ଏଇ ଭାରତରେ

ଆମ୍ବ ବଗିଚା ନୁହେଁ, ବରଂ ଏହାକୁ କୁହାଯାଉଛି ଆମ୍ବ ମ୍ୟୁଜିୟମ। କାରଣ ଏହି ବଗିଚାରେ ଦେଶବିଦେଶର ପ୍ରାୟ ୨୫୦ କିସମର ଆମ୍ବ ଫଳୁଛି। ଯେ କେହି ଗଲେ ତାହାକୁ ଦେଖିବା ସହ ସେଠାରେ ରହିବାର ବି ସୁବିଧା କରାଯାଇଛି। ଏଭଳି ବଗିଚାଟିଏ ଦେଖିବାକୁ ପାଇବେ ଗୁଜରାଟର ଗିର୍‌ ନ୍ୟାଶନାଲ ପାର୍କଠାରୁ ୩ କି.ମି. ଦୂରରେ ଥିବା ଭାଲାଛେଲ ଗାଁରେ। ସେହି ଗାଁର ଝରିୟା ପରିବାର ୧୨.୫ ଏକରରେ ଏହି ଆମ୍ବ ବଗିଚା କରିଛନ୍ତି ଓ ଏଥିରେ ହଜାର ହଜାର ଗଛ ରହିଛି। ସୁମିତ ଝରିୟା କହନ୍ତି, ୧୯୮୫ରେ ତାଙ୍କ ଜେଜେବାପା ନୁର୍‌ ଅଲି ବୀର ଝରିୟା ପ୍ରଥମେ ୧୦ ଏକର ଜମି କିଣି ୧୪ ପ୍ରକାର ଆମ୍ବ ଗଛ ଲଗାଇଥିଲେ ଓ ପରେ ଅବଶିଷ୍ଟ ଜମି ବଗିଚା ପାଇଁ କିଣାଯାଇଛି। ୩ ଦଶନ୍ଧି ମଧ୍ୟରେ ଝରିୟା ପରିବାର ୨୫୦ ପ୍ରକାର ଆମ୍ବଗଛ ଏହି ବଗିଚାରେ ବଢ଼ାଇ ପାରିଛନ୍ତି। ଭାରତ ବ୍ୟତୀତ ଆମେରିକା, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ଇସ୍ରାଏଲରୁ ବିଭିନ୍ନ କିସମର ଆମ୍ବ ଚାରା ସଂଗ୍ରହ କରାଯାଇ ଲଗାଯାଇଛି। ବର୍ଷକୁ ଏହି ବଗିଚାରୁ ଝରିୟା ପରିବାର ୨୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅନିଲ ମ୍ୟାଙ୍ଗୋ ଫାର୍ମ ଆଣ୍ଡ୍‌ ନର୍ସରି କରି ଏହା ମାଧ୍ୟମରେ ପ୍ରତିବର୍ଷ ୨ ଲକ୍ଷ ଆମ୍ବ ଚାରା ବିକ୍ରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧ ଶାକାହାର ଓ ସ୍ବାସ୍ଥ୍ୟ

ମାନେକା ଗାନ୍ଧୀ ପ୍ରତିଦିନ ହଜାର ହଜାର ଲୋକ ଶୁଦ୍ଧ ଶାକାହାରୀ ହେଉଥିବା ଯୋଗୁ ମାଂସାହାରୀମାନେ ପଛରେ ପଡିଯାଇଛନ୍ତି। ସେମାନେ ପୁଣି ତାଙ୍କ ସ୍ଥାନକୁ ଫେରିଆସିବା ଲାଗି...

ଏଇ ଭାରତରେ

ପରିବେଶ, ଆର୍ଥିକ ବିକାଶ ଓ ପାନୀୟ ଜଳ ପାଇଁ ଏକ ଝରଣା ସଫେଇ ପରମ୍ପରା ଦେଖିବାକୁ ମିଳେ କଶ୍ମୀରର ପଞ୍ଜାଥ ଗାଁରେ। ଏହି ଗାଁରେ ଥିବା...

ଓଡ଼ିଆ ଜାତିର ଜୀବନ ବେଦ

ଡ. ପ୍ରଫୁଲ୍ଲ କୁମାର ସାହୁ ଗ୍ରନ୍ଥସ୍ରଷ୍ଟାଙ୍କ ଜୟନ୍ତୀ ପାଳନ ହେବାର ବିଧି ବିଶ୍ୱବ୍ୟାପୀ ପ୍ରଚଳିତ। ମାତ୍ର ଓଡ଼ିଆ ଭାଗବତକୁ ଛାଡ଼ିଦେଲେ ପୃଥିବୀରେ ପ୍ରାୟ ଏମିତି କୌଣସି...

କାଳର କଡ଼ ଲେଉଟାଣି

ଉପେନ୍ଦ୍ର ବିଶ୍ୱାଳ ପ୍ରତ୍ୟହ ପ୍ରଭାତରେ ପକ୍ଷୀଟିଏ ପହଞ୍ଚତ୍ଥାଏ ଦାଣ୍ଡ ଦୁଆରେ। ପୋକ, ପତଙ୍ଗାଦିକୁ ଖୁଣ୍ଟି ଖାଏ। ତା’ର କୁନି କୁନି ପାଦର ଟିକି ଟିକି ଚାଲି,...

ପ୍ରଦୂଷଣର ଭିନ୍ନ ଦିଗ

ମାନେକା ଗାନ୍ଧୀ ଭାରତ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରଦୂଷଣ ମାନକ ଆଧାରରେ ସମସ୍ତ ଶିଳ୍ପର ବର୍ଗୀକରଣ କରାଯାଇଛି। ମାଟି, ପାଣି, ପବନ ଏବଂ...

ପୋଲିସ ପାଖରେ ରହୁନି ବିଦେଶୀଙ୍କ ତଥ୍ୟ

ଯୁଧିଷ୍ଠିର ମହାରଣା ସର୍ବଭାରତୀୟ ସ୍ତରରେ ଓଡ଼ିଶା ପୋଲିସର ଦକ୍ଷତା, ପ୍ରତିବଦ୍ଧତା, ସାଧୁତା ଓ କର୍ତ୍ତବ୍ୟନିଷ୍ଠା ଯଥେଷ୍ଟ ଆଗରେ। ଅନେକ ଘଡ଼ିସନ୍ଧି ମୁହୂର୍ତ୍ତ ଓ ପ୍ରତିକୂଳ ପରିବେଶରେ...

ଏଇ ଭାରତରେ

ଏଥର ପାରମ୍ପରିକ କଂକ୍ରିଟ ଘର ବଦଳରେ ଏମିତି ଘର ତୋଳିବେ ଯେଉଁଥିରେ ତାପମାତ୍ର ୭ ଡିଗ୍ରୀ ରହିବ ଓ ଶୀତଳତା ପ୍ରଦାନ କରିବ। ହରିୟାଣାର ଡ....

ପ୍ରାଚୀନ ଭାରତର ବିଶ୍ୱବିଦ୍ୟାଳୟ

ଇଂ.ମାୟାଧର ସ୍ବାଇଁ ପାଶ୍ଚାତ୍ୟ ଜଗତରେ ବିଶ୍ୱବିଦ୍ୟାଳୟ ସ୍ଥାପନର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଏବଂ ଏଠାରେ ଦେଶ, ବିଦେଶର ଅନେକ ଛାତ୍ର ଶିକ୍ଷାଲାଭ...

Advertisement
Archives

Model This Week