ପ୍ରଦୂଷଣ ବଳୟରେ କେନ୍ଦୁଝର ସହର

କେନ୍ଦୁଝର,୧୯।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏୟାର କ୍ୱାଲିଟି ଇଣ୍ଟେକ୍ସ ଅତ୍ୟଧିକ ମାତ୍ରାରେ ବଢ଼ିଯାଇଛି। ଲୋକମାନେ ପ୍ରଦୂଷଣ ବଳୟରେ ରହୁଥିବା ବେଳେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଛନ୍ତି। ଏହା ବୃଦ୍ଧାବୃଦ୍ଧ, ଶିଶୁମାନଙ୍କ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି। ବହୁ ସଂଖ୍ୟାରେ ଲୁହାପଥର, ବାଲି/ଗୋଡ଼ି ବୋଝେଇ ଟ୍ରକ୍‌, ବସ୍‌ ଚଳାଚଳ, ରାସ୍ତାରେ ଜମି ରହୁଥିବା ଧୂଳି ସଫେଇ ହେଉ ନ ଥିବାରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଧୂଳି ସଫେଇ ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବହାର କରାଯାଉ ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି। ଶୀତଦିନ ଏବଂ ଖରାଦିନରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ବାୟୁ ପ୍ରଦୂଷଣ ଯୋଗୁ ଲୋକେ ଶ୍ୱାସଜନିତ, ଫୁସ୍‌ଫୁସ୍‌ ଓ ଥଣ୍ଡାକାଶ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇବାକୁ ନିବେଦନ କରିଛନ୍ତି।
କେନ୍ଦୁଝର ସହରରେ ବାୟୁ ପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୫୦ରୁ କମ୍‌ ରହିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଚଳିତ ମାର୍ଚ୍ଚ ମାସ ୧୮ ତାରିଖ ଅର୍ଥାତ୍‌ ଶନିବାର କେନ୍ଦୁଝର ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୮ ରହିଛି। ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସମୟରେ ଏହି ସୂଚକ ୧୧୭କୁ ଖସି ଆସିଥିଲା। ନ୍ୟାଶନାଲ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୦୦ ରୁ ୨୦୦ ରହିଲେ ଶିଶୁ ଓ ବୃଦ୍ଧମାନଙ୍କର ଫୁସ୍‌ଫୁସ୍‌, ହୃଦ୍‌ରୋଗ ଦେଖାଦେବ। ୨୦୦ ରୁ ୩୦୦ ରହିଲେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବ। ରାସ୍ତାରେ ବହୁ ପରିମାଣର ଧୂଳି ଉଡୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି। କେନ୍ଦୁଝର ସହରରେ ବାୟୁ ମାନ ଜାଣିବା ପାଇଁ ମାଧପୁରସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ମାପକ ଯନ୍ତ୍ର ( ଆମବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ସିଷ୍ଟମ) ପ୍ରତିଷ୍ଠା କରାଯାଇଛି। ଏହି ମେଶିନ ସହାୟତାରେ ବାୟୁରେ ପ୍ରଦୂଷଣର ହାର ଜଣାପଡୁଛି। ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ସହ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭର ସହ ସିଧାସଳଖ ସଂଯୋଗ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ. ପ୍ରଶାନ୍ତ କର କହିଛନ୍ତି, କେନ୍ଦୁଝର ସହର ମଧ୍ୟରେ ରାସ୍ତାରେ ଜମି ରହୁଛି, ଯାହା ଉଡ଼ି ପ୍ରଦୂଷଣ ବଢ଼ାଉଛି। ଧୂଳି ସଫା କରିବା ପାଇଁ ମେକାନିକାଲ ରୋଡ୍‌ ସୁଇପିଂ ଭାକ୍ୟୁମ କ୍ଲିନର ମେଶିନ ଆଣିବା ପାଇଁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri