Posted inଜାତୀୟ

କେସିଆର୍‌: ଜାତୀୟ ଭୂମିକାରେ ଆଉ ପାଦେ

ହାଇଦ୍ରାବାଦ,୧୯ା୧: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ ଚେକ୍‌ ଦେବା ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଲଗାତର ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଅଧ୍ୟକ୍ଷ ଜାତୀୟ ସ୍ତରରେ ନିଜ ଭୂମିକା ବିସ୍ତାର ଦିଗରେ ବୁଧବାର ପ୍ରଥମ ପାଦ ବଢ଼ାଇଛନ୍ତି। ଏକ ଅଣକଂଗ୍ରେସ ବିରୋଧୀ ମେଣ୍ଟ ଗଠନ ସକାଶେ ସେ ହାଇଦ୍ରାବାଦର ଖାମ୍ମମ୍‌ ସହରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ କରିଛନ୍ତି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌, ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ, ସିପିଆଇର ଡି. ରାଜା ପ୍ରମୁଖ ଯୋଗଦେଇ କେସିଆର୍‌ଙ୍କ ପଦକ୍ଷେପକୁ ସମର୍ଥନ ଜଣାଇଛନ୍ତି। କର୍ନାଟକରେ ରାଜ୍ୟବ୍ୟାପୀ ‘ପଞ୍ଚରନତ୍ ରଥଯାତ୍ରା’ ଚଳାଇଥିବାରୁ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ନେତା ଏଚ୍‌.ଡି. ଦେବେଗୌଡ଼ା ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରି ନ ଥିଲେ ହେଁ କେସିଆର୍‌ଙ୍କ ପ୍ରତି ତାଙ୍କ ସମର୍ଥନ ଥିବା କହିଛନ୍ତି।

୪ ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ଶେୟାର କରିବା ଅବସରରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି, ଭାଜପାର ଜାତୀୟ କାର୍ଯ୍ୟକାରିଣୀ ମଙ୍ଗଳବାର ଶେଷ ହୋଇଛି। ସାଧାରଣ ନିର୍ବାଚନକୁ ଆଉ ୪୦୦ ଦିନ ବାକି ଥିବା ସେମାନେ ନିଜେ କହୁଛନ୍ତି। ସରକାର ନିଜ ଦିନ ଗଣିବାରେ ଲାଗିଛି। ୪୦୦ ଦିନ ପରେ ଏହି ସରକାର ଆଉ ରହିବ ନାହିଁ। ଅନ୍ୟପକ୍ଷେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ର ଗ୍ରାଣ୍ଡ୍‌ ଫିନାଲେ ଜାନୁୟାରୀ ୩୦ରେ କଶ୍ମୀରରେ ହେବ। ଉକ୍ତ କାର୍ଯ୍ୟକ୍ରମକୁ ଏସ୍‌ପି ଏବଂ ସିପିଏମ୍‌ ସମେତ ୨୧ ବିରୋଧୀ ଦଳକୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ କେଜ୍‌ରିଓ୍ବାଲଙ୍କ ଏଏପିକୁ କଂଗ୍ରେସ ଡାକିନାହିଁ। ତେଣୁ ଏହା ପୂର୍ବରୁ ବିଆର୍‌ଏସ୍‌ ବୈଠକର ବିଶେଷ ତାତ୍ପର୍ଯ୍ୟ ରହିଥିବା କୁହାଯାଉଛି। କେସିଆର୍‌ଙ୍କ ରାଲିରେ ସାମିଲ ହେଇଥିବା କୌଣସି ଦଳ କଂଗ୍ରେସର ଯାତ୍ରାରେ ସାମିଲ ହୋଇନାହାନ୍ତି।

ଅଖିଳେଶ ଓ କେଜ୍‌ରିଓ୍ବାଲ କଂଗ୍ରେସ ପ୍ରତି ରୁଚି ନ ଥିବା ସ୍ପଷ୍ଟ କରିସାରିଛନ୍ତି। ଫେବୃୟାରୀ ୧୬ରେ ଅନୁଷ୍ଠିତ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଆସନ ବୁଝାମଣା ନେଇ କଂଗ୍ରେସ-ସିପିଏମ୍‌ ଆଲୋଚନା ଚାଲିଥିଲେ ହେଁ କେରଳ ମୁଖ୍ୟମନ୍ତ୍ରୀ ବିଜୟନ୍‌ କେସିଆର୍‌ଙ୍କ ରାଲିରେ ଯୋଗଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜୟନ୍‌ଙ୍କ ଏକ ଅଣକଂଗ୍ରେସ-ଅଣଭାଜପା ସାମ୍ମୁଖ୍ୟ ସ୍ବପ୍ନ ଆଞ୍ଚଳିକ ନେତାମାନଙ୍କ ସମର୍ଥନ ଅଭାବରୁ ପୂରଣ ହୋଇ ନ ଥିଲା। ତେଣୁ କେସିଆର୍‌ଙ୍କ ଏହି ସାମ୍ମୁଖ୍ୟ ଗଠନ ସ୍ବପ୍ନ ବାସ୍ତବ ହେବ କି ନାହିଁ ସେନେଇ ପ୍ରଶ୍ନ ଉଠିଲାଣି। ଇତିମଧ୍ୟରେ କେଜ୍‌ରିଓ୍ବାଲ ମଧ୍ୟ ନିଜ ଜାତୀୟ ମହତ୍ତ୍ୱାକାଂକ୍ଷା ଉପରେ ସ୍ପଷ୍ଟ କରିସାରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଜାତୀୟ ରାଜନୀତିରେ ବଡ଼ ଭୂମିକା ଚାହୁଁଛନ୍ତି। ଏହି ଦୌଡ଼ରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗତ ସେପ୍ଟେମ୍ବରରେ କେସିଆର୍‌ ଭେଟିଥିଲେ। ସେତେବେଳେ ନୀତୀଶ କହିଥିଲେ, କୌଣସି ତୃତୀୟ ସାମ୍ମୁଖ୍ୟ ଗଠନର ଆବଶ୍ୟକତା ନାହିଁ। ଭାଜପା ବିରୋଧରେ କେବଳ ଗୋଟିଏ ସାମ୍ମୁଖ୍ୟ ହେବା ଦରକାର, ଯେଉଁଠି କଂଗ୍ରେସ ମଧ୍ୟ ସାମିଲ ଥିବ। ଏପରି ହେଲେ ୨୦୨୪ରେ ଭାଜପାକୁ ଆମେ ହରାଇପାରିବା ବୋଲି ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ ପ୍ରକାଶ କରିଥିଲେ।

ପ୍ରକାଶ ଯେ, ଅତୀତରେ ଭାଜପା କିମ୍ବା କଂଗ୍ରେସର ବିନା ସମର୍ଥନରେ କୌଣସି ତୃତୀୟ ସାମ୍ମୁଖ୍ୟ ତିଷ୍ଠିପାରି ନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କ ନେତୃତ୍ୱାଧୀନ ସରକାର ପ୍ରତି ଭାଜପାର ସମର୍ଥନ ରହିଥିଲା। ସେହିପରି କଂଗ୍ରେସ ସମର୍ଥନରେ ତାଙ୍କ ଉତ୍ତରାଧିକାରୀ ଚନ୍ଦ୍ରଶେଖର, ଏଚ୍‌.ଡି. ଦେବେଗୌଡ଼ା ଏବଂ ଆଇ.କେ. ଗୁଜରାଲ ମଧ୍ୟ ସରକାର ଗଢ଼ିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?