ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ

ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ବିବାହର ୫୮ ବର୍ଷ ପରେ ବୃଦ୍ଧ ଦମ୍ପତି ତାଙ୍କର ୱେଡିଂ ଫଟୋ ଶୁଟ୍ କରିଛନ୍ତି । ଆଉ ଏହି ଫଟୋସବୁ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋସବୁକୁ ଫଟୋଗ୍ରାଫି ଆଥ୍ରେୟା ନାମକ ଇନଷ୍ଟାଗ୍ରୟାମ ୟୁଜର ଶେୟାର କରିଥିବା ଦେଖାଯାଇଛି । ଏହି ଇନଷ୍ଟାଗ୍ରାମ ୟୁଜର କହିଛନ୍ତି ସେ ତାଙ୍କ ଜେଜେ ଓ ଜେଜେମାଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ । ହେଲେ ସେ ସମୟରେ ତାଙ୍କର କୌଣସି ଫଟୋ ଉଠି ନ ଥିବା ସେମାନେ କହିବା ପରେ ଉକ୍ତ ଇନଷ୍ଟାଗ୍ରାମ ୟୁଜର ତାଙ୍କର ୱେଡିଂ ଫଟୋ ଶୁଟ୍ କରିବାକୁ କହିଥିଲେ ଆଉ ଏଥିରେ ବୃଦ୍ଧ ଦମ୍ପତି ରାଜି ହୋଇ ଯାଇଥିଲେ । କେରଳର ଇଡ୍ଡୁକି ଜିଲା ବାସିନ୍ଦା ଚିନ୍ନାମ୍ମା ଓ କୋଚୁକୁଟ୍ଟିଙ୍କ ବିବାହ ୫୮ ବର୍ଷ ତଳେ ହୋଇଥିଲା । ହେଲେ ସେହି ସମୟରେ ତାଙ୍କର କୌଣସି ଫଟୋ ଉଠାଯାଇ ନ ଥିଲା । ହେଲେ କୋଚୁକୁଟ୍ଟ ତାଙ୍କ ୱେଡିଂ ଫଟୋ ଶୁଟ୍ କରିବାକୁ ଚାହୁଁଥିଲେ । ଏହାପରେ ତାଙ୍କ ନାତି ଓ ତାଙ୍କ ସାଙ୍ଗ ମିଶି ଏହି ଦମ୍ପତିଙ୍କ ୱେଡିଂ ଫଟୋ ଶୁଟ୍ କରିଛନ୍ତି । ଫଟୋ ଶୁଟ୍ ପାଇଁ ଭଲ ଲୋକେଶନ୍ ଠିକ୍ କରିବା ସହ ଜେଜେ କଳା ରଙ୍ଗର ଶୁଟ୍ ସହ ଜେଜେମା’ ଧଳା ରଙ୍ଗର ସୁନ୍ଦର ଶାଢି ପିନ୍ଧି ଫଟୋ ଶୁଟ୍ କରିଛନ୍ତି । ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ରୋମାନ୍ସ ଓ କେମେଷ୍ଟ୍ରି ଦେଖି ୟୁଜର୍ସ ଏମାନଙ୍କର ଫ୍ୟାନ ପାଲଟି ଯାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ପିଛୁଳାକେ ପିଲା ଉପରେ ପଡ଼ୁଛି ଇଟା ଗଦା, ବଞ୍ଚାଇବାକୁ ମା’ କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ...

ମା’ କାଳୀଙ୍କ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବି: ପବନ କୁମାର

ନୂଆଦିଲ୍ଲୀ,୧୩।୧୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଯୁବକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉତ୍ତର ପ୍ରଦେଶର ମୀରଟ ଜେଲରେ...

ଗୋଟିଏ ମାସରେ ମହାରାଷ୍ଟ୍ରରେ ଆକ୍ରାନ୍ତ ହେଲେଣି ୬୦ ହଜାର ଶିଶୁ

ନୂଆଦିଲ୍ଲୀ, ୮।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ବେଗରେ ମାଡ଼ି ଚାଲିଥିବା ବେଳେ ଏଥିରେ ଯୁବକ ଓ ଶିଶୁମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଗତବର୍ଷ...

ଝୁମ୍ପୁଡି ଘରେ ରାତି ବିତାଇଲେ ସଚିନ

ଜୟପୁର, ୧୦।୬: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ରବିବାର ସନ୍ଧ୍ୟାରେ ଜାଲୋର ଜିଲାର କାସେଲା ଗ୍ରାମ ପରିଦର୍ଶନରେ ପହଞ୍ଚିଥିଲେ। ସେଠାରେ ଜଣେ କୃଷକଙ୍କ କ୍ଷେତରେ ଥିବା...

ପୁଣି କରୋନା ଆତଙ୍କ, ଦେଶର ୨୮ ଜିଲା ରେଡ୍‌ ଜୋନ୍‌…

ନୂଆଦିଲ୍ଲୀ, ୯।୬ : କରୋନା ସଂକ୍ରମଣ ନେଇ ଦେଶରେ ପୁଣି ସଙ୍କଟ ସୃଷ୍ଟି ହୋଇଛି। ସଂକ୍ରମଣ ବୃଦ୍ଧି ଯୋଗୁ ହିମାଚଳ ପ୍ରଦେଶରୁ କେରଳ ପର୍ଯ୍ୟନ୍ତ ଦେଶର...

ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୨୮।୮(ପି.ଟି.):ଦେଶବ୍ୟାପୀ ମହରମ ଶୋଭାଯାତ୍ରା ବାହାର କରିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏଥିପାଇଁ ଆବେଦନ କରିଥିବା ଲକ୍ଷ୍ନୌର ଶିୟା ନେତା...

ଦେଶରେ ୮୦ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୯ ।୧୦: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢିପାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୯,୮୮୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

Advertisement
Archives

Model This Week