ରାଜ୍ୟ ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି। ତଥାପି ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି। ବିଜୁବାବୁଙ୍କ ଜୟନ୍ତୀରେ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ସେବା ପାଇଁ ପୁଣି ଥରେ ଶପଥ ନେବା ଓ ରାଜ୍ୟର ସ୍ବାଭିମାନ ପାଇଁ ଲଢ଼େଇ ଜାରି ରଖିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆହ୍ବାନ ଦେଇଛନ୍ତି।
ଶୁକ୍ରବାର ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ। ସେବା ଓ ସ୍ବାଭିମାନ ଥିଲା ତାଙ୍କ ଆଦର୍ଶ। ଏହି ଆଦର୍ଶରେ ଦଳର ଲକ୍ଷ ଲକ୍ଷ କର୍ମୀ, ଭଉଣୀ ଓ ଭାଇମାନେ କାମକରି ଚାଲିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାଁର କଚ୍ଚାଘରେ ରହୁଥିବା ପରିବାରର ଘର ପକ୍କା ଘରରେ ପରିଣତ ହୋଇସାରିଛି। ସେହି ଘରକୁ ପିଇବା ପାଣି ଆସୁଛି। ବିଜୁଳି ଆଲୁଅରେ ଘର ଉଜ୍ଜ୍ୱଳ ଦିଶୁଛି। ପରିବାର ଲୋକଙ୍କ ମୁହଁରେ ହସ ଫୁଟିଛି। ଏହା ହେଉଛି ଆମ ପାଇଁ ବଡ଼ ପୁରସ୍କାର। ବର୍ତ୍ତମାନ ମା’ଟିଏ ପଞ୍ଚାୟତ କାର୍ଯ୍ୟାଳୟରେ ବସି ଗାଁର ବିକାଶ କଥା ଚିନ୍ତା କରୁଛି। ମିଶନ ଶକ୍ତିର ମା’ମାନେ ଋଣ ଆଣି ପରିଶ୍ରମ କରି ଯେତେବେଳେ ବେପାର ବୃଦ୍ଧି କରି ସେମାନଙ୍କ ପରିବାର ଲାଗି ସମୃଦ୍ଧି ଆଣିପାରୁଛନ୍ତି ସେତେବେଳେ ବିକାଶର ଚିତ୍ର ସ୍ପଷ୍ଟ ହୋଇ ଦିଶୁଛି। ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହେଉଛି ସେତେବେଳେ ଯୁବ ସମାଜର ସ୍ବପ୍ନ ଦିଗନ୍ତପ୍ରସାରୀ ହେଉଛି। କ୍ରୀଡ଼ା କ୍ଷେତ୍ରରେ ନୂଆ ସୁଯୋଗ ଯୁବପ୍ରତିଭାର ବିକାଶ ପାଇଁ ରାସ୍ତା ଦେଖାଉଛି। ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଆମେ ସମସ୍ତେ ମିଳିମିଶି ତାଙ୍କ ଆଦର୍ଶରେ ଓଡ଼ିଶାବାସୀଙ୍କ ସେବା ପାଇଁ ପୁଣିଥରେ ଶପଥ ନେବା ଏବଂ ଓଡ଼ିଶାର ସ୍ବାଭିମାନ ଲାଗି ଲଢ଼େଇ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ ଆହ୍ବାନ କରିଛନ୍ତି।
ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଣବ କହିଛନ୍ତି, ବିଜୁବାବୁ ଜଣେ ନିର୍ଭୀକ ନେତା ଥିଲେ। ଗୋଟିଏ ଭାଷାଭିତ୍ତିକ ରାଜ୍ୟ ଗଠନରେ ଯୁବକ ଓ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାରାଦୀପରେ ଏକ ବୃହତ୍‌ ବନ୍ଦର ସ୍ଥାପନ ପାଇଁ ଯେତେବେଳେ ବିଜୁବାବୁ ପଦକ୍ଷେପ ନେଲେ କେନ୍ଦ୍ରର ଟାଳଟୁଳ ନୀତି ଦେଖି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଆଗ ଶୁଭଦେବା କାମ ଶେଷ କରିଦେଲେ। ଏହାପରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଲଢୁଆ ମନୋବୃତ୍ତିର ପରିଚୟ ଦେଇଥିଲେ ବୋଲି ସେ କହିଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି, ଦୁଃସାହସୀ ବିଜୁବାବୁ କଟକରୁ ପେଶାଓ୍ବର ସାଇକେଲ ଯାତ୍ରା କରି ଓଡ଼ିଶାବାସୀଙ୍କୁ ସୁଦୃଢ଼ ହେବାର ବାର୍ତ୍ତା ଦେଇଥିଲେ। ଓଡ଼ିଶାକୁ କିପରି ଅର୍ଥନୈତିକ ସ୍ବାଧୀନତା ମିଳିବ ସେଥିପ୍ରତି ଧ୍ୟାନଦେବା ଜରୁରୀ। ଖଣିଜ ସମ୍ପଦରେ ଭରପୂର ଥିବା ରାଜ୍ୟ କେବେହେଲେ କେନ୍ଦ୍ର ନିକଟରେ ଭିକ୍ଷାଥାଳ ଧରି ଆଣ୍ଠୁମାଡ଼ି ବସିପାରିବ ନାହିଁ ବୋଲି ବିଜୁବାବୁ କହୁଥିଲେ। ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଦେବୀ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ନେତା ପ୍ରସନ୍ନ ପାଟଶାଣି, ରବି ସାମଲ ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତ ରଖିଥିଲେ। ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ସୁଦାମ ସାହୁ ଏବଂ ସମରେନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ମହିଳା ଓ ଶିଶୁ ବିଭାଗରେ ଫଳ ବଣ୍ଟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri