କୃଷକଙ୍କ ପାଇଁ ଆଗେଇ ଆସିଲେ କପିଲ ଶର୍ମା

ନୂଆଦିଲ୍ଲୀ,୨୯।୧୧: ଦେଶରେ ଚାଷୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ପଞ୍ଜାବ ଏବଂ ହରିୟାଣାର ଲକ୍ଷ ଲକ୍ଷ ଚାଷୀ ନିଜ ହକ୍‌ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ଥାକୁ ଓହ୍ଲାଇଛନ୍ତି। ବହୁ ସେଲିବ୍ରିଟି ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏଥିରେ ସାମିଲ ଅଛନ୍ତି କମେଡି କିଙ୍ଗ୍‌ କପିଲ ଶର୍ମା। ସେ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଚାଷୀଙ୍କ ପ୍ରସଙ୍ଗକୁ ରାଜନୀତି କରଣ କରିବା ଠିକ ନୁହେଁ। ଚାଷୀଙ୍କ ସହ କେନ୍ଦ୍ର ସରକାର କଥା ହେବା ଦରକାର।ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ। ପ୍ରସଙ୍ଗ ଯାହା ବି ହୋଇଥାଉ ନା କାହିଁକି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆମେ ସମସ୍ତେ ଦେଶବାସୀ ଚାଷୀଙ୍କ ସହିତ ରହିଛୁ। ସେମାନେ ଆମ ଅନ୍ନଦାତା ବୋଲି କପିଲ କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତ ସେପ୍ଟେମ୍ବର ମାସରେ ୩ଟି କୃଷି ବିଲକୁ ଆଇନରେ ପରିଣତ କରିଛନ୍ତି। ସରକାରଙ୍କ ଏହି ଆଇନକୁ ବିରୋଧ କରି ହରିଆଣା ସିଂଘୁ ସୀମାରେ ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେବେ କପିଲ, ସ୍ତ୍ରୀ ଗିନ୍ନିଙ୍କ ସହ ‘ବେବିମୁନ୍‌’ରେ ଗଲେ କାନାଡ଼ା

ମୁମ୍ବାଇ: ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି କମେଡିକିଙ୍ଗ କପିଲ ଶର୍ମା। ଗତ କିଛି ଦିନ ଧରି ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ନିଜେ କପିଲ...

୪୮ ବର୍ଷରେ ନମ୍ରତା: ୪ ବର୍ଷ ଡେଟିଂ ପରେ ଧରି ଥିଲେ ମହେଶ ବାବୁଙ୍କ ହାତ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ରେ...

ବ୍ୟାୟାମ କରିବାକୁ ବାହାରି ଟ୍ରୋଲ୍‌ ହେଲେ ମଲ୍ଲିକା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ବଲିଉଡ୍‌ ଷ୍ଟାରମାନେ ସାଧାରଣ ଲୋକଙ୍କ ପରି ଘରେ ସମୟ ବିତାଉଥିଲେ। ଯଦିଓ ଦେଶରୁ କରୋନା ହଟିନାହିଁ ତଥାପି ସରକାର ଲକ୍‌ଡାଉନ୍‌...

ବଲିଉଡ୍ ଅନାରକଲି ମଧୁବାଳାଙ୍କ ରୂପେ ନଜର ଆସିବେ ଉର୍ବଶୀ

ମୁମ୍ବାଇ: ବଲିଉଡ୍ ନାୟିକା ଭାବେ ଯଦି କାହାର ରୂପର ପ୍ରଶଂସା କରାଯାଏ ତେବେ ସେ ହେଉଛନ୍ତି ବଲିଉଡ୍ ଅନାରକଲି ବା ବଲିଉଡ୍‌ର ମର୍ଲିନ ମୁନରୋ କୁହାଯାଉଥିବା...

ସ୍ବାମୀଙ୍କ ସହ ପ୍ରଥମ କର୍‌ଓ୍ବାଚୌଥ୍‌ ପାଳିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୪ା୧୧: ଆଜି (ନଭେମ୍ବର ୪) ସାରା ଦେଶରେ ପାଳନ କରାଯାଉଛି କର୍‌ଓ୍ବାଚୌଥ୍‌। କରୋନା ଯୋଗୁ ଏହି ମାହୋଲ ସୋସିଆଲ ମିଡିଆରେ ଅଧିକ ଦେଖିବାକୁ ମିଳୁଛି। କର୍‌ଓ୍ବାଚୌଥ୍‌...

କେଆର୍‌କେଙ୍କ ସର୍ଭେ: ଆସିମ୍‌ ଜିତିବେ ବିଗ୍‌ବସ୍‌ !

ବମ୍ବେ: ଆଉ ଚାରିଦିନ ପରେ ଶେଷ ହେବ ବିଗ୍‌ବସ୍‌ ସିଜିନ-୧୩। ପ୍ରତିଯୋଗୀଙ୍କଠାରୁ ଆରମ୍ଭ କରି ଦର୍ଶକମାନଙ୍କ ମଧ୍ୟରେ ଏହାକୁ ନେଇ ଉତ୍କଣ୍ଠା। କିଏ ଜିତିବ ବିଗ୍‌ବସ...

ପରପାରିରେ ଭେଟେରାନ୍‌ କୋରିଓଗ୍ରାଫର ଭିରୁ ଦେବଗନ

ମୁମ୍ବାଇ,୨୭।୫: ବଲିଉଡ୍‌ ଦୁନିଆର ଭେଟେରାନ୍‌ ଆକ୍ସନ୍‌ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ...

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ...

Play 250+ Trending Games
Archives

Model This Week

Why Dharitri