ୧୩୦ କିଲୋମିଟର ଦୂରରେ ଥିବା ଏକ ଫାର୍ମରେ ଦୈନିକ ମଜୁରୀ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ଖବରକାଗଜରେ ନୌଶାଦ ଏବଂ ଆଫସାନା ଖବର ପ୍ରକାଶ ପାଇଲା, କେହି ଜଣେ ନୌଶାଦଙ୍କୁ ଚିହ୍ନି ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ ପୋଲିସ ନୌଶାଦଙ୍କୁ ସେଠୁ ଆଣିଥିଲା।
ନୌଶାଦ କହିଛନ୍ତି ଯେ, ଝଗଡା ବେଳେ ତାଙ୍କ ଆଫସାନା ବନ୍ଧୁ ଓ ପରିଚିତମାନେ ତାଙ୍କୁ ମାରପିଟ୍‌ କରିଥିଲେ। ଭୟ ହେତୁ ନୌଶାଦ ଘରୁ ପଳାଇ ଯାଇଥିଲେ। ସ୍ତ୍ରୀଙ୍କ ବନ୍ଧୁମାନେ ତାଙ୍କୁ ହତ୍ୟା କରିପାରନ୍ତି ବୋଲି ସେ ଭୟ କରିଥିଲେ। ସେଥିପାଇଁ ନୌଶାଦ କେବେ ମଧ୍ୟ ତାଙ୍କ ଘରକୁ ଫେରି ନ ଥିଲେ କିମ୍ବା ସେ କୌଣସି ସମ୍ପର୍କୀୟ କିମ୍ବା ପରିବାର ସହିତ ଯୋଗାଯୋଗ କରି ନ ଥିଲେ। ମଜୁରୀ ଶ୍ରମିକ ଭାବରେ କାମ କରି ରୋଜଗାର କରୁଥିଲେ। ଆଫସାନା ଏବଂ ତାଙ୍କ ମାମଲା ବିଷୟରେ ସେ କିଛି ଜାଣି ନ ଥିବା କହିଛନ୍ତି।
ନୌଶାଦ ଜୀବନ୍ତ ମିଳିବା ପରେ ପୋଲିସ ଆଫସାନାକୁ ଜାମିନରେ ଛାଡି ଦେଇଛି। ଜାମିନରେ ମୁକ୍ତ ହେବା ପରେ ଆଫସାନା କହିଛନ୍ତି ଯେ, କୁଦାଲ ପୋଲିସ ତାଙ୍କୁ ଏତେ ନିର୍ଯାତନା ଦେଇଥିଲା ଯେ, ସେ ନୌଶାଦଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?