Posted inଫୁରସତ

ଅଖା ନାହିଁ କି ବିରି ନାହିଁ…

ତଥାପି ତାଙ୍କ ଘରେ ଅଭାବନାହିଁ l କଣ ବୁଝିପାରିଲେନି? ତେବେ ଶୁଣନ୍ତୁ l କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳକରନ୍ତି ନାହିଁ l ହାଟକୁ କେବଳ ଦଣ୍ଡିପଲା ବଟକରା ନେଇକି ଯାଆନ୍ତି l ସେଇଠୁ ଚାଉଳ, ମୁଗ, ବିରି, ପରିବାପତ୍ର କିଣି, ସେଇଠି ପ୍ରାୟ ସେଇଦାମରେ ବିକି ସଞ୍ଜକୁ ସଉଦାପତ୍ର ଘରପାଇଁ ଆଣି ବେଶକିଛି ମୋଟାଟଙ୍କା ଖୋସଣିରେ ଖୋସି ଫେରନ୍ତି l ମୁଁ ସେତେବେଳେ ଏମନ୍ତ ରହସ୍ୟ ଭେଦ ନକରିପାରି ପଚାରିବାରୁ ସେମାନେ କହନ୍ତି,-“ଏଇଟା ବେପାରୀଙ୍କ କଳାକୌଶଳ.. ବୁଦ୍ଧିର ଖେଳ l ବାଃ! ଚମତ୍କାର କଥା l ଖରା ବରଷାରେ ଜମିରେ ଖଟି ଫସଲ ଅମଳକରିବା ଦର୍କାର ନାହିଁ l ଅଥଚ ଚାଷୀଙ୍କଠୁ ଏମାନେ ବେଶୀ ଫାଇଦା ପାଇଥାନ୍ତି l ସେମିତି ଫ୍ୟାକ୍ଟ୍ରି ମାଲିକ ଢ଼େରେ ଟଙ୍କା ବିନିଯୋଗକରି କଳକାରଖାନା ବସାନ୍ତି l
କଞ୍ଚାମାଲ ସଂଗ୍ରହ କରନ୍ତି l କୁଶଳୀ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ଦରମାଦେଇ ରଖନ୍ତି l ବେଶ ମୋଟା ରକମର ଇଲେକ୍ଟ୍ରିବିଲ ପୈଠ କରନ୍ତି l ଟ୍ୟାକ୍ସ ଠିକ ସମୟରେ ଦିଅନ୍ତି l ବହୁ ସରକାରୀ ଅଫିସକି ଧାଇଁ ମାଲ ଉତ୍ପାଦନ ଅନୁମତି ବା ଲାଇସେନ୍ସ ପ୍ରାପ୍ତ ହେଲାପରେ ଯେଉଁ ଜିନିଷ ବାହାର କରନ୍ତି, ସେତେବେଳେ ତା’ ମୂଲ୍ୟ ଯାହା ଥାଏ, ସେଇଜିନିଷ ଖାଉଟି ପାଖରେ ପହଁଚିଲାବେଳକୁ ତା’ ଦାମ କୋଉଠି ଚାରିଗୁଣା ତ କୋଉଠି ଆଠଗୁଣା ବି ହୋଇଯାଇଥାଏ l

ଚତୁରିଆ ବୁଦ୍ଧିଆ ବେପାରୀ ସେତେ ରିକ୍ସ ନନେଇ ମଝିରେ ଏତେଲାଭ, ଖାଉଟିର ତଣ୍ଟିଚିପି ସାଉଁଟିନିଅନ୍ତି ଯେ, ତାହା ସାଧାରଣଙ୍କ ବୁଦ୍ଧି ବିଦ୍ୟାର ଅଗୋଚର l ଖାଉଟି ଖାଲି ଜିନିଷର ଛପାମୂଲ୍ୟ ଦେଖି ଆଖିମୁଜି କିଣିନିଅନ୍ତି l ମଝିରେ କିଏ କେତେ ଶୋଷିଲା, କିଏ କାହାକୁ ପୋଷିଲା, ଜିନିଷ ଦେଶୀ ନା ବିଦେଶୀ.. ସେ କଥା ଭାବିବାକୁ ବେଳକାହିଁ? ତେବେ ଏମାନଙ୍କୁ ଏମିତିରେ ଏତେଫାଇଦା ମିଳୁଥିବାଦେଖି ବିଚରା ଚାଷୀ ଚାଷ ଛାଡି ଅଥବା ଫ୍ୟାକ୍ଟ୍ରି ମାଲିକ ତାଲାମାରି ଏଇ ଦଲାଲଙ୍କ ବେପାରକୁ ଅଧିକ ମନ ବଳେଇଲେଣି l

ଆଜ୍ଞା! ଏମିତିବୁଦ୍ଧି କେବେଠୁ ସାହିତ୍ୟକ୍ଷେତ୍ରକୁ ସଂକ୍ରମିତ ହେଲାଣି l ଚତୁରିଆ ଦଲାଲ ଯେମିତି ବେପାରରେ ଟାକ୍ସ ଫାଙ୍କିବାକୁ, ସରକାରଙ୍କୁ ଠକିବାକୁ ଅନେକ ଫେକ ସଂସ୍ଥା, ଫେକ ଆକାଉଣ୍ଟ ଖୋଲି, ଫୋନରେ ସିମ ବଦଳେଇ ଚତୁର ବୁଦ୍ଧିରେ ରାତାରାତି ମାଲାମାଲ ହେଉଛନ୍ତି , ଠିକ ସେମିତି ମୋଟେ ସାହିତ୍ୟଚାଷ କରୁନଥିବା ବା ଭାଗଚାଷ ଜାଣିନଥିବା ଲୋକ ୟା’ ତା’ ଲେଖା ଚୋରେଇ ପଢି ଶୁଣେଇ ବଡ କବି ବୋଲେଇ ଚାଲିଛନ୍ତି ତ କିଏ ଜୀବନରେ ମେହେନତି କରି ଖଣ୍ଡେ ବହି ନ କରିବି ଢ଼େରେ ଲୋକଙ୍କୁ ମୋଟା ଟଙ୍କା ବିନିମୟରେ ସାହିତ୍ୟିକ ସନମାନ ଉପାଧି ସାର୍ଟିଫିକେଟ ପ୍ରଦାନ କରେଇ ମାଲାମାଲ ହେଉଛନ୍ତି l ଉଚ୍ଚମଞ୍ଚରେ ଉଚ୍ଚକଣ୍ଠରେ ନାମ ଘୋଷଣାକରି ଥରକେ ଶହେ ଦୁଇଶହ ଜଣଙ୍କୁ ନାନା ଉପାଧିରେ ଭୂଷିତକରେଇ ନିଜକୁ ଭୁଷୁପଣ୍ଡିତ ବୋଲେଇ ଆପଣା ଅଖା ଟଙ୍କାରେ ଫୁଲକରି ଚାଲିଛନ୍ତି l ମାନପତ୍ର ପାଇବାରେ ପାଗଳ ଅନେକେ ଏମିତି କାଗଜ ଖଣ୍ଡକୁ ହଜାରେ.. ଦି’ହଜାରେ.. ପାଞ୍ଚହଜାରେ ମୂଲ୍ୟରେ କିଣି ଦଲାଲଙ୍କ ଗୁଣଗାନ କରୁଛନ୍ତି l ଗ୍ରାହକ ମଧ୍ୟ ମାନପତ୍ରରେ ସ୍ତୁତିଗାନ ପଢି ପବନରେ ଫୁଲି ଫୁଟୁବଲ ଭଳି ଡେଉଁଛନ୍ତି l ଏମିତିକି କିଏ ରାଜ୍ୟସ୍ତରୀୟ କିଏ ଜାତୀୟ ତ କିଏ ଅନ୍ତର୍ଜାତୀୟ ସ୍ତରୀୟ କବି ଲେଖକ ନିଜକୁ ଭାବି ଏଇ କିଣା ମାନପତ୍ର ଦେଖେଇ ନୋବେଲ ପୁରସ୍କାର ପାଇବେ ବୋଲି ସପନ ଦେଖିଲେଣି l ପ୍ରକୃତ ସୁନା ଠୁ ନକଲି ଅଳଙ୍କାର ବେଶି ଚକଚକ ଦିଶେ.. ଅଧିକ ବିକ୍ରିହୁଏ l ଭବିଷ୍ୟତ କଥା ପଚାରେ କିଏ?
ଏଇ ବେପାରୀ ମାଛତେଲରେ ମାଛ ଭାଜି ଏତେ ତେଲ ବଳେଇ ରଖୁଛନ୍ତି ଯେ ତାଙ୍କ ବଂଶକୁଟୁମ୍ବ ଅଜାଗାରେ ବୋଳିଲେ ବି ସରୁନି l

ୟାଙ୍କୁ ଯେ ଯାହା କହିଲେବି ବାଧେନି ଏଇଥିପାଇଁ ଯେ, ମାନପତ୍ର ବେପାରୀ ହେବାଆଗରୁ ମାନ ଇଜତ ବିକ୍ରି ସାରିଥାଏ l
ଜଣେ ବରିଷ୍ଠ ସାହିତି୍ୟକ ବନ୍ଧୁଘରେ ମୁଁ ବସିଥାଏ l ନିଜ ମେହେନତିରେ କିଛି ମାନପତ୍ର ତାଙ୍କ କାନ୍ଥରେ ଝୁଲୁଥାଏ l ଜଣେ ଏମିତି ବେପାରୀ ଆଗମନ କଲେ l ମାତ୍ର ଷାଠିଏ ମାନପତ୍ର ହାତରେ ଧରିଥାନ୍ତି l ମୋ ବନ୍ଧୁଙ୍କଠୁ ଦସ୍ତଖତ ନେବେ ଓ ତାଙ୍କ ସାହିତ୍ୟ ସନମାନ କାର୍ଯ୍ୟକ୍ରମକୁ ଅତିଥି କରିବା ପାଇଁ ନିମନ୍ତ୍ରଣ ଜଣେଇବେ l ବନ୍ଧୁ ତାଙ୍କ ଉଦେଶ୍ୟ ଜାଣିନଥିଲେ l
ସେ ଘର ଭିତରେ ଥିଲାବେଳେ ବେପାରୀ ମତେ ପଚାରିଲେ ଆପଣ ତାଙ୍କର କଣ ହେବେ? ମୁଁ ତାଙ୍କ ପୁରୁଣା ସାଙ୍ଗ କହିବାରୁ, ସେ କହିଲେ ଏ ସାର ଏତେ ମାନପତ୍ର କେତେ ଟଙ୍କାଦେଇ କିଣିଛନ୍ତି ଆପଣ ଜାଣନ୍ତି କି? ମୁଁ କାହିଁକି ପଚାରିବାରୁ ସେ କହିଲେ ମତେ ଟଙ୍କା ପାଞ୍ଚହଜାରେ ଯଦି ଦିଅନ୍ତେ ୟାଠୁ ବହୁତ ବଡ ଓ ଉଚ୍ଚଉପାଧିରେ ସନମାନୀତ କରାନ୍ତି l ମୋର ବାରଟା ଅନୁଷ୍ଠାନ ଅଛି l ମୋ ଫୋନ ନମ୍ବର ନିଅନ୍ତୁ l ଯେବେ ଚାହିଁବେ ଯୋଗାଯୋଗ କରିବେ l ହଁ ଆପଣଙ୍କୁ ଯଦି ଦୁନିଆ ଜାଣିନି, ତେବେ ମଞ୍ଚରେ ଅତିଥି କରି ବସେଇପାରିବୁ l

ଖାଲି ଆଉ କିଛିଟଙ୍କା ନିର୍ଲୋଭରେ ହାତଖୋଲା କଲେ ହେଲା l ମୁଁ ଭାବୁଥିଲି ଆମେ କେଡେ ବୋକା ନୋହୁଁ ସତେ! ବିନା ଲେଖାରେ ଯଦି ଏଡ଼େ ସନମାନ ପଦବୀ ମିଳୁଛି, ତେବେ ରାତି ଅନିଦ୍ରା ହେଇ ବହିଲେଖି ଛାପି ବିକି କ୍ଷତି ସହିବା କି ଦର୍କାର? ଏଇମାନଙ୍କ ପ୍ରଚଣ୍ଡ ଚେଷ୍ଟା ପାଇଁ
ବହିବିକ୍ରିଠାରୁ ମାନପତ୍ର ବିକା ଶହେଗୁଣା ବଢିଛି l ବିରି କି ଅଖା ନଥାଇବି ଖାଲି ଲାଭ ହିଁ ଲାଭ ମିଳୁଛି।

-ମଙ୍ଗରାଜପୁର, ପୁରୀ ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri