ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ଯୋଗୁ ବିଦ୍ୟୁତ ଖୁଣ୍ଟଗୁଡିକ ଉପୁଡି ପଡିବା ସହ ବାଉଁଶୁଳି ଗୁଜୁରୀ ସାହିରେ ୩ ଘରର ଛପର ଉଡି ଯାଇଥିବାବେଳେ ରେଙ୍ଗାଳବେଡା ବାରଡାଙ୍ଗୁଆ ରେ ମଧ୍ୟ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ବାଉଁଶୁଳି ଉଖୁଣ୍ଡା ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥି ସହ ୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଳବେଡା ନିକଟରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ବୋଲେରୋ ଉପରେ ପଡିଛି। ବୋଲେରୋ କ୍ଷତିଗ୍ରସ୍ତ ହୋଇଛି।
ଅନୁରୂପ ଭାବେ ୪୯ ନମ୍ବର ଜାତୀୟ ରାଜ୍ୟପଥ ରେଙ୍ଗାଳବେଡା ନିକଟରେ ଗଛ ଡାଳ ପଡି ରାଜପଥ ଅବରୋଧ ହୋଇଛି। ରେଙ୍ଗାଳବେଡା ଗ୍ରାମ୍ୟ ଜଙ୍ଗଲରେ ତମ୍ବୁ ମାରି ରହିଥିବା ଯାଯାବରଙ୍କ ଉପରେ ଗଛ ଡାଳ ଖସି ପଡି ଯିବାରୁ ୨ ଣ ମହିଳା ଗୁରୁତର ହୋଇଛନ୍ତି । ଅଙ୍ଗିକଳା ଗ୍ରାମରେ ଘର କାନ୍ଥ ପଡି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବର୍ଷା ଯୋଗୁ ଘରର କାନ୍ଥ ପଡିଯିବାରୁ ସେ ଚାପି ହୋଇ ରହିଥିଲେ। ଘଟଣା ସ୍ଥଳରେ ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ବର୍ଷା ପବନ ଯୋଗୁ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ଅଞ୍ଚଳରେ ବିଦ୍ୟୁତ ସେବା ବିଛିନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri