ପ୍ରଦୂଷଣ ବଳୟରେ କେନ୍ଦୁଝର ସହର

କେନ୍ଦୁଝର,୧୯।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏୟାର କ୍ୱାଲିଟି ଇଣ୍ଟେକ୍ସ ଅତ୍ୟଧିକ ମାତ୍ରାରେ ବଢ଼ିଯାଇଛି। ଲୋକମାନେ ପ୍ରଦୂଷଣ ବଳୟରେ ରହୁଥିବା ବେଳେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଛନ୍ତି। ଏହା ବୃଦ୍ଧାବୃଦ୍ଧ, ଶିଶୁମାନଙ୍କ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି। ବହୁ ସଂଖ୍ୟାରେ ଲୁହାପଥର, ବାଲି/ଗୋଡ଼ି ବୋଝେଇ ଟ୍ରକ୍‌, ବସ୍‌ ଚଳାଚଳ, ରାସ୍ତାରେ ଜମି ରହୁଥିବା ଧୂଳି ସଫେଇ ହେଉ ନ ଥିବାରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଧୂଳି ସଫେଇ ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବହାର କରାଯାଉ ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି। ଶୀତଦିନ ଏବଂ ଖରାଦିନରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ବାୟୁ ପ୍ରଦୂଷଣ ଯୋଗୁ ଲୋକେ ଶ୍ୱାସଜନିତ, ଫୁସ୍‌ଫୁସ୍‌ ଓ ଥଣ୍ଡାକାଶ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇବାକୁ ନିବେଦନ କରିଛନ୍ତି।
କେନ୍ଦୁଝର ସହରରେ ବାୟୁ ପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୫୦ରୁ କମ୍‌ ରହିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଚଳିତ ମାର୍ଚ୍ଚ ମାସ ୧୮ ତାରିଖ ଅର୍ଥାତ୍‌ ଶନିବାର କେନ୍ଦୁଝର ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୮ ରହିଛି। ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସମୟରେ ଏହି ସୂଚକ ୧୧୭କୁ ଖସି ଆସିଥିଲା। ନ୍ୟାଶନାଲ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୦୦ ରୁ ୨୦୦ ରହିଲେ ଶିଶୁ ଓ ବୃଦ୍ଧମାନଙ୍କର ଫୁସ୍‌ଫୁସ୍‌, ହୃଦ୍‌ରୋଗ ଦେଖାଦେବ। ୨୦୦ ରୁ ୩୦୦ ରହିଲେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବ। ରାସ୍ତାରେ ବହୁ ପରିମାଣର ଧୂଳି ଉଡୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି। କେନ୍ଦୁଝର ସହରରେ ବାୟୁ ମାନ ଜାଣିବା ପାଇଁ ମାଧପୁରସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ମାପକ ଯନ୍ତ୍ର ( ଆମବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ସିଷ୍ଟମ) ପ୍ରତିଷ୍ଠା କରାଯାଇଛି। ଏହି ମେଶିନ ସହାୟତାରେ ବାୟୁରେ ପ୍ରଦୂଷଣର ହାର ଜଣାପଡୁଛି। ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ସହ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭର ସହ ସିଧାସଳଖ ସଂଯୋଗ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ. ପ୍ରଶାନ୍ତ କର କହିଛନ୍ତି, କେନ୍ଦୁଝର ସହର ମଧ୍ୟରେ ରାସ୍ତାରେ ଜମି ରହୁଛି, ଯାହା ଉଡ଼ି ପ୍ରଦୂଷଣ ବଢ଼ାଉଛି। ଧୂଳି ସଫା କରିବା ପାଇଁ ମେକାନିକାଲ ରୋଡ୍‌ ସୁଇପିଂ ଭାକ୍ୟୁମ କ୍ଲିନର ମେଶିନ ଆଣିବା ପାଇଁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହରିଣ ମାଂସ ଖାଇବା ପଡ଼ିଲା ମହଙ୍ଗା: ୩ ଶିକାରୀ, ୧୦ ଗ୍ରାହକ ଗିରଫ

ବାରଙ୍ଗ,୪।୯(ଡି.ଏନ୍‌.ଏ.): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଫିରିଙ୍ଗନାଳି ଅଞ୍ଚଳରୁ ଗୁରୁବାର ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଚନ୍ଦକା ଡ଼ମପଡ଼ା ବନ ବିଭାଗ, ଚନ୍ଦକା ପୋଲିସ ଗୁରୁବାର...

ଗ୍ୟାସ୍‌ ସିଲିଣ୍ଡର ଫାଟି ଜଳିଗଲା ୧୨ ବଖରା

ପିପିଲି,୪ା୬(ଡି.ଏନ୍‌.ଏ./ସ୍ବ.ପ୍ର.): ପିପିଲି ବ୍ଲକର ଏକ କତା କମ୍ପାନୀରେ ଲାଗିଥିବା ଅଗ୍ନିକାଣ୍ଡ ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଦୁର୍ଗାଦାଶପୁର ପଞ୍ଚାୟତ ଠଣଠଣା ଗ୍ରାମ ଜେନା ସାହିରେ ଗୁରୁବାର...

୨ ବିଦେଶ ଫେରନ୍ତା ଲୁଚିଛନ୍ତି ଘରେ, ଅଞ୍ଚଳରେ ଉତ୍ତେଜନା

ଧାମନଗର,୨୪ା୩(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତ ଅଞ୍ଚଳରେ ଦୁଇ ଯୁବକ ଦୁବାଇରୁ ଘରକୁ ଫେରି ଲୁଚିଥିବା ଏବଂ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ଉକ୍ତ ପଞ୍ଚାୟତରେ...

ପିଲାଙ୍କୁ ଫୁଟ୍‌ବଲ ଖେଳୁଥିବା ଦେଖି ହଠାତ୍‌ ଜଙ୍ଗଲରୁ ଆସିଗଲେ ୨ ଭାଲୁ ଆଉ ତା’ପରେ…

ନବରଙ୍ଗପୁର/ଉମରକୋଟ,୧୨।୯(ବି.ପ୍ର./ସ୍ବ.ପ୍ର): ସର୍କସ୍‌ରେ ହିଂସ୍ର ଜନ୍ତୁମାନେ ପରସ୍ପର ଖେଳୁଥିବାର ସମସ୍ତେ ଦେଖିଥିବେ, ତାହା ପୁଣି ଜଣେ ରିଂ ମାଷ୍ଟରଙ୍କ ନିର୍ଦ୍ଦେଶରେ । ମାତ୍ର ଜଙ୍ଗଲରେ ହିଂସ୍ର ଜନ୍ତୁ...

ରଜରେ ଭିଡ ଜମିବା ଆଶଙ୍କା: ଖୋର୍ଦ୍ଧା ବରୁଣେଇ, ମା’ ଉଗ୍ରତାରା ପୀଠରେ ସପ୍ତାହେ ଯାଏ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୧।୬: ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନିୟନ୍ତ୍ରଣ ସହ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ଲାଗି ଜିଲା ପ୍ରଶାସନ ପକ୍ଷରୁ...

ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ

ପୁରୀ ଅଫିସ,୬ା୯: ସେବାୟତ ପରିବାରର ପିଲାଙ୍କ ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ଯୋଜନା କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର କାମ ଆରମ୍ଭ କରାଯାଇ ନାହିଁ।...

ପ୍ରଶାସନିକ କଟକଣା ନ ମାନି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ ଅଫିସ,୨୩।୩: ଭଦ୍ରକ ପୌରାଞ୍ଚଳ ଅଧୀନରେ ଜଣେ ବ୍ୟବସାୟୀ ପ୍ରଶାସନିକ କଟକଣାକୁ ନ ମାନି ସୋମବାର ଗିରଫ ହୋଇଛନ୍ତି। ଅତ୍ୟାବଶ୍ୟକୀୟ ଦୋକାନ ବଜାରକୁ ବାଦ୍‌ ଦେଇ...

ଅଧିକାରୀଙ୍କ ଅବହେଳା, ଭୁଶୁଡୁଛି ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା

ପଟ୍ଟାଙ୍ଗି,୧୦ା୨(ଡି.ଏନ.ଏ.):ଗ୍ରାମାଞ୍ଚଳର ଛାତ୍ରୀଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତକରି କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଅବହେଳାରୁ...

Advertisement
Archives

Model This Week