Posted inଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ: ଭାଜପାକୁ ପୁଣି ଝଟ୍‌କା, ଦଳ ଛାଡ଼ିବା ନେଇ ଆଉ ଜଣେ ନେତା କଲେ ଘୋଷଣା

ବେଙ୍ଗାଲୁରୁ, ୧୯।୪: ଆସନ୍ତା ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ହଟଚମଟ ଦେଖାଯାଇଛି । ଟିକେଟ ବଣ୍ଟା ନେଇ ଭାଜପାରେ ଉତ୍ତେଜନା ଦେଖାଦେଇଛି। ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନେ ଅନ୍ୟ ଦଳରୁ ଟିକେଟ୍‌ ପାଇବା ଆଶାରେ ଦଳ ଛାଡୁଛନ୍ତି। ବହୁ ହେଭିଓ୍ବେଟ୍‌ ନେତା ଦଳ ଛାଡ଼ିସାରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିବାକୁ ଯାଉଛି। ଭାଜପା ନେତା ତଥା ଏମ୍‌ଏଲସି ଅୟାନୁର ମଞ୍ଜୁନାଥ ଟିକେଟ୍‌ ନ ମିଳିବାରୁ ବିଧାନ ପରିଷଦ ସଦସ୍ୟ ଓ ଦଳରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଅୟାନୁର କହିଛନ୍ତି, ସେ ବିଧାନସଭା ନିର୍ବାଚନ ପାଇଁ ଶିବାମୋଗା ନିର୍ବାଚନମଣ୍ଡଳୀରୁ ଲଢ଼ିବେ। ଏଥିପାଇଁ ସେ ଆଜି ନାମାଙ୍କନପତ୍ର ଦାଖଲ କରିପାରନ୍ତି। କିନ୍ତୁ ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ତାହା ସ୍ପଷ୍ଟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧ ମହିଳାଙ୍କୁ ଚାପୁଡ଼ା ମାରିଲେ ଏମ୍‌ପି ପ୍ରାର୍ଥୀ, କହିଲେ ହାତକୁ ଦେବ, ଫୁଲକୁ ଦେଲେ ଏମିତି ହେବ

ହାଇଦ୍ରାବାଦ,୮।୫: ତେଲଙ୍ଗାନାରେ କଂଗ୍ରେସ ଏମ୍‌ପି ଜୀବନ ରେଡ୍ଡୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ରେଡ୍ଡୀ ନିର୍ବାଚନୀ ପ୍ରଚାର ଜଣେ ବୃଦ୍ଧ ମହିଳାଙ୍କୁ...

ବର୍ଷା ସାଜିଲା କାଳ, କାନ୍ଥ ଭୁଶୁଡ଼ି ୪ ବର୍ଷର ଶିଶୁ ସମେତ ୭ ମୃତ

ହାଇଦ୍ରାବାଦ,୮।୫: ପ୍ରବଳ ବର୍ଷା ହେତୁ ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ...

ଏୟାର ଇଣ୍ଡିଆ ୭୮ ଉଡ଼ାଣ ରଦ୍ଦ: ସମୂହ ଛୁଟିରେ ଗଲେ ୩୦୦ ବରିଷ୍ଠ କର୍ମଚାରୀ

ନୂଆଦିଲ୍ଲୀ,୮।୫: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୮ଟି ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ...

ମନ୍ତ୍ରୀଙ୍କ ସଚିବ ଗିରଫ: ସହାୟକଙ୍କ ଘରୁ ମିଳିଥିଲା ବିଡ଼ା ବିଡ଼ା ଟଙ୍କା

ରାଞ୍ଚତ୍,୮।୫:ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକ ଜାହାଙ୍ଗୀର ଆଲାମଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ: କେରଳରେ ହାଇଆଲର୍ଟ

କୋଝିକୋଡ୍‌,୮ା୫:କେରଳରେ ଓ୍ବେଷ୍ଟ ନାଇଲ୍‌ ଜ୍ୱର ଆତଙ୍କ ଖେଳାଇଛି। ଏହି ଜ୍ୱରରେ ମାଲାପ୍ପୁରମ୍‌, କୋଝିକୋଡ୍‌ ଏବଂ ଥ୍ରିଶୁର ଜିଲାର ୧୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ଏହି ରୋଗରେ...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

୯୩ ଆସନରେ ୬୨% ମତଦାନ

ନୂଆଦିଲ୍ଲୀ,୮ା୫: ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ହାର...

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri