ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର ପ୍ରୟାସ ଜାରି ରଖିଥିବା ବେଳେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଞ୍ଚଳର କୃଷି ଓ କୃଷକ ସମସ୍ୟା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଛି। କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଅଧିକାଂଶ ଚାଷଜମିକୁ ଜଳ ପରିଚାଳନା ହୋଇପାରୁ ନ ଥିବାରୁ ଚାଷୀମାନେ ଆବଶ୍ୟକ ସମୟରେ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଚାଷୀ ଚାଷ ପ୍ରତି ବିମୁଖ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ବିଶେଷକରି ଚାଷୀମାନଙ୍କ ଜଳସେଚନ ସମସ୍ୟାର ସମାଧାନ ପାଇଁ ନେତାମାନେ କ’ଣ କରିପାରିବେ ତାକୁ ନେଇ ପ୍ରଶ୍ନ କରୁଛନ୍ତି।

କୃଷକ ନେତା ବିଜୟ ଦାସ କହିଛନ୍ତି, ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ ବିଭାଗ ପକ୍ଷରୁ ଠିକ୍‌ ଆକଳନରେ କେନାଲ ନବୀକରଣ ଓ ଉନ୍ନତୀକରଣ ହେଉ ନ ଥିବାରୁ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଇ ହଜାରରୁ ଊର୍ଦ୍ଧ୍ୱ ଏକର ଜମି ପଡିଆ ପଡୁଥିବା ବେଳେ ଅନେକ ଫସଲ ନଷ୍ଟ ହେଉଛି। ଆମ ଅଞ୍ଚଳର ଅଧିବାସୀମାନଙ୍କ ମୁଖ୍ୟ ବେଉସା କହିଲେ ଧାନ, ପନିପରିବା ଚାଷ। ପଟ୍ଟାମୁଣ୍ଡାଇ କେନାଲ ଓ ଶାଖା କେନାଲ ଦେଇ ଉତିକଣ ଭେଡାକୁ ଜଳସେଚିତ ହୋଇଥାଏ। ଦୁଇଦଶନ୍ଧି ପୂର୍ବରୁ ଏହି କେନାଲରେ ୧୨ ମାସ ପାଣି ରହିବା ସହ ଉତିକଣ ଅଞ୍ଚଳରେ ୩ ଫସଲି ଚାଷ ହେଉଥିଲା। ଲୋକେ ଶାରଦ ଫସଲକୁ ନିଜ ପାଇଁ ରଖି ଡାଳୁଅ ଧାନ ଓ ଅନ୍ୟ ଫସଲ ବିକ୍ରି କରୁଥିଲେ। ମାତ୍ର ଏବେ ବର୍ଷାଦିନେ ଜମିରେ ପାଣି ପହଞ୍ଚତ୍ ପାରୁ ନ ଥିବାରୁ ଚାଷୀଙ୍କ ଆଶା ମଉଳି ଯାଉଛି।

ଚାଷ ଉପରେ ନିର୍ଭରଶୀଳ ଲୋକଙ୍କ ଲାଗି ସରକାର ସ୍ତରରେ ଏ ପର୍ଯ୍ୟନ୍ତ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ ହେଉ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଚାଷୀ ସୁରେନ୍ଦ୍ର ପରିଡାଙ୍କ କହିବା କଥା, କେନାଲ ଅଛି ସତ ହେଲେ ପାଣି ଆସୁନାହିଁ। କେନାଲ ବର୍ଷକୁ ଦୁଇ ଥର ମରାମତି ହେଉଛି। ଟଙ୍କା ବି ଖର୍ଚ୍ଚ ହେଉଛି। କିନ୍ତୁ ବର୍ଷା ଦିନରେ କେବଳ କେନାଲରେ ପାଣି ଆସୁଥିବା ବେଳେ ମହାବାତ୍ୟା ପରଠାରୁ ଖରାଦିନିଆ ପାଣି ଚାଷୀମାନଙ୍କ ପାଇଁ ସାତସପନ ହୋଇଛି। ବାହାର ରାଜ୍ୟର ପନିପରିବା ଚଢା ଦରରେ ବିକ୍ରି ହେଉଥିବା ବେଳେ ଶୀତଳଭଣ୍ଡାର ନ ଥିବା ହେତୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି। ଏ ଦିଗରେ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଆନ୍ତରିକତା ନ ଥିବା ଭଳି ମନେ ହେଉଛି।

ନିର୍ବାଚନ ଆସେ ଆଉ ଯାଏ କିନ୍ତୁ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ରହିଯାଏ ବୋଲି କହିଛନ୍ତି। ଦାଶରଥି ଦାସ କହିଛନ୍ତି, ଜଳସେଚନ ପାଇଁ ସମସ୍ତ ଭିତ୍ତିଭୂମି ଥାଇ ଚାଷୀମାନଙ୍କ ଚାଷ ଜମି ଅନେକ ସମୟରେ ମରୁଡିର ସମ୍ମୁଖୀନ ହେଉଛି। ଚାଷୀ ପାଣି ନ ପାଇ ବି ଜଳକର ଦେବାକୁ ବାଧ୍ୟ ହେଉଛନ୍ତି। ସେହିପରି ଉଠା ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଷଜମି ଜଳସେଚନ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ତେବେ ରାଜ୍ୟ ସରକାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ କରିବା ପାଇଁ ଦୁଇ ଦଶନ୍ଧି ତଳେ ଲକ୍ଷ୍ୟ ରଖିଥିବା ବେଳେ ତାହା ପୂରଣ ହେବାରେ ଅନିଶ୍ଚିତତା ଦେଖା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?