Odisha Elections 2024
Posted inଜାତୀୟ

୫,୦୦୦ କ୍ୟୁସେକ୍‌ ଜଳ ଛାଡ଼ିବ କର୍ନାଟକ

ନୂଆଦିଲ୍ଲୀ,୨୨ା୯(ପି.ଟି.):କାବେରୀ ଜଳ ବିବାଦ ପ୍ରସଙ୍ଗରେ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (ସିଡବ୍ଲ୍ୟୁଏମ୍‌ଏ)ଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ଗୁରୁବାର ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏଥିସହ ତାମିଲନାଡୁକୁ ୧୫ ଦିନ ପର୍ଯ୍ୟନ୍ତ ଦୈନିକ ୫ ହଜାର କ୍ୟୁସେକ୍‌ ଜଳ ଛାଡ଼ିବା ପାଇଁ କର୍ନାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କାବେରୀ ଜଳ ନିୟନ୍ତ୍ରଣ କମିଟି (ସିଡବ୍ଲ୍ୟୁଆର୍‌ସି) ସେପ୍ଟେମ୍ବର ୧୨ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା, ଯାହାକୁ ସିଡବ୍ଲ୍ୟୁଏମ୍‌ଏ ବଳବତ୍ତର ରଖିଥିଲେ। ତାମିଲନାଡୁକୁ ୧୫ ଦିନ ଧରି ଦୈନିକ ୫,୦୦୦ କ୍ୟୁସେକ୍‌ ଜଳ ଛାଡ଼ିବା ପାଇଁ କର୍ନାଟକକୁ ନିର୍ଦ୍ଦେଶ ଦେଇଥିଲେ। କର୍ନାଟକ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଗୁରୁବାର ଜଷ୍ଟିସ୍‌ ବି.ଆର୍‌. ଗଭାଇ, ପି.ଏସ୍‌. ନରସିଂହ ଏବଂ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଥିଲେ, ଅନାବୃଷ୍ଟି ହେତୁ ତାମିଲନାଡୁ ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଛି। ସିଡବ୍ଲ୍ୟୁଏମ୍‌ଏ ଏବଂ ସିଡବ୍ଲ୍ୟୁଆର୍‌ସିରେ ଜଳସମ୍ପଦ ପରିଚାଳନା ତଥା କୃଷିକ୍ଷେତ୍ରର ଅନେକ ବିଶେଷଜ୍ଞ ରହିଛନ୍ତି। ସିଡବ୍ଲ୍ୟୁଆର୍‌ସି ଚଳିତବର୍ଷ ଜଳହ୍ରାସ ଓ ଗତ ୧୫ ଦିନରେ କାବେରୀ ଅବବାହିକାରେ ବଢ଼ିଥିବା ସଙ୍କଟର ସ୍ଥିତି ସହ ଆଉ କେତେକ କାରଣ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପ୍ରତି ୧୫ ଦିନରେ କର୍ତ୍ତୃପକ୍ଷ ସ୍ଥିତି ଉପରେ ସମୀକ୍ଷା କରୁଛନ୍ତି। ତାମିଲନାଡୁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ୍‌ ରୋହତୋଗୀ ଯୁକ୍ତି ବାଢ଼ିଥିଲେ ଯେ ରାଜ୍ୟକୁ ୬୪୦୦ କ୍ୟୁସେକ୍‌ ପାଣି ଛଡ଼ାଯିବା ଆବଶ୍ୟକ ଥିବାବେଳେ ଏହାକୁ ସିଡବ୍ଲ୍ୟୁଏମ୍‌ଏ ଏବଂ ସିଡବ୍ଲ୍ୟୁଆର୍‌ସି ୫ହଜାର କ୍ୟୁସେକ୍‌କୁ ଖସାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଝଟ୍‌କା: ଅମିତ ଶାହାଙ୍କ ଉପରେ ଟିପ୍ପଣି ମାମଲାରେ ସମନ ଜାରି

ନୂଆଦିଲ୍ଲୀ,୨୧।୫: ଅମିତ ଶାହାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଏମପି-ଏମଏଲଏ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। ଏନେଇ ଭାଜପା କର୍ମୀ...

କେଜରିଓ୍ବାଲ ଏବେ କାହିଁକି ଆଳାପ କରୁଛନ୍ତି ପାକିସ୍ତାନୀ-ପାକିସ୍ତାନୀ?

ନୂଆଦିଲ୍ଲୀ,୨୧।୫: ଏକ ଖବରଦାତା ସମ୍ମିଳନୀରେ ଅରବିନ୍ଦ କେଜରିୱାଲ କହିଛନ୍ତି, ଆଜି ମୁଁ ଆପଣଙ୍କୁ ତିନୋଟି କଥା କହିବାକୁ ଚାହେଁ। ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବାରୁ...

କାହିଁକି ଏଥର ୪୦୦ ପାର୍‌ କଥା କହୁଛି ଭାଜପା? ୨୪ ଘଣ୍ଟାରେ ମୋଦି କ’ଣ କ’ଣ କରିଛନ୍ତି ସେଥିରୁ ବୁଝାପଡିବ…

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ। ଏହି କାରଣରୁ ସମସ୍ତ ରାଜନୈତିକ ଦଳ କଠିନ ପରିଶ୍ରମ କରୁଛନ୍ତି ଏବଂ ରାଲି କରୁଛନ୍ତି। କିନ୍ତୁ...

ବଡ଼ କଥା କହିଦେଲେ କେଜ୍‌ରିଓ୍ବାଲ, ଜୁନ୍‌ ୪ରେ ଇଣ୍ଡିଆ ମେଣ୍ଟ…

ନୂଆଦିଲ୍ଲୀ,୨୧।୫: ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି ଯେ ମୋଦି ସରକାର ଜୁନ୍‌ ୪ ତାରିଖରେ ଯାଉଛନ୍ତି।...

ସ୍ବାତି ମାଲିଓ୍ବାଲ ମାମଲାର ଯାଞ୍ଚ କରିବ ଏସଆଇଟି, ଏହି ମହିଳା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୫: ସ୍ବାତି ମାଲିୱାଲ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ଏମପିଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ ଅପଡେଟ ଆସିଛି। ଏହି ଆକ୍ରମଣ ଘଟଣାର...

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

ନିର୍ବାଚନ ପ୍ରତିଦ୍ୱନ୍ଦିତା ମଧ୍ୟରେ ଫୁଟିଲା ଗୁଳି, ଜଣେ ମୃତ ୨ ଆହତ, ଭାଜପା ନେତା ଗିରଫ

ପାଟନା,୨୧।୫: ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମଙ୍ଗଳବାର (ମେ’୨୧) ସକାଳେ ବିହାରର ଛପ୍ରାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣଙ୍କର ମତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri