ମୁଁ କ’ଣ ମେଶିନ୍‌? ତୃତୀୟ ଥର ମା’ ହେବାକୁ ନେଇ…

ବମ୍ବେ: କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଅଭିନେତ୍ରୀ କରିନା କପୁର ଖାନଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋ ଦେଖି ଅନେକେ ସେ ମା’ ହେବାକୁ ଯାଉଥିବା ସନ୍ଦେହ କରିଥିଲେ। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି କରିନା।

ଏକ ସାକ୍ଷାତକାରରେ କରିନା କହିଛନ୍ତି, ଯେତେବେଳେ ଜଣେ ମହିଳା ମୋଟା ହୁଅନ୍ତି ସେତେବେଳେ ସେ ମା’ ହେବାକୁ ଯାଉଛନ୍ତି କି ବୋଲି ମନରେ ପ୍ରଶ୍ନ ଆସେ। ହେଲେ ମୁଁ କ’ଣ ମେଶିନ। ମୁଁ କଣ କରିବି ନ କରିବି ତାହା ମୋ ଉପରେ ଛାଡ଼ିଦିଅ। ଲୋକେ ମୋର ଫଟୋ ଦେଖି ମନ୍ତବ୍ୟ ଦେବା ପରେ ମୁଁ ଚମକି ପଡ଼ିଥିଲି। ବାଧ୍ୟ ହୋଇ ସୋସିଆଲ ମିଡିଆରେ ଜବାବ ଦେଇଥିଲି।

ଆମେ ସବୁ ସମସ୍ତଙ୍କ ଭଳି ମଣିଷ। ଏଣୁ ସବୁ ଜିନିଷ ଅସଲ ରହୁ। ଆଜିର ସମୟରେ ମୁଁ ଏମିତି ଜଣେ ଅଭିନେତା ଯିଏ ସଚ୍ଚୋଟତାର ସହ ସବୁକିଛି ସାମ୍ନାରେ ରଖିଛି। ୮ ମାସ ଗର୍ଭବତୀ ଥିବା ବେଳେ ବି ମୁଁ କାମ କରିଛି। ସେତେବେଳେ ମୁଁ ବହୁତ ମୋଟି ଥିଲି। ମୁଁ ନିଜକୁ ଲୁଚାଇ ନ ଥିଲି। ସମସ୍ତଙ୍କୁ ନିଜ ହିସାବରେ ବଞ୍ଚିବାର ସ୍ବାଧୀନତା ଅଛି ବୋଲି କରିନା କହିଛନ୍ତି।
କାମ ବିଷୟରେ କଥା ହେଲେ ଖୁବ୍‌ଶୀଘ୍ର କରିନାଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଢା’ ରିଲିଜ ହେବ। ଏହାଛଡ଼ା ସେ ନିର୍ଦ୍ଦେଶକ ସୁଜୋୟ ଘୋଷଙ୍କ ଚଳଚ୍ଚିତ୍ର ‘ଦ ଡିଭୋସନ୍‌ ଅଫ୍‌ ସସ୍‌ପେକ୍ଟ ଏକ୍ସ’ରେ ମଧ୍ୟ କାମ କରୁଚନ୍ତି। ଫିଲ୍ମରେ ତାଙ୍କ ବ୍ୟତିତ ବିଜୟ ବର୍ମା ଏବଂ ଜୟଦୀପ ଅହଲାବତ ମଧ୍ୟ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବନ୍ଧନରେ ଶିବାନୀ-ଫରହାନ

ମୁମ୍ବାଇ: ଦୀର୍ଘ ୪ ବର୍ଷର ଡେଟିଂ ପରେ ବଲିଉଡ କଳାକାର ଫରହାନ ଖାଁ ଶେଷରେ ଶିବାନୀ ଦାଣ୍ଡେକରଙ୍କୁ ସାତ ଜନ୍ମ ପାଇଁ ଆପଣାର କରିନେଇଛନ୍ତି ।...

‘କେଦାରନାଥ’ର ଗୋଟିଏ ବର୍ଷ ପୂର୍ତ୍ତି: ପୋଷ୍ଟ ଲେଖି ପୁରୁଣା ସ୍ମୃତିକୁ ମନେ ପକାଇଲେ ସାରା

ବମ୍ବେ: ଇତିମଧ୍ୟରେ ଫିଲ୍ମ ‘କେଦାରନାଥ’କୁ ପୁରିଛି ଏକ ବର୍ଷ। ସୋସିଆଲ ମିଡିଆରେ ଫିଲ୍ମ ସହ ଜଡିତ କିଛି ଫଟୋ ଶେୟାର କରି ପୁରୁଣା ସ୍ମୃତିକୁ ମନେପକାଇଛନ୍ତି...

ରାଜନୀତି ମୈଦାନକୁ ଓହ୍ଲାଇବେ ପାୟଲ ଘୋଷ

ମୁମ୍ବାଇ,୨୬।୧୦: ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଫିଲ୍ମ ଅଭିନେତ୍ରୀ ପାୟଲ ଘୋଷ ତାଙ୍କ ଓକିଲଙ୍କ ସହ...

ମା’ବାପାଙ୍କୁ ଧମକ ଦେଇଥିଲେ କରୀନା: ଜାଣନ୍ତୁ କ’ଣ ପାଇଁ….

ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ କରୀନା କପୁର, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଯୋଡି। ଆଜି ଅର୍ଥାତ୍‌ ଅକ୍ଟୋବର ୧୬ ହେଉଛି ଏହି ଯୋଡିଙ୍କର...

କେବେ ବିବାହ କରିବେ ପ୍ରଭାସ, ନିଜେ ଦେଲେ ଉତ୍ତର

‘ବାହୁବଳୀ’ ଫେମ୍‌ ପ୍ରଭାସଙ୍କ ଲଭ୍‌ ଲାଇଫ୍‌ ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକ ବେଶ୍‌ ଆଗ୍ରହୀ। ପ୍ରଭାସ କେବେ ଏବଂ କାହାକୁ ବିବାହ କରିବେ ତାହା ଏବେ...

ପ୍ରଶଂସକଙ୍କୁ ମନ ଦେଇ ବସିଥିଲେ ଏହି ସୁପରଷ୍ଟାର୍‌

ଦକ୍ଷିଣର ସୁପରଷ୍ଟାର ବିଜୟ ଚନ୍ଦ୍ରଶେଖର ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ଏପର୍ଯ୍ୟନ୍ତ ଅନେକ ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ...

‘ଆରଆରଆର’ ଫେମ୍‌ ଷ୍ଟିଭେନ୍ସନଙ୍କ ପରଲୋକ

ମୁମ୍ବାଇ: ନିର୍ଦ୍ଦେଶକଗଏସ୍‌ ଏସ୍‌ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆରଆରଆର’ରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିବା ଇଂରେଜ ଅଭିନେତା ଷ୍ଟିଭେନ୍ସନଙ୍କ ଦେହାନ୍ତ ହୋଇଛି। ସେ ୫୮ବର୍ଷ ବୟସରେ...

ଏହି ଫିଲ୍ମର ଶୁଟିଂ ସମୟରେ ଗର୍ଭବତୀ ହୋଇଥିଲେ ହେମା, ବେବି ବମ୍ପ୍‌ ଲୁଚାଇବାକୁ କରିବାକୁ ପଡ଼ିଥିଲା ଏମିତି…

ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ଏବଂ ଅମିତାଭ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ‘ସତେ ପେ ସତ୍ତା’ କୁ ରିଲିଜ୍‌ ହେବା ଇତିମଧ୍ୟରେ ୩୯ ବର୍ଷ ହୋଇଯାଇଛି।...

Advertisement
Archives

Model This Week