ଆଜି ଜୀ ସାର୍ଥକରେ ‘ବାହାଘର ଡଟ୍‌ କମ୍‌’

ଭୁବନେଶ୍ୱର,୧୯।୩: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକର ସହଯୋଗୀ ସଂସ୍ଥା ଜୀ ସାର୍ଥକ ଫିଲ୍ମସ୍‌ର ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ବାହାଘର ଡଟ୍‌ କମ୍‌’ ରବିବାର ଓ୍ବାଲ୍ଡର୍ର୍ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ବିଶେଷକରି ଓମ୍‌ ସାଇ ପ୍ରଯୋଜନା ସଂସ୍ଥା ଦ୍ୱାରା ଉକ୍ତ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି। ଏପରିକି ଏକ ଫୁଲ୍‌ ଏଣ୍ଟରଟେନମେଣ୍ଟ, ଡ୍ରାମା ଏବଂ ପାରିବାରିକ କାହାଣୀକୁ ନେଇ ଏହି ଫିଲ୍ମ ଗତିଶୀଳ ହେଉଛି। ଉକ୍ତ ଫିଲ୍ମରେ ଅଭିନେତା ଋଷି, ଅଭିନେତ୍ରୀ ସାୟଲ ମୁଖାର୍ଜୀ, ପୁଷ୍ପା ପଣ୍ଡା ଏବଂ ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ନିଖୁଣ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଅନିଚ୍ଛା ସତ୍ତ୍ୱେ ମାଆଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ବିବାହ କରିବାକୁ ପଡ଼ିବ। ହେଲେ ବାହାଘରରେ ଜମା ମନ ନାହିଁ। କିନ୍ତୁ ବାହାହେବାକୁ ତ ପଡ଼ିବ, ତେଣୁ ଭିନ୍ନ ଏକ ଉପାୟରେ ବାହାଘର ହେଉଛି। ପରବର୍ତ୍ତୀ ସମୟରେ ନୂଆ ମୋଡ଼ କାହାଣୀରେ ଆସୁଛି। ଆଉ ତା’ପରେ ଯାହା ଘଟୁଛି, ତାହା ଉକ୍ତ କାହାଣୀର ଅବର୍ଣ୍ଣନୀୟ ଅଂଶ ତେବେ ଏମିତି ମନୋରଞ୍ଜନ ଭିତ୍ତିକ କାହାଣୀ ଆପଣଙ୍କୁ ନିଶ୍ଚିତ ଏକ ନୂଆ ଅନୁଭୂତି ଦେବ ବୋଲି ଉଭୟ ସଂସ୍ଥା ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ସୁଧାଂଶୁ ମୋହନ ସାହୁ ଉକ୍ତ ସିନେମାରେ ନିର୍ଦ୍ଦେଶନା ଦେଇଥିବା ବେଳେ ବରିଷ୍ଠ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା ପ୍ରଯୋଜନା ଭାର ତୁଲାଇଛନ୍ତି। ସେହିପରି ଚଳଚ୍ଚିତ୍ରର ସଙ୍ଗୀତ ଭାର ସଙ୍ଗୀତକାର ଗୁଡ୍‌ଲୀ ରଥ ନେଇଛନ୍ତି। ଏ ସମ୍ପର୍କରେ ପ୍ରଯୋଜନା ସଂସ୍ଥା ଜୀ ସାର୍ଥକ ଚ୍ୟାନେଲର ବିଜ୍‌ନେସ୍‌ ହେଡ୍‌ ପ୍ରତୀକ ସିଲ୍‌ କହିଛନ୍ତି, ଏଭଳି ଏକ ଚମତ୍କାର କାହାଣୀ ଦର୍ଶକଙ୍କର ବେଶ୍‌ ମନୋରଞ୍ଜନ କରିବ ବୋଲି ଆମେ ଆଶାବାଦୀ ଅଛୁ। ଏପରିକି ଏହି ଚଳଚ୍ଚିତ୍ର ମାର୍ଚ୍ଚ ୧୯ ତାରିଖ ସନ୍ଧ୍ୟା ୬ ଟା ୩୦ମିନିଟ୍‌ରେ କେବଳ ଜୀ ସାର୍ଥକରେ ପ୍ରସାରିତ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଜୀ-ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବାହାଘର ଡଟ୍‌ କମ୍‌’ର ଅଡିଓ ଲୋକାର୍ପଣ ଉତ୍ସବ ନିକଟରେ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମ୍ପବେଲ୍‌ ଏୟାର ଇଣ୍ଡିଆ ସିଇଓ

ନୂଆଦିଲ୍ଲୀ,୧୩।୫(ପି.ଟି.):ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଭାବେ ସ୍କୁଟ୍‌ ସିଇଓ କ୍ୟାମ୍ପ୍‌ବେଲ୍‌ ଓ୍ବିଲସନଙ୍କୁ ଟାଟା ସନ୍ସ ନିଯୁକ୍ତି ଦେଇଛି।...

ବଜାର ଅଭିବୃଦ୍ଧିରେ ସାମିଲ ହେଉଛନ୍ତି ନିବେଶକ

ନୂଆଦିଲ୍ଲୀ,୩୦।୧: ଦେଶର ପ୍ରମୁଖ ମ୍ୟୁଚୁଆଲ ଫଣ୍ଡ ସଂସ୍ଥା ‘ଡିଏସ୍‌ପି ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର୍ସ’ ବର୍ତ୍ତମାନର ବଜାର ବ୍ୟବସ୍ଥା ଓ ନିବେଶ ଉପରେ ଦୁଇଟି ମୁଖ୍ୟ ସଙ୍କଟକାରକ ଯଥା...

ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍‌ ସିଟ୍‌

ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍‌ରେ...

ବନ୍ଦ ହୋଇପାରେ ସରକାରୀ ଗାଡ଼ି ରେଜିଷ୍ଟ୍ରେଶନ ନବୀକରଣ

ଭୁବନେଶ୍ୱର,୧୪।୩: କେନ୍ଦ୍ର ସରକାର ନୂଆ ସଡ଼କ ପରିବହନ ନିୟମ ସହ ପରିବେଶ ସୁରକ୍ଷା ଏବଂ ପୁରୁଣା ଗାଡ଼ି ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ନୂଆ...

ହୀରା ଅଳଙ୍କାର-ଚାଷ ଉପକରଣ-ପୋଷାକ-ଚମଡ଼ା ସାମଗ୍ରୀ ଶସ୍ତା, କ୍ରିପ୍ଟୋକ୍ୟୁରେନ୍ସିରୁ ଆୟ ୩୦ ପ୍ରତିଶତ…

ନୂଆଦିଲ୍ଲୀ, ୧।୨ : ବଜେଟରେ ବିଦେଶରୁ ଆସୁଥିବା ଯନ୍ତ୍ରପାତି ଶସ୍ତା ହେବ ଏବଂ ଚାଷ ଉପକରଣ ମଧ୍ୟ ଶସ୍ତା ହେବ। ପୋଷାକ ଏବଂ ଚମଡ଼ା ସାମଗ୍ରୀ...

ହ୍ରାସ ପାଉଛି ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ,୨୪ା୯: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତର ୭ମ ସପ୍ତାହରେ ହ୍ରାସ ଘଟିଛି। ଆର୍‌ବିଆଇର ସଦ୍ୟ ତଥ୍ୟ ଅନୁସାରେ ସେପ୍ଟେମ୍ବର ୧୬ ରେ ଶେଷ ହୋଇଥିବା...

ନିଟ୍‌ରେ ଜ୍ଞାନ ବିକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୯-୬(ବ୍ୟୁରୋ): ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଜ୍ଞାନ ବିକାଶର ଛାତ୍ରୀଛାତ୍ର ସର୍ବଭାରତୀୟ ମେଡିକାଲ ପ୍ରବେଶିକା ନିଟ୍‌ରେ ଉଲେଖନୀୟ ପ୍ରଦର୍ଶନ କରିଛନ୍ତି। ଗୁଣାତ୍ମକ ଶିକ୍ଷା ପ୍ରଣାଳୀ, ଅଭିଜ୍ଞ ଫାକଲଟିଙ୍କ...

ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳ ବାତିଲ

ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ...

Advertisement
Archives

Model This Week