Posted inଜାତୀୟ

ଆରଏସଏସ ପ୍ରତିଷ୍ଠାତା ହେଡଗଓ୍ବୋର୍‌ଙ୍କୁ ସ୍କୁଲ୍‌ ପାଠ୍ୟକ୍ରମ ବିଷୟବସ୍ତୁରୁୁ ହଟାଇବ କର୍ନାଟକ ସରକାର!

ବେଙ୍ଗାଲୁରୁ,୧୦।୬: କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ପ୍ରଚାର ପତ୍ରରେ ନିର୍ବାଚନ ଜିତିଲେ ଆରଏସଏସ ସଂଗଠନ ଉପରେ ବ୍ୟାନ୍‌ ଲଗେଇବୁ ବୋଲି ଘୋଷଣା କରିଥିଲା। ଯାହାକୁ କର୍ନାଟକରେ କ୍ଷମତାକୁ ଆସିବା ପରେ କଂଗ୍ରେସ ଏହାକୁ ଆରମ୍ଭ କରିଛି। ବର୍ତ୍ତମାନ ପାଠ୍ୟପୁସ୍ତକ ବିଷୟବସ୍ତୁରୁ ଆରଏସଏସ ସମ୍ପର୍କିତ ବିଷୟ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି।
କଂଗ୍ରେସ ସରକାର ଆରଏସଏସ ପ୍ରତିଷ୍ଠାତା କେଶବ ବାଲିରାମ ହେଡଗଓ୍ବୋରଙ୍କ ଜୀବନୀକୁ ସ୍କୁଲ୍‌ ପାଠ୍ୟକ୍ରମରୁ ହଟାଇବାକୁ ଯୋଜନା କରିଛନ୍ତି। ସରକାର ଖୁବ୍‌ ଶୀଘ୍ର ଏ ବାବଦରେ ଏକ ସର୍କୁଲାର ଜାରି କରିବେ ବୋଲି ଘୋଷଣା କରିଛନ୍ତି।

ହେଡଗଓ୍ବୋରଙ୍କ ବ୍ୟତୀତ ଦକ୍ଷିଣପନ୍ଥୀ ଚକ୍ରବର୍ତ୍ତୀ ସୁଲିବେଲେ ଏବଂ ପଣ୍ଡିତ ବନାନାଜେ ଗୋବିନ୍ଦାଚାର୍ଯ୍ୟଙ୍କ ସହ ଜଡିତ ବିଷୟବସ୍ତୁ ହଟାଇବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ତେବେ୨୦୨୩-୨୪ ପାଇଁ ଏହି ପାଠ୍ୟପୁସ୍ତକ ପ୍ରକାଶିତ ହୋଇସାରିଛି।

ତେବେ ଏନେଇ କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁରାଓ କହିଛନ୍ତି, ପିଲାଙ୍କ ପାଠ୍ୟକ୍ରମରେ ଏପରି କାହାଣୀ ରହିବା ଉଚିତ୍‌, ଯେଉଁମାନେ ଦେଶ ନିର୍ମାଣରେ ଯୋଗଦାନ ରହିଛି, ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଛନ୍ତି। କିନ୍ତୁ ଭାଜପା ନିଜର ବିଚାରଧାର ଏବଂ ଆଦର୍ଶକୁ ସ୍କୁଲ୍‌ ପାଠ୍ୟକ୍ରମରେ ରଖିବାକୁ ଚେଷ୍ଟା କରିଛି, ଯାହା ଠିକ ନୁହେଁ। ଏହାକୁ ସରକାର ପରିବର୍ତ୍ତନ କରିବେ ଯେପରି ପିଲାଙ୍କ ପାଠ୍ୟପୁସ୍ତକରେ ସୁଧାର ଆସିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?