Posted inଫୁରସତ

ଗିଳିବାରେ …. ନୋ କମ୍ପରମାଇଜ

ଗିରିଆ ଗରଗର ହେଇ ଗୁଡ଼ାଏ ଗାଳିଦେଉଛି l ଗାଁ ଗାଁ -ସହର ସହର ବୁଲି ଗର୍ଜନକରି କାନ ଫଟାଉଛି l ଅଣ୍ଟାରେ ଗାମୁଛା ଭିଡୁଛି l ଝୁଲିପଡ଼ିଥିବା- ନିଶକୁ ମୋଡ଼ି ଖାଡ଼ା କରୁଛି l ସମଧର୍ମୀ ଭାଇ ବିରାଦରିଙ୍କୁ ଏକାଠିକରି କହୁଛି…. ଆହେ! ଦେଖ ହୋ.. ଇଏ ଭଲଲୋକ ନୁହଁ l ୟା’ର ଦୟା-ମାୟା ନାହିଁ l ନିର୍ଦ୍ଦୟଟା l ଅବିଶ୍ୱାସୀଟା l କିହୋ, ତମକୁ ଭୋକ ନାହିଁ କି ତମ ପେଟରେ ସିନା ଜାଗା ନାହିଁ ବୋଲି ଗିଳିପାରୁନ, ହେଲେ ଆମକୁ କିଆଁ ବାଟ ଛାଡ଼ୁନ ? ଆମେ ତ ଗିଳିବାରେ ହେଳା ନ କରି, ପେଟ ଜ୍ୱାଳାକୁ ଶାନ୍ତକରିବାକୁ କେତେ ଗୋଖାଦ୍ୟ, ଚାରାଠୁ ସିମେଣ୍ଟ, ଛଡ଼ ଯାଏଁ ସବୁକିଛି ଚର୍ବଣକରି ଜୀର୍ଣ୍ଣ କରିବାର ଯଥେଷ୍ଟ ଶକ୍ତି ଅର୍ଜନ କରିଛୁ, ବିଡ଼ା ବିଡ଼ା ଟଙ୍କା ବି ଗିଳିପାରିଛୁ l ତେମେ ଦାଦେନିଆ -ଦରିଦ୍ର l ହେଲେ ଆମେ..ଖାଇଲା-ପିଇଲା ଘରର ପିଲା ବୋଲି, ଗିଳି ପେଟକୁ ଟୁମାକରି ବୁଲୁଥାଉ l ତମେ ଖାଇପାରୁନ ବୋଲି ଆମ ପେଟକୁ କିଆଁ ନାତ ମାରୁଛ ? ମାରୁଛ ତ ମାରୁଛ, ଏମିତି ମାରୁଛ ଯେ ଆମ ପେଟ ଭିତରେ ଗଣ୍ଠି ଡେଇଁଯାଇଥିବା ପୁରୁଣା ଦାନା, ଟଙ୍କା, ସୁନା ବି ବାହାରକରି ପକାଉଚ ! ଯଦି ଆହୁରି ଅଛି ବୋଲି ଡାଉଟୁ କରୁଚ, ତେବେ ସିବିଆଇ, ଇଡି କି ଭିଡ଼ିଆଣି ତାଙ୍କ ହାତ -ମୁଣ୍ଡକୁ ଆମ ଆଁମାନଙ୍କରେ ପୂରେଇ ଏମିତି ଘାଣ୍ଟିଚକଟି ଦଉଚ ଯେ ଯୋଉଠି ଯାହା ପେଟ -କୋଠରିରେ କୋଉକାଳୁ ଥିଲା.. ସବୁ ଗୁଡ଼ା ବାନ୍ତିକରେଇ ଦେଉଛ ! ଏଗୁଡ଼ା କ’ଣ ଭଲ କରୁଛ ? କିହୋ ! ଦେହ ଆମର, ବୁଦ୍ଧି ଆମର, ବଳ ଆମର, ଚତୁରାମି ଗିଳିଥିବା ଧନ ଆମର l ହେଲେ ମୁଣ୍ଡ କିଆଁ ବିନ୍ଧୁଚି ତମର ? ଆମେ କେଡେ କଷ୍ଟରେ କୋଉ କାଳୁ ଧର୍ମ-ଅଧର୍ମ ବିଚାର ନ କରି ଗିଳି ସଞ୍ଚି ସଞ୍ଚି ବଡ଼ଲୋକୀର ପାହାଡ଼ ଚଢ଼ି ଆକାଶରେ ମୁଣ୍ଡ ନଗେଇଲା ବେଳକୁ ଭିଡ଼ିଆଣି ତଳେ କଚାଡ଼ିଦଉଛ ? ଏଗୁରା କ’ଣ ଭଲ କରୁଛ ?

କୋଉଠି ଥିଲ , ରାତି ଅଧିଆ କ’ଣ ଭାବିଲ, ଏମିତି ନାଟ ନଗେଇ ଦେଲଯେ.. ଚିନ୍ତାରେ ଦାନା ଛାଡ଼ିଦେଲୁ l ବଡ଼ ଖଟ- ମୋଟା ଗଦି -ଏସି ପବନରେ ବି ଆଖିକି ନିଦ ହେଲାନି l ତେମେ କ’ଣ ଜାଣିନା.. ଟଙ୍କା ହେଲା ନକ୍ଷିମୀ ସାଆନ୍ତାଣୀ l ତାଙ୍କୁ କିଏ ନେବାକୁ ମନାକରେ ନା ହତାଦର କରେ ? ନା କୋଉଠି କିଏ ନୁଚେଇକି ରଖିଲେ, କାହାକୁ ଦେଖାଏ ? ତାକୁ ସିନା ଗୁପତରେ ରଖନ୍ତି.. ଭିତରେ ଭିତରେ କାୟା ବଢ଼ାନ୍ତି ! ଆମେ କ’ଣ ମୋଫତରେ ଏଇ ଜ୍ଞାନ ପାଇଛୁ କି? ହକ ଚୋର, ଡକେଇତଙ୍କୁ ଗୁରୁ କରି ଏଇ ଗୁଣ ଶିଖିଛୁ l ଆମେ କ’ଣ ମରିବୁ କେବେ ଭାବିଛୁ ? ହେଲେ ତେମେ କ’ଣ କଲ ! ନୋଟ୍‌ବନ୍ଦୀକରି ଆମ ଆଦର୍ଶକୁ ମାରିଦେଲ? କେଇଦିନ ତଳେ ପାଞ୍ଚଶହ, ହଜାରିଆ ବଡ଼ ନୋଟ୍‌କୁ ଅଚଳ କଲନି ଯେ, ବରଂ ଆମ ବଡ଼ଲୋକିଆ ଗୁଣକୁ ଅଚଳକଲ ? ଆମ ଗିଳା ବୁଦ୍ଧି ଗିଳା ପାଟିକି ପେଟକୁ ଜାଣ ଅଚଳ କଲ l ଆମ ଟେବୁଲ ତଳାସନ ଆଦର୍ଶ-ପଦ୍ଧତିକି ଅଚଳକଲ l ବୁଦ୍ଧିବାଟ ଦିଶିଲାନି.. ଦିନ ବି ଅନ୍ଧାରିଆ ଦିଶିଲା l ଯୋଉ କେଇମାସ ସମୟ ଅଦଳବଦଳକୁ ଦେଲ, ସେଇଟା ମୂଷିକର ପାହାଡ଼ ତାଡ଼ିବା ବାଗିଆ କଥା l ପର୍ବତ ଭଳିଆ କୁଢ଼େଇଥିବା ଟଙ୍କାକୁ ନେଇ ଯେବେ କୋଉ ବେଙ୍କ ଦୁଆରେ ଜମେଇଥାନ୍ତୁ, ତେବେ ଆଉ ସଂସାରେ ରହିଥାନ୍ତୁଟି ? ଆମ ସବୁଜ ସପନ – ସବୁଜ ଘର.. ଖାଲି ରେଡ୍‌ ରେଡ୍‌ ହେଇଯାଇଥାନ୍ତା l ଛାତିରେ ଛନକା ପଶିଲା l ତାଙ୍କୁ ମନଇଚ୍ଛା ଖାଲି ଶୋଧିଲୁ l ତାଙ୍କ କାନରେ ପହଞ୍ଚିଲା କି ନା ଜାଣିନୁ l ଛାତିରେ ପଥର ଲଦି ସାଇତା ଲକ୍ଷିମୀ ସାଆନ୍ତାଣୀଙ୍କୁ ଅଖାରେ ପୂରେଇ ଦେଉଳ ଦୁଆରେ ରାତିଅଧିଆ ଥୋଇ ମହାପୁରୁଙ୍କୁ ଗୁହାରି କରିଥିଲୁ, ତାଙ୍କ ବଅଁଶ ବୁଡ଼ିଯାଉ। ତାଙ୍କୁ ଅଚିହ୍ନା ବ୍ୟାଧି ଖାଉ l ଏତେ ଟଙ୍କା ଦେଲା ପରେ କିଛି ନ ହେବାରୁ ଦିଅଁଙ୍କୁ ବହେ ଶୋଧି ମନବୋଧ କଲୁ l କେତେ ବସ୍ତା ଟଙ୍କା ନେଇ ରାତାରାତି ନଈ ପୋଖରୀରେ ଭସେଇଦେଲୁ l ଓ.. ହୋ.. ସେତେବେଳେ ଆମର ଯୋଉ ମରମ ପୋଡ଼ା ହଉଥାଏ, କହିବୁ କାହାକୁ.. ଶୁଣିବ କିଏ? ସେଇ କଷ୍ଟର ଜଳାପୋଡ଼ା ଟିକେ କମିଆସୁଥିଲା, ଯେବେ ଛନଛନିଆ ଆଖି ଝଲସିଆ ଦି’ହଜାରିଆ ନୋଟ୍‌ ଘରେ ଲୁଚେଇ ଜମେଇ ଆସୁଥିଲୁ, ଥୋଡ଼େ ଥୋଡ଼େ ପାଟିରେ ପୂରେଇ ଦୁଃଖ ଭୁଲୁଥିଲୁ l ହେଲେ ପୁଣି ଧରମ ଛାଡ଼ିଲା କି ପାଗଳା କୁକୁର କାମୁଡ଼ିଲା ନା ପେଟ -ପିଚାକୁ କୁରୁମି କାମୁଡ଼ିଲା.. ନା କୋଉ ବଦମାସିଆ ଆମ ନାଁ ରେ କିଏ ତାଙ୍କ କାନରେ କ’ଣ ଫୋଡ଼ିଲା ଯେ ତାକୁ ବି ଅଚଳ କରିବାକୁ ଘୋଷଣାକଲେ l ଛି ଛି..! ନିଜର କାଢ଼ ନାହିଁ ଖାଇପାରୁନ, ହେଲେ ଆଉ କିଏ ଖାଇଲେ.. କାହିଁ ସାହିପାରୁନ ?

ନା, ଆଉ ସହିହବନି l ଢେରେ ହେଇଗଲା ଏ ଅନ୍ୟାୟ-ଅନୀତି l ଆସରେ ନିତିଆ, ନାଲୁଆ, ନିଶିଆ, ବିଶିଆ, ଚନ୍ଦରା ! ଦେଖେଇଦେବା ଆମ କାଢ଼ପଣ l ହଇରେ , ତେମେ ବାରମ୍ବାର ନକ୍ଷିମୀ ମା’କୁ କାଗଜବିଡ଼ା କରେଇ ଏତେ ହତାଦର କରିବ ? ଆମ ପେଟକୁ ଗୋଇଠା ମାରିବ? ନା.. ଏଇଟା ସରାସର ସ୍ବାର୍ଥ ବିରୋଧୀ l ଏଇଟା ଦେଶ ବିରୋଧୀ l ଏଇ ନିୟମ ଆମ ଭଳିଆ ଗରିବଗୁରୁବାଙ୍କ ବିରୋଧୀ l ଆମ ଖାୱାଙ୍କ ଫନ୍ଦି ଫିକର ବୁଦ୍ଧି ବିରୋଧୀ l ଆସରେ ଯେତେ ସର୍ବଗିଳା ଭାଇ ! ହାତରେ ହାତ ମିଳେଇ ମେଳ ହୁଅ l ଏମିତି ଖେଳ କରିବା.. ଯେମିତି ତାଙ୍କ ନାକରୁ ଝୋଳ ନିକାଲିବା l ଆ… ରେ.. ତେମେ ଢିଙ୍କିକି କାଠ ବୋଲି ଠଉରେଇଛ ? ଭଲକି କୁଟିଦେବୁ.. ବେଳ ଉଣ୍ଡି ସବୁ ଲୁଟିନବୁ l ଆସରେ ସବୁ ଧଡ଼ିଆ.. ଦାନ୍ତକାଠିଆ ! ଏକାଠିହେଇ କାଠଗଡ଼ ହେଇଯିବା l ଯେତେସବୁ ସରୁ ସ୍ବରରେ ବିଲୁଆ ଭଳିଆ ଭୁକୁଛ.. ଏକାଠି ମିଶି ଏମିତି ଗର୍ଜିବା, ଆମ ରଡ଼ିରେ ବାଘ -ସିଂହ ବି ଗାଦି ଛାଡ଼ି ପଳେଇବେ l ଆରେ ଆମେ ପରା ସର୍ବଗିଳା ଦଳ ! କେତେ କାହା ଘର-ଦ୍ୱାର ଧନ-ସମ୍ପତ୍ତି ଗିଳି କରିଛୁ ଛାରଖାର l ତାଙ୍କୁ ଛାଡ଼ିବନି l ତାଙ୍କୁ ତଡ଼ିବା.. ଦେଶ ବଞ୍ଚେଇବା l ଆମେ ବଞ୍ଚିଲେ.. ଦେଶ ବଞ୍ଚିବ l ଆମେ ରହିଲେ.. ଦେଶ ରହିବ l ଆଜିର ଏଇ ମିଳିତ ପେଞ୍ଚ.. ଆମ ବଂଶଧରଙ୍କ ଭବିଷ୍ୟତ l ଶୁଣ ! କୋଠରି-ପେଟକୁ ଦଶଗୁଣା ମଜଭୁତକରି ବଡ଼କର l ତେମେ ଯାହାବି କୁହ, ହେଲେ ଗୋଟେ କଥା ଏ ଗିରିଆ-ସର୍ବଗିଳାର ମନେରଖ, ଗିଳିବାରେ ….. ନୋ କମ୍ପରମାଇଜ୍‌ !!

-ମଙ୍ଗରାଜପୁର,ପୁରୀ, ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?