କରୋନା ସମୟରେ ଗର୍ଭବତୀଙ୍କୁ ଟିପ୍ସ ଦେଲେ କରିନା

ମୁମ୍ବାଇ: କରୋନା ମହାମାରୀ ସମୟରେ ଅନୁଷ୍କା ଶର୍ମା, କରିନା କପୁର ଖାଁ ତଥା ଆଉ କେତେଜଣ ଅଭିନେତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ହେଲେ ଏହାକୁ ନେଇ ସାମାନ୍ୟ ସାବଧାନତା ଜରୁରୀ ବୋଲି କହିଛନ୍ତି କରିନା । ଏବେ କରିନା ଦ୍ୱିତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି । ଆଉ ଏହି ସମୟରେ ଯେଉଁ ମହିଳାମାନେ ଗର୍ଭଧାରଣ କରିଛନ୍ତି ସେମାନଙ୍କ ପାଇଁ ସେ କିଛି ଟିପ୍ସ ଦେଇଛନ୍ତି । କରିନା କହିଛନ୍ତି ଗର୍ଭବତୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଖାଦ୍ୟ । ତେଣୁ ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ କିନ୍ତୁ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ବେଳେବେଳେ କୁହାଯାଏ ଯେ ଗର୍ଭବତୀମାନେ ଯାହା ଇଚ୍ଛା କରନ୍ତି ତାହା ଖାଇପାରିବେ । ହେଲେ ଭିଟାମିନ୍ସ ଯୁକ୍ତ ଖାଦ୍ୟ ଏହି ସମୟରେ ଜରୁରୀ । ଏହାସହ କ୍ଷୀର, ଘିଅ ଓ ଦହିକୁ ନିଜ ଡାଏଟରେ ଗର୍ଭବତୀମାନେ ସାମିଲ କରନ୍ତୁ ଓ ଘରେ ପ୍ରସ୍ତୁତ ସ୍ୱାସ୍ଥ୍ୟପକ୍ଷେ ହିତକର ଖାଦ୍ୟ ଖାଆନ୍ତୁ । ଏବେ କରୋନା ସଂକ୍ରମଣ ଚାଲୁଥିବାରୁ ଏହା ଉଭୟ ମା’ ଓ ଗର୍ଭସ୍ଥ ସନ୍ତାନ ପାଇଁ କ୍ଷତିକାରକ । ତେଣୁ ଯେତେ ସମ୍ଭବ ବାହାରକୁ ଯାଆନ୍ତୁ ନାହିଁ । ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ବାହରକୁ ନ ଯାଇ ବି ସାଧାରଣ ଜୀବନ ଓ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି କରିନା ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାୟତ୍ତ ଶାସନ ଦିବସ: ସଶକ୍ତ ନଗର ଶାସନ, ସମୃଦ୍ଧ ଓଡ଼ିଶାର ସଂକଳ୍ପ

ସ୍ବାୟତ୍ତ ଶାସନ ଦିବସ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ସେହି ମୌଳିକ ଆଦର୍ଶକୁ ପୁନର୍ଜୀବିତ କରିବାର ଏକ ମହାର୍ଘ୍ୟ ଅବସର, ଯେଉଁଠି ଶାସନ କ୍ଷମତାର କେନ୍ଦ୍ରବିନ୍ଦୁ ଲୋକସେବା ବନ୍ଦ…

NEET ପରୀକ୍ଷା ଦେବା ପାଇଁ ମଦ୍ୟପାନ କରି ଆସି ସିଟରେ ବସିଗଲେ ପ୍ରାର୍ଥୀ, ହେଲେ କିପରି? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩୧।୮: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ NEET-PG ପରୀକ୍ଷା ଦେଉଥିବା ପ୍ରାର୍ଥୀ ମହମ୍ମଦ ରିଜୱାନ ମଦ୍ୟପାନ କରି ପରୀକ୍ଷାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି…

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri