Posted inଜାତୀୟ

କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପୂର୍ବରୁ ସିଦ୍ଦାରାମାୟାଙ୍କ ବିରୋଧରେ ଅଭିଯୋଗ ଆଣିଲା ଭାଜପା

ବେଙ୍ଗାଲୁରୁ,୧୭।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ନିରନ୍ତର ସସ୍‌ପେନ୍ସ ଲାଗିରହିଛି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦାରାମାୟା ଏବଂ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ନାମ ମୁଖ୍ୟମନ୍ତ୍ରୀଙ୍କ ଦୌଡରେ ରହିଛି। ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାର ସମ୍ଭାବନା ରହିଛି।

ଏହି ସମୟରେ ଭାରତୀୟ ଜନତା ଦଳର ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସୁଧାକର ସିଦ୍ଦାରାମାୟାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସିଦ୍ଧାରାମାୟା କଂଗ୍ରେସ-ଜେଡିଏସ ସରକାରକୁ ଖସାଇଥିଲେ। ସେ ଟୁଇଟ କରି ଲେଖିଛନ୍ତି ଯେ, ୨୦୧୮ରେ ତତ୍କାଳୀନ ଜେଡିଏସ-କଂଗ୍ରେସ ମିଳିତ ସରକାରରେ  ଆମ ପ୍ରତି ହେଉଥିବା ଅନ୍ୟାୟ ବିଷୟରେ ଅଭିଯୋଗ କରିବାକୁ ଯେତେବେଳେ ବିଧାୟକମାନେ ସମନ୍ବୟ କମିଟିର ଅଧ୍ୟକ୍ଷ ସିଦ୍ଦାରାମାୟାଙ୍କ ନିକଟକୁ ଯାଉଥିଲେ, ସେତେବେଳେ ଏହି ସରକାରରେ କିଛି ହେଉନାହିଁ ବୋଲି କହିଥିଲେ। ସେ ବିଧାୟକମାନଙ୍କୁ ଆଶ୍ୱାସନା ଦେଉଥିଲେ ଯେ ୨୦୧୯ରେ ଲୋକ ସଭା ନିର୍ବାଚନ ପରେ କୁମାରସ୍ବାମୀଙ୍କ ନେତୃତ୍ୱରେ ଏହି ମିଳିତ ସରକାରକୁ ଗୋଟିଏ ଦିନ ରହିବାକୁ ଅନୁମତି ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

‘ଇରାନ ସହିତ ଚୁକ୍ତି ଶେଷ’: ଶାନ୍ତି ଚୁକ୍ତିର ସମାପ୍ତି ଘୋଷଣା କଲେ ଟ୍ରମ୍ପ, ଏବେ ହେବ କଡା ଟକ୍କର!

ଓ୍ବାଶିଂଟନ,୮।୭: ତୁର୍କୀର ରାଜଧାନୀ ଅଙ୍କାରାରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଥିଲେ। ଗଣମାଧ୍ୟମ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri