Odisha Elections 2024

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ଯୋଗୁ ବିଦ୍ୟୁତ ଖୁଣ୍ଟଗୁଡିକ ଉପୁଡି ପଡିବା ସହ ବାଉଁଶୁଳି ଗୁଜୁରୀ ସାହିରେ ୩ ଘରର ଛପର ଉଡି ଯାଇଥିବାବେଳେ ରେଙ୍ଗାଳବେଡା ବାରଡାଙ୍ଗୁଆ ରେ ମଧ୍ୟ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ବାଉଁଶୁଳି ଉଖୁଣ୍ଡା ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥି ସହ ୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଳବେଡା ନିକଟରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବୋଲେରୋ ଉପରେ ପଡିଛି। ବୋଲେରୋ କ୍ଷତିଗ୍ରସ୍ତ ହୋଇଛି।
ଅନୁରୂପ ଭାବେ ୪୯ ନମ୍ବର ଜାତୀୟ ରାଜ୍ୟପଥ ରେଙ୍ଗାଳବେଡା ନିକଟରେ ଗଛ ଡାଳ ପଡି ରାଜପଥ ଅବରୋଧ ହୋଇଛି। ରେଙ୍ଗାଳବେଡା ଗ୍ରାମ୍ୟ ଜଙ୍ଗଲରେ ତମ୍ବୁ ମାରି ରହିଥିବା ଯାଯାବରଙ୍କ ଉପରେ ଗଛ ଡାଳ ଖସି ପଡି ଯିବାରୁ ୨ ଣ ମହିଳା ଗୁରୁତର ହୋଇଛନ୍ତି । ଅଙ୍ଗିକଳା ଗ୍ରାମରେ ଘର କାନ୍ଥ ପଡି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବର୍ଷା ଯୋଗୁ ଘରର କାନ୍ଥ ପଡିଯିବାରୁ ସେ ଚାପି ହୋଇ ରହିଥିଲେ। ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ବର୍ଷା ପବନ ଯୋଗୁ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ଅଞ୍ଚଳରେ ବିଦ୍ୟୁତ ସେବା ବିଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର...

ସାଙ୍ଗ ହୋଇ ବ୍ରାହ୍ମଣୀ ଗାଁ ବାହାରିଥିଲେ, ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ; ଅନ୍ୟ ଜଣେ…

ବ୍ରାହ୍ମଣୀଗାଁ,୧୭।୫( ମନୋରଞ୍ଜନ ରଣା ): ଗଜପତି – କନ୍ଧମାଳ ଜିଲା ସୀମାନ୍ତ ତିଆରି ଗାଁ ନିକଟରେ ଶୁକ୍ରବାର ଏକ ବାଇକ ଦୁର୍ଘଟଣା ଘଟିଛି l ଏହି...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

ଭାଜପାରେ ମିଶିବାର ୧୫ ମିନିଟ୍‌ ନ ହେଉଣୁ ବିଜେଡିକୁ ଫେରିଲେ ନେତା-କର୍ମୀ; କହିଲେ ‘ଭୁଲ୍‌ ବୁଝି ପାରି…’

କେନ୍ଦୁଝର,୧୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ଜିଲା କାର୍ଯ୍ୟଳୟଠାରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଏବଂ ରାଜସ୍ଥାନରୁ ରାଜ୍ୟସଭା ଏମ୍‌ପି...

୩ନଂ ଜୋନରେ ବିଜେଡିର ପ୍ରଚାର

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ତରଫରୁ ଶୁକ୍ରବାର ୩ନଂ ଜୋନରେ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକ ବେଲବାହାଳି...

ବ୍ରହ୍ମପୁର ରାଜନୀତିରେ ବଡ଼ ହଲଚଲ, ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ

ବ୍ରହ୍ମପୁର,୧୭।୫: ବ୍ରହ୍ମପୁର ରାଜନୀତିରେ ଚହଳ। ଗିରଫ ହେଲେ କଂଗ୍ରେସ ପ୍ରାର୍ଥୀ। ଦିଗପହଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଜିତ କୁମାରଙ୍କୁ ଗିରଫ କରିଛି ପୋଲିସ। ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri