Posted inଜାତୀୟ

ପିଏଫ୍‌ଆଇର ହରତାଳକୁ ହାଇକୋର୍ଟର ଭର୍ତ୍ସନା: ବିନା ଅନୁମତିରେ କେହି ଦେଇପାରିବନି ବନ୍ଦ ଡାକରା

ଥିରୁଭାନନ୍ତମପୁରମ,୨୩।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ)ର ଚଢ଼ାଉକୁ ବିରୋଧ କରି ଶୁକ୍ରବାର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପକ୍ଷରୁ କେରଳରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଇତିମଧ୍ୟରେ ଶୁକବ୍ରାର କେରଳ ହାଇକୋର୍ଟ ଏକ ପିଟିଶନ୍‌ ବିଚାର କରି ପିଏଫ୍‌ଆଇର ଏହି ପଦକ୍ଷେପକୁ ନିନ୍ଦା କରିଛନ୍ତି। ଏହି ଘଟଣାରେ ହାଇକୋର୍ଟ ନିଜେ ହସ୍ତକ୍ଷେପ କରିବା ସହ କହିଛନ୍ତି, ବିନା ଅନୁମତିରେ କେହି ବନ୍ଦ ଡାକରା ଦେଇପାରିବେ ନାହିଁ। ସୂଚନାଯୋଗ୍ୟ, ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ) ଏବଂ ପ୍ରବର୍ତ୍ତନ ନିିର୍ଦ୍ଦେଶାଳୟ (ଇଡି) ଗୁରୁବାର ତାମିଲନାଡୁ ଏବଂ କେରଳ ସମେତ ମୋଟ ୧୫ଟି ରାଜ୍ୟର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୯୩ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ୧୦୬ ଜଣଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରାଯାଇଛି। ପିଏଫ୍‌ଆଇ ଓ ଏହା ସହିତ ଜଡ଼ିତ ଲୋକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକଳାପ, ଆତଙ୍କବାଦୀ ପାଣ୍ଠି ଏବଂ ଲୋକଙ୍କୁ ସଂଗଠନ ସହିତ ଯୋଡିବା ବିରୋଧରେ ଏନଆଇଏର ଏହା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ। ସନ୍ଦେହଜନକ କାର୍ଯ୍ୟକଳାପରେ ପିଏଫ୍‌ଆଇର ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ହତ୍ୟା ଏବଂ ଅଶାନ୍ତି ଘଟଣାରେ ପିଏଫ୍‌ଆଇ ସହିତ ଜଡିତ ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିଛି। ଗତ କିଛି ଦିନରୁ ପିଏଫ୍‌ଆଇ ମାମଲା ବିରୋଧରେ ଆଇନ ଶୃଙ୍ଖଳାକାରୀ ସଂସ୍ଥା ତଦନ୍ତ ଜୋରଦାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଲା ହୁ’

ନୂଆଦିଲ୍ଲୀ,୩।୪: କରୋନା ଟିକା କୋଭାକ୍ସିନ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)। ମିଳିତ ଜାତିସଂଘର ଏଜେନ୍ସି ମାଧ୍ୟମରେ ଭାରତ ବାୟୋଟେକ ଦ୍ୱାରା ନିର୍ମିତ...

ଆମକୁ ପଢ଼ାଅନି ରାଜଧର୍ମ ପାଠ

ନୂଆଦିଲ୍ଲୀ, ୨୯ା୨: ଦିଲ୍ଲୀ ହିଂସାକୁ ନେଇ ଭାଜପା ରାଜଧର୍ମ ପାଳନ କରୁ ବୋଲି କଂଗ୍ରେସ କହିବା ପରେ ଏହାର ଜବାବ ଦେଇଛି ଶାସକ ଦଳ। ଆମକୁ...

ମହାରାଷ୍ଟ୍ରରୁ ଏକାଥରକେ ଚିହ୍ନଟ ହେଲେ ୭ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ,୫।୧୨: ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକ, ଗୁଜରାଟ ଓ ଦିଲ୍ଲୀ ପରେ ଏବେ ଏହି ଭାରିଆଣ୍ଟ...

ଦେଶକୁ ନଷ୍ଟ କରୁଛନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୩୦।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଗାତାର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ବୁଧବାର ଯୁଦ୍ଧ ବିମାନ ରାଫେଲକୁ ନେଇ...

ମହାରାଷ୍ଟ୍ରରେ ପୁଣି କରୋନା ଆତଙ୍କ

ମୁମ୍ବାଇ,୨।୧:ମହାରାଷ୍ଟ୍ରରେ ରବିବାର ୧୧,୮୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କେବଳ ମୁମ୍ବାଇରେ ୮୦୬୩ ମାମଲା ଆସିଛି। ରାଜ୍ୟରେ ଗୋଟିଏ ଦିନରେ ୫୦ ଓମକ୍ରନ ଆକ୍ରାନ୍ତ ଚିହ୍ନଟ...

ବିଦ୍ୟା ଦେବୀ: ୯୭ ବର୍ଷ ବୟସରେ ସମ୍ଭାଳିବେ ସରପଞ୍ଚ ଦାୟିତ୍ୱ

ଜୟପୁର,୧୮।୧: ବୟସ ଯେ ଏକ ସଂଖ୍ୟା ଏହାକୁ ଏବେ ପ୍ରମାଣ କରିଛନ୍ତି ରାଜସ୍ଥାନ ସିକାରର ୯୭ ବର୍ଷୀୟା ମହିଳା ବିଦ୍ୟା ଦେବୀ। ନିକଟରେ ଅନୁଷ୍ଠିତ ହୋଇଥିବା...

ବଦଳିଲେ ୫ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ,୧।୯: କେନ୍ଦ୍ର ସରକାର ରବିବାର ପାଞ୍ଚ ରାଜ୍ୟର ରାଜ୍ୟପାଳଙ୍କୁ ବଦଳି କରିଛନ୍ତିି। କେତେକ ରାଜ୍ୟରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ଏପରି କରାଯାଇଥିବା ଆଲୋଚନା ହେଉଛି।...

ଦିଲ୍ଲୀରେ କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ,୨।୮: ଦିନକୁ ଦିନ କଂଗ୍ରେସ ତା’ର ଶକ୍ତି ହରାଉଛି ବୋଲି ଆଲୋଚନା ହେଉଛି। କାରଣ ଲୋକ ସଭା ନିର୍ବାଚନ ପୂର୍ବରୁ ହେଉ ଅବା ପରେ କଂଗ୍ରେସର...

Advertisement
Archives

Model This Week