Posted inଫୁରସତ

କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମର ଏକ ଲୋକପ୍ରିୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ କାଜିରଙ୍ଗା ଜାତୀୟ ଉଦ୍ୟାନର ରହିଛି ଅନେକ ଖ୍ୟାତି। ଏହା ସ୍ଥାନୀୟ ଗୋଲାଘାଟ, କାର୍ବି ଆଙ୍ଗଲୋଙ୍ଗ ତଥା ନଗାଓଁ ଜିଲାର ସୀମାକୁ ଲାଗି ପ୍ରାୟ ୪୩୦ ବର୍ଗ କି.ମି ପରିସୀମା ବ୍ୟାପ୍ତ ଅଞ୍ଚଳ ଉପରେ ଗଢ଼ି ଉଠିଛି। ଏଠାରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳିଥାଏ। କହିବାକୁ ଗଲେ ସମଗ୍ର ବିଶ୍ୱରେ ଯେତିକି ଏକଶିଙ୍ଗ ବିଶିଷ୍ଟ ଗଣ୍ଡା ଦେଖାଯା’ନ୍ତି, ତନ୍ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଗଣ୍ଡା କେବଳ ଏହି ଅଭୟାରଣ୍ୟରେ ଅଛନ୍ତି। ସେହିପରି ଗଣ୍ଡାଙ୍କ ବ୍ୟତୀତ ଅନ୍ୟାନ୍ୟ ବନ୍ୟ ଜୀବଜନ୍ତୁ ତଥା ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ବି ଏଠାରେ ଦେଖିବାକୁ ମିଳିଥାଏ। ସେଥିପାଇଁ ବର୍ଷର ପ୍ରାୟ ଅଧିକାଂଶ ସମୟ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ୧୯୦୪ ମସିହାରେ ଏହାକୁ ଏକ ସଂରକ୍ଷଣ କେନ୍ଦ୍ର ଘୋଷଣା କରିବାକୁ ପ୍ରଥମେ ଯୋଜନା କରାଯାଇଥିଲା ଏବଂ ୧ ଜୁନ୍‌ ୧୯୦୫ରେ ପ୍ରାୟ ୨୩୨ ବର୍ଗ କି.ମି. ଅଞ୍ଚଳକୁ ନେଇ କାଜିରଙ୍ଗା ପ୍ରସ୍ତାବିତ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା। ପୁନର୍ବାର ୧୯୦୮ରେ ଆଉ ୧୫୨ ବର୍ଗ କି.ମି. ଅଞ୍ଚଳକୁ ଉକ୍ତ ସଂରକ୍ଷଣ କେନ୍ଦ୍ର ସହ ମିଶାଇ ଦିଆଗଲା। ୧୯୧୬ରେ ଉକ୍ତ ସଂରକ୍ଷଣ କେନ୍ଦ୍ରକୁ କାଜିରଙ୍ଗା କ୍ରୀଡ଼ା ଅଭୟାରଣ୍ୟରେ ପରିଣତ କରି ୧୯୩୮ ମସିହା ପରଠୁ ଏଠାରେ ଶିକାରକୁ ବାରଣ କରାଯିବା ସହ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ଦିଆଯାଇଥିଲା। ପରେ ୧୯୫୦ ମସିହାରେ ଏହା କାଜିରଙ୍ଗା କ୍ରୀଡ଼ା ଅଭୟାରଣ୍ୟରୁ କାଜିରଙ୍ଗା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପରିବର୍ତ୍ତିତ ହୋଇଥିଲା। ସେହିପରି ୧୯୬୮ରେ ୪୩୦ ବର୍ଗ କି.ମି. ଅଞ୍ଚଳକୁ ନେଇ ଏହାକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ଦେବାକୁ ଚେଷ୍ଟା କରାଯାଇଥିଲେ ହେଁ ଶେଷରେ ୧୯୭୪ରେ ଏହାକୁ ଭାରତ ସରକାରଙ୍କ ତରଫରୁ ମଞ୍ଜୁର ମିଳିଥିଲା। ଅନ୍ୟପକ୍ଷେ ୧୯୮୫ରେ ଏହି ଜାତୀୟ ଉଦ୍ୟାନକୁ ୟୁନେସ୍କୋ ତରଫରୁ ଓ୍ବାଲର୍‌ଡ ହେରିଟେଜ୍‌ ସାଇଟ୍‌ର ମାନ୍ୟତା ମିଳିଥିଲା।
କ’ଣ ଦେଖିବେ
କାଜିରଙ୍ଗା ଜାତୀୟ ଉଦ୍ୟାନରେ କେବଳ ଯେ ବହୁସଂଖ୍ୟାରେ ଏକଶିଙ୍ଗ ବିଶିଷ୍ଟ ଗଣ୍ଡା ଦେଖାଯା’ନ୍ତି ତାହା ନୁହେଁ; ଅନେକ ବାଘ, ହାତୀ, ବନ୍ୟ ମଇଁଷି, ସମ୍ବର, ଗୟଳ, ଜଙ୍ଗଲୀ ଘୁଷୁରି, ଭାଲୁ, ବାରଶିଙ୍ଗା (ଏକ ଜାତୀୟ ହରିଣ) ଇତ୍ୟାଦି ବନ୍ୟପଶୁଙ୍କୁ ଦେଖିବାକୁ ମିଳିଥାଏ। ସେହିପରି ବିଭିନ୍ନ ପ୍ରଜାତିର ପକ୍ଷୀ ବି ଏଠାରେ ଦେଖାଯାଇଥା’ନ୍ତି। ଅନ୍ୟପକ୍ଷରେ ଉକ୍ତ ଅଭୟାରଣ୍ୟରେ ବହୁ ପରିମାଣରେ ବନସ୍ପତି ବୃକ୍ଷ ବି ରହିଛି। କହିବାକୁ ଗଲେ ପ୍ରକୃତିପ୍ରେମୀ ବା ପକ୍ଷୀପ୍ରେମୀଙ୍କ ପାଇଁ ଏହି ସ୍ଥାନଟି ଦ୍ୱିତୀୟ ସ୍ବର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।
ସଫାରିର ମଜା ନିଆରା
ଏହି ଜାତୀୟ ଉଦ୍ୟାନରେ ପର୍ଯ୍ୟଟକ ଦୁଇ ପ୍ରକାର ସଫାରିର ଆନନ୍ଦ ନେଇପାରିବେ। ଗୋଟିଏ ହେଉଛି ଜିପ୍‌ ସଫାରି ଏବଂ ଅନ୍ୟଟି ହେଉଛି ହାତୀ ସଫାରି ଅର୍ଥାତ୍‌ ହାତୀପିଠିରେ ବସି ବୁଲିବା।
କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ର ମତାନୁସାରେ, ଏହି ଜାତୀୟ ଉଦ୍ୟାନକୁ ବୁଲିଯିବା ପାଇଁ ନଭେମ୍ବରରୁ ଏପ୍ରିଲ୍‌ ହେଉଛି ସବୁଠୁ ଉପଯୁକ୍ତ ସମୟ। କାରଣ ଏପ୍ରିଲ୍‌ ପରେ ଏଠାରେ ଧୀରେ ଧୀରେ ବର୍ଷା ହେବାକୁ ଆରମ୍ଭ କରିଥାଏ। ସୂଚନାନୁଯାୟୀ, ଏଠାରେ କୁଆଡ଼େ ଅତ୍ୟଧିକ ବର୍ଷା ହୁଏ। ଏପରିକି ବର୍ଷାଦିନେ ଏଠାରେ ବେଳେବେଳେ ବନ୍ୟା ପରିସ୍ଥିତି ଉପୁଜିଥାଏ। ଯଦ୍ଦ୍ବାରା ପଶୁପକ୍ଷୀମାନେ ବର୍ଷାଦିନେ ଅଭୟାରଣ୍ୟର ଉଚ୍ଚ ସ୍ଥାନକୁ ଚାଲିଯାଇଥା’ନ୍ତି; ଫଳରେ ସେମାନଙ୍କୁ ଦେଖିବା ସମ୍ଭବ ହୋଇ ନ ଥାଏ। ତେଣୁ ନଭେମ୍ବରରୁ ଏପ୍ରିଲ୍‌ ଭିତରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାର ସୁବିଧା ମିଳିଥାଏ। ସେହିପରି ଏଠାକୁ ଯିବା ପାଇଁ ସଡ଼କପଥ, ରେଳପଥ ତଥା ଆକାଶପଥର ମଧ୍ୟ ବେଶ୍‌ ସୁବିଧା ରହିଛି। ପର୍ଯ୍ୟଟକମାନେ ଯେଉଁଥିରେ ଯିବାକୁ ଉପଯୁକ୍ତ ମଣିବେ, ଆରାମରେ ଯାଇ ଖୁସିରେ ଭ୍ରମଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?