ବଦଳିବ କପିଳାସ ଜୁ’ କଳେବର

ଢେଙ୍କାନାଳ ଅଫିସ, ୩୦।୬: ଖୁବ୍‌ଶୀଘ୍ର ବଦଳିବ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ପ୍ରାଣୀ ଉଦ୍ୟାନ ତଥା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ଥିବା କପିଳାସ ଜୁ’ର କଳେବର। ଏହି କାର୍ଯ୍ୟରେ ଆନୁମାନିକ ୩ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପ୍ରସ୍ତୁତ କରାଯାଉଛି ମାଷ୍ଟର ପ୍ଲାନ୍‌।
ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ନିର୍ମାଣ ହେବା ପରେ କପିଳାସ ପ୍ରାଣୀ ଉଦ୍ୟାନର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଆଗାମୀ ଦିନରେ ଏଠାକୁ ନୂଆ ଜୀବଜନ୍ତୁ ଅଣାଯିବାକୁ ଯୋଜନା ରହିଛି। ତେଣୁ ଏହାର ପରିସରକୁ ବ୍ୟବସ୍ଥିତ କରାଯିବା ଜରୁରୀ ହୋଇପଡ଼ିଛି। ଏବେ ଜୁ’ ପରିସରରେ ୩ଟି ନୂଆ ଏନ୍‌କ୍ଲୋଜର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରାଣୀ ଉଦ୍ୟାନ ପରିସରରେ କେସିଙ୍ଗା, କୃଷ୍ଣସାର ଭଳି ୬ ପ୍ରଜାତିର ହରିଣ ରଖାଯିବା ବ୍ୟବସ୍ଥା କରାଯାଉଛି। ଏଥିସହ ତୃଣଭୋଜି ପ୍ରାଣୀ ଗୁରାଣ୍ଡି ମଧ୍ୟ ଅଣାଯିବ। ଏବେ ଜୁ’ରେ ୧୬୦ ହରିଣ ଥିବାବେଳେ ଏମାନଙ୍କ ସଂଖ୍ୟା ହ୍ରାସ କରାଯିବ। ମୋଟ ୩୦ ହରିଣକୁ ବାଦ୍‌ ଦେଇ ଅନ୍ୟମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ। ଏଥିଲାଗି ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ାଯାଇଥିବାବେଳେ ସ୍ବୀକୃତିକୁ ଅପେକ୍ଷା କରିଛି ବନ ବିଭାଗ। ସେହିପରି କଲରା ପତରିଆ ବାଘ ଆଣିବା ପାଇଁ ପ୍ରସ୍ତାବ ରହିଥିବାରୁ ପୂର୍ବପ୍ରସ୍ତୁତି ସ୍ବରୂପ ଏକ ବଡ କେଜ୍‌ ନିର୍ମାଣ କରାଯାଉଛି। ସରୀସୃପ ସରଣୀରେ ସ୍ବତନ୍ତ୍ର କାଚ ଆବଦ୍ଧ କେଜ୍‌ରେ ଅହିରାଜ ରହିବେ। ଏଥିଲାଗି ଯୋଜନାବଦ୍ଧ ଭାବେ କାମ ଆଗେଇ ଚାଲିଛି।
ସୂଚନାଯୋଗ୍ୟ, ୧୯୭୯ ଜାନୁୟାରୀ ୨୬ରେ ଡିଅରପାର୍କରୁ ଆରମ୍ଭ ହୋଇଥିଲା କପିଳାସ ଜୁ’ ଇତିହାସ। କପିଳାସ ପାହାଡ ପାଦ ଦେଶରେ ୨୬.୬୪ ହେକ୍ଟର ଜାଗାରେ ଅବସ୍ଥିତ ଏହି ଡିୟର ପାର୍କକୁ ୧୯୮୬ ଏପ୍ରିଲ୍‌ ୪ରେ ରାଜ୍ୟ ସରକାର ମିନି ଜୁ’ର ମାନ୍ୟତା ଦେଇଥିଲେ। ଏହାପରେ ୧୯୯୫ ଏପ୍ରିଲ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ପ୍ରାଣୀ ଉଦ୍ୟାନର ମାନ୍ୟତା ମିଳିଥିଲା। ଏବେ ଏଠାରେ ଅହିରାଜ, ଅଜଗର, ହାତୀ, କୁମ୍ଭୀର, ଭାଲୁ, ଶମ୍ବର, ବିଭିନ୍ନ ପ୍ରଜାତିର ହରିଣ, ମିଥୁନ ଗାଈ, ବିଭିନ୍ନ ପ୍ରକାର ପକ୍ଷୀ ସମେତ ମୋଟ ୧୯ ପ୍ରଜାତିର ପ୍ରାଣୀ ରହୁଛନ୍ତି। ହାତୀ ଛୁଆଙ୍କୁ ଉଦ୍ଧାର କରି ନୂଆ ଜୀବନ ଦେବା ଲାଗି କାର୍ଯ୍ୟକ୍ଷମ ହୋଇଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ୮ ହାତୀ ଅଛନ୍ତି। ଦନ୍ତାହାତୀ ‘ରାକେଶ’କୁ ସ୍ବତନ୍ତ୍ର ଏନକ୍ଲୋଜରରେ ରଖାଯାଇଛି। ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ବୋଟିଂ, ଦୋଳି, ମିନି ପାର୍କ ରହିଛି ା
କପିଳାସ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଉଥିବା ପର୍ଯ୍ୟଟକଙ୍କୁ ମଧୁର ଅନୁଭୂତି ପ୍ରଦାନ କରିବାକୁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଉଛି। ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଜୁ’ର ଉନ୍ନତୀକରଣ କରାଯିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri