ପଦାରେ ପଡ଼ିଲା କାର୍ତ୍ତିକ-କରନଙ୍କ ସମ୍ପର୍କ

ମୁମ୍ବାଇ,୧୭।୪: ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ଓ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଛି। ଦୁଇଜଣଙ୍କ ଭିତରେ ଥିବା ତିକ୍ତତା ଏବେ ପଦାରେ ପଡ଼ିଛି। ଫିଲ୍ମରୁ କାର୍ତ୍ତିକଙ୍କୁ ବାହାର କରିବା ପରେ କରନ ଏବେ ସୋସିଆଲ ମିଡିଆରେ ତାଙ୍କଠାରୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, କରନଙ୍କ ଧର୍ମା ପ୍ରଡକ୍ସନର ଅପ୍‌ କମିଂ ଫିଲ୍ମ ଦୋସ୍ତାନା-୨ର ପ୍ରଜୋକ୍ଟରୁ କାର୍ତ୍ତିକଙ୍କୁ କରନ ବାହାର କରିଦେଇଛନ୍ତି। କେବଳ ସେତିକି ନୁହେଁ ନିଜ ପ୍ରୋଜେକ୍ଟରୁ ବାହାର କରିବା ପରେ କରନ ଏବେ ତାଙ୍କୁ ଇନ୍‌ଷ୍ଟାଗ୍ରାମରେ ବି ଅନଫଲୋ କରିଥିବା ଦେଖିବାକୁ ମିଳିଛି। ହେଲେ କାର୍ତ୍ତିକ ଏବେ ବି କରନଙ୍କ ଫଲୋ କରୁଛନ୍ତି। ସୂଚନା ମୁତାବକ ଫିଲ୍ମ ଦୋସ୍ତାନା-୨ପାଇଁ କାର୍ତ୍ତିକ ୨୦ ଦିନର ଶୁଟିଂ କରିଥିଲେ। ହେଲେ ଫିଲ୍ମର ସେକେଣ୍ଡ ପାର୍ଟର ସ୍କ୍ରିପ୍ଟ ତାଙ୍କୁ ପସନ୍ଦ ଆସି ନ ଥିବାରୁ ସେ ପ୍ରୋଜେକ୍ଟରୁ ଓହରିଯାଇଥିଲେ। ଏହାପରେ କରନ କାର୍ତ୍ତିକଙ୍କୁ ପିଲ୍ମରେ ରିପ୍ଲେସ୍‌ କରିଦେଇଥିବା ଖବର ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଙ୍କ ଜନ୍ମଦିନରେ ସ୍ବାମୀ ରାଜ ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଆଜି ୪୪ତମ ଜନ୍ମଦିନ। ଏହି ଅବସରରେ ତାଙ୍କ ନିକଟକୁ ପରିବାର, ଶୁଭେଚ୍ଛୁ ତଥା କଳାକାର ବନ୍ଧୁମାନଙ୍କ ନିକଟରୁ ଶୁଭେଚ୍ଛାର...

ଟେଲର ଦୋକାନ ଖୋଲି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ

ମୁମ୍ବାଇ,୧୬।୧: : ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ।...

ସଲମାନଙ୍କୁ ରେମୋଙ୍କ ସ୍ତ୍ରୀ କହିଲେ ‘ଥ୍ୟାଙ୍କ୍‌ ୟୁ ଭାଇ, ଆପଣ ଜଣେ ଦୂତ’

ବମ୍ବେ: ଜଣାଶୁଣା କୋରିଓଗ୍ରାଫର ତଥା ନୃତ୍ୟଶିଳ୍ପୀ ରେମୋ ଡିସୁଜା ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାକୁ...

ସ୍ତ୍ରୀ ହେବ ତ ଏମିତି

ସୋନମ୍‌ କପୁରଙ୍କ ଆଇଡିଆକୁ ମାନିବାକୁ ପଡ଼ିବ। କେଉଁଠି କେମିତି କଥା କହିଲେ ତାହା ପର୍ସନାଲିଟିକୁ ଆହୁରି ଲୋକପ୍ରିୟ କରାଇବ ତାହାର କାଇଦା ତାଙ୍କୁ ଭଲ ଭାବେ...

ବିବାହରେ ନାଚିବା ପାଇଁ ଏତିକି ଟଙ୍କା ଫି’ ନିଅନ୍ତି ବଲିଉଡ୍‌ ସେଲିବ୍ରିଟି

ନିକଟରେ ଅଭିନେତା ସଲମାନ ଖାନ ନେତା ପ୍ରଫୁଲ୍ଲ ପଟେଲଙ୍କ ପୁଅ ପ୍ରଜୟ ପଟେଲଙ୍କ ବିବାହରେ ପହଞ୍ଚିଥିଲେ। ଏବେ ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ...

ଦୀପିକାଙ୍କଠାରୁ ଟାଇମ୍‌ ମ୍ୟାନେଜ୍‌ମେଣ୍ଟ ଶିଖୁଛନ୍ତି ରଣବୀର୍‌

ଅଭିନେତା ରଣବୀର ସିଂ ଏବଂ ଦୀପିକା ପାଦୁକୋନ୍‌ ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଅନ୍ୟତମ। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ୍‌। ନିଜ...

‘ବାହୁବଳୀ ୨’କୁ ପଛରେ ପକାଇଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ଜରିଆରେ ବଡ ପରଦାରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପଠାନ’...

ପ୍ରେମରେ ମିଳିଥିଲା ଧୋକା: କାନ୍ଦି ବି ନିଜକୁ ସମ୍ଭାଳିଥିଲେ ସଲମାନ

ମୁମ୍ବାଇ,୨୭।୧୨: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାଁ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ଡିସେମ୍ବର ୨୭ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଫିଲ୍ମ...

Advertisement
Archives

Model This Week