କଶ୍ମୀରୀ ଓ୍ବାଣ୍ଟେଡ୍‌ ଯାଜପୁରରୁ ଗିରଫ

ନିଜକୁ ଡାକ୍ତର ଦର୍ଶାଇ ଯାଜପୁର ଜିଲାରେ ପ୍ରାୟ ୭ବର୍ଷ ଧରି ରହିଥିଲେ କଶ୍ମୀର ପୋଲିସର ଜଣେ ଓ୍ବାଣ୍ଟେଡ୍‌ ଅଭିଯୁକ୍ତ ତଥା ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀ(୩୭)। ଅନେକ ଠକେଇ, ପ୍ରତାରଣା ଅଭିଯୋଗ ତାଙ୍କ ବିରୋଧରେ ରହିଥିବାବେଳେ ସେ ଏକାଧିକ ଯୁବତୀଙ୍କୁ ଫସାଇ ବିବାହ କରିଥିବା ଜଣାପଡ଼ିଛି। ଏହି ଛଦ୍ମବେଶୀ ଅଭିଯୁକ୍ତଙ୍କୁ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଗତ ୧୩ ତାରିଖ ବିଳମ୍ବିତ ରାତିରେ ଯାଜପୁର ଜିଲାରୁ ଗିରଫ କରିଛି। କିନ୍ତୁ ଏସ୍‌ଟିଏଫ୍‌ ପକ୍ଷରୁ ଜାରି ପ୍ରେସ୍‌ ନୋଟ୍‌ରେ ବୁଖାରୀଙ୍କୁ ୧୫ ତାରିଖରେ ଗିରଫ କରାଯାଇଥିବା ଦର୍ଶାଯାଇଛି। ଦେଶ ବିରୋଧୀ ତତ୍ତ୍ୱଙ୍କ ସହ ତାଙ୍କର ସମ୍ପର୍କ ଥିବା ଏସ୍‌ଟିଏଫ୍‌ ସୂଚନା ପାଇ ତଦନ୍ତ ଚଳାଇଛି।

ଭୁବନେଶ୍ୱର (ସୂର୍ଯ୍ୟକାନ୍ତ ବେହେରା)/ ଯାଜପୁର (ହର୍ଷବର୍ଦ୍ଧନ ବେହେରା)/ ଧର୍ମଶାଳା (ବଟକୃଷ୍ଣ ପରିଡ଼ା), ୧୭ା୧୨
କେବଳ କଶ୍ମୀର ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଆପରାଧିକ ମାମଲାରେ ବୁଖାରୀ ଜଡ଼ିତ ଥିବା ଜଣାପଡ଼ିଛି। ସ୍ଥିତି ସହ ଖାପ ଖୁଆଇଲା ଭଳି ସେ ନିଜକୁ କେଉଁଠି ନ୍ୟୁରୋ ସ୍ପେଶାଲିଷ୍ଟ ଡାକ୍ତର ତ କେଉଁଠି ସେନା ଡାକ୍ତର, ପିଏମ୍‌ଓ ଅଧିକାରୀ ଏବଂ ଏନ୍‌ଆଇଏ ବରିଷ୍ଠ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚୟ ଦେଇଆସିଛନ୍ତି। ବୁଖାରୀଙ୍କ ପ୍ରକୃତ ଘର ଜମ୍ମୁକଶ୍ମୀରର କୁପଓ୍ବାରା ଜିଲା ହଣ୍ଡଓ୍ବାରା ସବ୍‌ଡିଭିଜନ ଅନ୍ତର୍ଗତ ପୀର ମୋହାଲାରେ। ସେ ପ୍ରାୟ ୭ ବର୍ଷ ହେଲା ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ପଞ୍ଚାୟତ ମିଲତନଗରରେ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ଚଢ଼ାଉ କରି ଏସ୍‌ଟିଏଫ୍‌ ଅଧିକାରୀମାନେ ଅନେକ ଆପରାଧିକ ସାମଗ୍ରୀ ସମେତ ୧୦୦ରୁ ଊର୍ଦ୍ଧ୍ୱ କାଗଜପତ୍ର ଜବତ କରିଛନ୍ତି। ଏସ୍‌ଟିଏଫ୍‌ ପକ୍ଷରୁ ତାଙ୍କ ବିରୋଧରେ ଆଇପିସି ଦଫା ୪୧୯, ୪୨୦, ୪୬୫, ୪୬୭, ୪୬୮, ୪୭୧, ୧୨୦(ବି) ଏବଂ ଆଇଟି ଆକ୍ଟ ୨୦୦୦ର ଦଫା ୬୬ ସି, ୬୬ ଡି ଅନୁଯାୟୀ ଏକ ମାମଲା (ନଂ.୩୧/୨୦୨୩) ରୁଜୁ କରାଯାଇଛି। ବୁଖାରୀଙ୍କୁ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି। ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଟିଏଫ୍‌ ଆବେଦନ କରିଛି ।
ବୁଖାରୀ ନେଉଳପୁର ଅଞ୍ଚଳର ସେକ୍‌ କବେଇ ଖାନଙ୍କ ଝିଅ ପାରୋ ପର୍ବିନଙ୍କୁ ୨୦୧୬ରେ ବିବାହ କରିଛନ୍ତି। ତାଙ୍କର ୫ ବର୍ଷର ଝିଅ ଥିବାବେଳେ ସ୍ତ୍ରୀ ପାରୋ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି। ବୁଖାରୀଙ୍କ ସହ ପାରୋ ‘ସାଦି ଡଟ୍‌ କମ୍‌’ ଦ୍ୱାରା ସମ୍ପର୍କରେ ଆସି ବିବାହ କରିଥିବା ଜଣାପଡିଛି। ତାଙ୍କ କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ଧର୍ମଶାଳା ପୋଲିସ ୨୦୧୯ରେ ତାଙ୍କୁ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲା। ତେବେ ତାଙ୍କ ବିରୋଧରେ କୌଣସି ପ୍ରମାଣ ପାଇ ପାରି ନ ଥିବାରୁ ପୋଲିସ ତାଙ୍କୁ ଛାଡ଼ିି ଦେଇଥିଲା। ବୁଖାରୀ ନେଉଳପୁରକୁ ଦୁଇ ତିନି ମାସରେ ଥରେ ଆସି
ପରିବାର ସହିତ ରହୁଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ସହିତ ତାଙ୍କର ବିଶେଷ ମିଳାମିଶା ନ ଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ବୁଖାରୀ ଏଠାରେ ପ୍ରାୟ ୨ ମାସ ହେବ ନିୟମିତ ଭାବେ ରହି ଆସୁଥିଲେ। ତେବେ ବାକି ଦିନଗୁଡ଼ିକରେ ସେ କେଉଁଠି ରହୁଥିଲେ ଏବଂ କ’ଣ କରୁଥିଲେ ତାହା ସେମାନଙ୍କୁ ଜଣାନାହିଁ। ବୁଖାରୀଙ୍କ ନିକଟରେ ଦିଲ୍ଲୀ ନମ୍ବରର ଏକ ହୋଣ୍ଡା ସିଟି କାର୍‌ ରହିଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଏହାବାଦ ଏକ ପଲ୍‌ସର ବାଇକ୍‌ (ଓଡି୦୪ଏମ୍‌୯୧୬୦) ଓ ଏକ ଟାଟା ଏସିଇ ଗାଡ଼ି ରହିଛି। ବିହାରର କେତେଜଣ ଲୋକ ତାଙ୍କ ପାଖକୁ ଆସୁଥିଲେ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି।
କ୍ରାଇମ୍‌ବ୍ରାଞ୍ଚ (ଏସ୍‌ଟିଏଫ୍‌) ଆଇଜି ଜୟ ନାରାୟଣ ପଙ୍କଜ ଭୁବନେଶ୍ୱରରେ ଶନିବାର ଖବରଦାତା ସମ୍ମିଳନୀରେ କହିଛନ୍ତି, ବୁଖାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ଥିବାରୁ ସ୍ଥାନୀୟ ପୋଲିସ ତାଙ୍କ ଉପରେ ନଜର ରଖିଥିଲା। ଯାଞ୍ଚବେଳେ ସେ ଡାକ୍ତର ନ ଥିବା ଜଣାପଡ଼ିଥିଲା। ଫଳରେ ସେ ରହୁଥିବା ଭଡ଼ା ଘରେ ଚଢ଼ାଉ କରାଯାଇଥିଲା। ସେଠାରୁ ଆମେରିକା, କାନାଡ଼ା ସମେତ ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜର ଜାଲ୍‌ ମେଡିକାଲ ଡିଗ୍ରୀ ସାର୍ଟିଫିକେଟ୍‌, ଖାଲି ଦସ୍ତଖତ ଦଲିଲ, ଆଫିଡେଭିଟ୍‌, ବଣ୍ଡ, ଅନେକ ପରିଚୟ ପତ୍ର, ଏଟିଏମ କାର୍ଡ, ଖାଲି ଚେକ୍‌, ଆଧାର କାର୍ଡ ଏବଂ ଭ୍ରମଣ କାର୍ଡ ସହିତ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। କଶ୍ମୀରରେ ବୁଖାରୀଙ୍କ ବିରୋଧରେ ଗୋଟିଏ ଜାମିନ ବିହୀନ ୱାରେଣ୍ଟ ରହିିଛି। ତାଙ୍କୁ ରିମାଣ୍ଡରେ ନିଆଯିବା ପରେ ଦେଶ ବିରୋଧୀ ତତ୍ତ୍ୱ, ଠକେଇ, ଜାଲିଆତି ସମ୍ପର୍କରେ ଏନ୍‌ଆଇଏ, ଆଇବି ଭଳି ଜାତୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ାଯାଇ ମାରାଥନ ଜେରା କରାଯିବ ବୋଲି ଆଇଜି ପଙ୍କଜ କହିଛନ୍ତି।
ବୁଖାରୀ ନକଲି ପ୍ରମାଣପତ୍ର ଦାଖଲ କରି ଦେଶର କେତେକ ମେଡିକାଲରେ କାର୍ଯ୍ୟ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଅନେକ ଲୋକ ତାଙ୍କୁ ଜଣେ ବରିଷ୍ଠ ଅଧିକାରୀ ଭାବେ ମଧ୍ୟ ଜାଣନ୍ତି। ଜାଲିଆତି ଏବଂ ଠକେଇ ସହ ଜଡିତ ଏକ ମାମଲା ବୁଖାରୀଙ୍କ ବିରୋଧରେ କଶ୍ମୀରରେ ରୁଜୁ ହୋଇଛି। ଏହାସହ ପଞ୍ଜାବରେ ବୁଖାରୀ ଓ ତାଙ୍କ ବାପା ସୟଦ ସୈଫିଉଦ୍ଦିନ ବୁଖାରୀଙ୍କ ନାମରେ ମାମଲା ରହିଛି। ଜଣେ ସେନା ଡାକ୍ତର ଭାବେ ଓଡିଶାରେ କାର୍ଯ୍ୟ କରୁଥିବା ପରିଚୟ ଦେଇ ଜଣେ ବ୍ୟକ୍ତିଙ୍କୁ ଠକିବା ଅଭିଯୋଗରେ ବୁଖାରୀଙ୍କୁ ୨୦୧୭ରେ କଶ୍ମୀର ଓ ମହାରାଷ୍ଟ୍ର ପୋଲିସ ଗିରଫ କରିଥିଲା।

ଆଇଏସ୍‌ଆଇ ସହ ସମ୍ପର୍କରେ ଥିଲେ
ବୁଖାରୀ କେରଳର କେତେଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଏହାସହ ସେ କେତେଜଣ ପାକିସ୍ତାନୀ ନାଗରିକ ଏବଂ ସେଠାକାର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପର୍କରେ ଥିଲେ ବୋଲି କ୍ରାଇମ୍‌ବ୍ରାଞ୍ଚ (ଏସ୍‌ଟିଏଫ୍‌) ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଠକେଇ ଓ ଜାଲିଆତି ମାମଲାରେ ବୁଖାରୀଙ୍କ ନଁାରେ କଶ୍ମୀର ଓ ପଞ୍ଜାବରେ ମାମଲା ରହିଥିବା ଜଣାପଡ଼ିବା ପରେ ସେଠାକାର ପୋଲିସ ସହ ଯୋଗାଯୋଗ କରାଯାଇ ତଥ୍ୟ ଯୋଗାଡ଼ କରାଯାଉଥିବା ଆଇଜି ପଙ୍କଜ କହିଛନ୍ତି। ତେବେ କଶ୍ମୀର ପୋଲିସ ପାଇଁ ୱାଣ୍ଟେଡ ଥିବା ବୁଖାରୀ ଯାଜପୁର ଜିଲାରେ ଏତେଦିନ ଧରି ରହିଥିବାରୁ ଓଡ଼ିଶାରେ ତାଙ୍କର ଆଉ କେତେଜଣ ସହଯୋଗୀ ଥିବା ଏବଂ ସୁଚିନ୍ତିତ ନେଟ୍‌ଓ୍ବର୍କ ଚାଲିଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?