କରୋନା ସମୟରେ ଗର୍ଭବତୀଙ୍କୁ ଟିପ୍ସ ଦେଲେ କରିନା

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନୁଷ୍କା ଶର୍ମା, କରିନା କପୁର ଖାଁ ତଥା ଆଉ କେତେଜଣ ଅଭିନେତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ହେଲେ ଏହାକୁ ନେଇ ସାମାନ୍ୟ ସାବଧାନତା ଜରୁରୀ ବୋଲି କହିଛନ୍ତି କରିନା । ଏବେ କରିନା ଦ୍ୱିତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି । ଆଉ ଏହି ସମୟରେ ଯେଉଁ ମହିଳାମାନେ ଗର୍ଭଧାରଣ କରିଛନ୍ତି ସେମାନଙ୍କ ପାଇଁ ସେ କିଛି ଟିପ୍ସ ଦେଇଛନ୍ତି । କରିନା କହିଛନ୍ତି ଗର୍ଭବତୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଖାଦ୍ୟ । ତେଣୁ ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ କିନ୍ତୁ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ବେଳେବେଳେ କୁହାଯାଏ ଯେ ଗର୍ଭବତୀମାନେ ଯାହା ଇଚ୍ଛା କରନ୍ତି ତାହା ଖାଇପାରିବେ । ହେଲେ ଭିଟାମିନ୍ସ ଯୁକ୍ତ ଖାଦ୍ୟ ଏହି ସମୟରେ ଜରୁରୀ । ଏହାସହ କ୍ଷୀର, ଘିଅ ଓ ଦହିକୁ ନିଜ ଡାଏଟରେ ଗର୍ଭବତୀମାନେ ସାମିଲ କରନ୍ତୁ ଓ ଘରେ ପ୍ରସ୍ତୁତ ସ୍ୱାସ୍ଥ୍ୟପକ୍ଷେ ହିତକର ଖାଦ୍ୟ ଖାଆନ୍ତୁ । ଏବେ କରୋନା ସଂକ୍ରମଣ ଚାଲୁଥିବାରୁ ଏହା ଉଭୟ ମା’ ଓ ଗର୍ଭସ୍ଥ ସନ୍ତାନ ପାଇଁ କ୍ଷତିକାରକ । ତେଣୁ ଯେତେ ସମ୍ଭବ ବାହାରକୁ ଯାଆନ୍ତୁ ନାହିଁ । ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ବାହରକୁ ନ ଯାଇ ବି ସାଧାରଣ ଜୀବନ ଓ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି କରିନା ।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କୁ ପ୍ରଶଂସାରେ ପୋତି ପକାଇଲେ କରିନା

ମୁମ୍ବାଇ: ବଲିଉଡ୍‌ରେ ଆଗଧାଡିର ନାୟିକାଙ୍କ ଭିତରେ ଏବେ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ । ଆଲିଆଙ୍କ ଅଭିନୀତ ମଚ ଆୱେଟେଡ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର...

ଜୁଲାଇ ୯ରେ ପଡ଼ିବ ହାତଗଣ୍ଠି

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ସଂଗ୍ରାମ ସିଂ ଏବଂ ପାୟଲ ରୋହତଗୀ ହାତକୁ ଦୁଇ ହାତ ହେବେ। ବାର ବର୍ଷ ଧରି ପରସ୍ପରକୁ ଡେଟ୍‌...

ଅଡ଼ୁଆରେ ଏକତା କପୁରଙ୍କ ବାଲାଜୀ ଫିଲ୍ମସ୍‌: ବର୍ସୋବା ଥାନାରେ ଏତଲା ଦେଲେ ସୁନିଲ ସେଟ୍ଟୀ

ବମ୍ବେ: ଅଡ଼ୁଆରେ ବାଲାଜୀ ଫିଲ୍ମସ୍‌। ଏକତା କପୁରଙ୍କ ଏହି କମ୍ପାନୀ ନାଁରେ ବର୍ସୋବା ଥାନାରେ ଏତଲା ଦେଇଛନ୍ତି ଅଭିନେତା ସୁନିଲ ସେଟ୍ଟୀ। ତାଙ୍କୁ ନଜଣାଇ ତାଙ୍କର...

ଗ୍ଲାମରସ୍ ଲୁକରେ ଅଲାୟା

ମୁମ୍ବାଇ: ବଲିଉଡର ନାଁକରା ଅଭିନେତା କବିର ବେଦୀଙ୍କ ନାତୁଣୀ ଅଲାୟା ଫର୍ଣ୍ଣିଚରୱାଲା ବହୁତ ଅଧିକ ଷ୍ଟାଇଲିସ୍ । ଆଟ୍ରାକ୍ଟିଭ୍ ଆଉଟ୍‌ଫିଟ୍‌ରେ ଅଧିକାଂଶ ସମୟରେ ସେ ତାଙ୍କର...

ଦୀପିକାଙ୍କ ସୋସିଆଲ ମିଡିଆରୁ ସବୁ ପୋଷ୍ଟ ଗାଏବ

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆବର୍ଷ ସ୍ବାମୀ ରଣବୀରଙ୍କ ସହ ଜୟପୁରରେ ପାଳନ କରୁଛନ୍ତି। ନୂଆ ବର୍ଷ ୨୦୨୧ ଆରମ୍ଭ ପୂର୍ବରୁ ଦୀପିକା ପାଦୁକୋନଙ୍କ ସୋସିଆଲ...

ମା’ ହେଲେ ଏହି ଲୋକପ୍ରିୟ ଗାୟିକା

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ...

ଲଣ୍ଡନ ଯାତ୍ରାରୁ ଫିଲ୍ମ ନିର୍ଦ୍ଦେଶକ : ଇଚ୍ଛା ନ ଥିଲେ ବି ଏମିତି ବଦଳିଥିଲା ଭାଗ୍ୟ

ଦାଦା ସାହେବ ଫାଲକେଙ୍କ ପରେ ଭାରତୀୟ ସିନେମାରେ ସବୁଠାରୁ ବଡ ନାମ ସତ୍ୟଜିତ ରାୟଙ୍କର । କୁହାଯାଏ ଯଦି ସେ ନ ଥାନ୍ତେ, ନା ହିନ୍ଦୀ...

ପନ୍ତଙ୍କୁ ଉର୍ବଶୀ କହି ନ ଥିଲେ ‘ସରି’; ସିଧା ସିଧା ମନା କଲେ…

ବମ୍ବେ: କାଲି କହିଲେ ସରି, ହେଲେ ଆଜି କହିଲେ ମୁଁ କହିନି। ଆମେ କହୁଛୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ବିଷୟରେ। ସେ ଏକ ସାକ୍ଷାତକାରରେ...

Advertisement
Archives

Model This Week