Posted inଖେଳ

ବିସିସିଆଇ ନିଷ୍ପତ୍ତିକୁ କପିଳ ଦେବଙ୍କ ସମର୍ଥନ

ନୂଆଦିଲ୍ଲୀ,୧ା୩: ଘରୋଇ କ୍ରିକେଟ ନ ଖେଳିଲେ ଖେଳାଳିଙ୍କୁ ଜାତୀୟ ଦଳ ଚୟନ ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନେଇଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ନିକଟରେ ବିସିସିଆଇ ନିର୍ଦ୍ଦେଶ ନ ମାନି ଘରୋଇ କ୍ରିକେଟ ଖେଳି ନ ଥିଲେ ଶ୍ରେୟସ୍‌ ଆୟର ଓ ଇଶାନ କିଶନ। ଉଭୟ ଖେଳାଳିଙ୍କୁ ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଥିଲା। ଏହାକୁ ନେଇ ଇର୍ଫାନ୍‌ ପଠାନ ଓ କୀର୍ତ୍ତି ଆଜାଦଙ୍କ ଭଳି ଖେଳାଳି ଭିନ୍ନ ମତ ରଖିଥିଲେ। ତେବେ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ କପିଳ ଦେବ। ଘରୋଇ କ୍ରିକେଟକୁ ପ୍ରାଧାନ୍ୟ ଦେବା ଏକ ଜରୁରୀ ନିଷ୍ପତ୍ତି। ବିସିସିଆଇର ଏହି ନିଷ୍ପତ୍ତି କିଛି ଖେଳାଳିଙ୍କ ପାଇଁ ହୁଏତ କଷ୍ଟଦାୟକ ହୋଇପାରେ ମାତ୍ର ରଣଜୀ ଟ୍ରଫି ପରି ଟୁର୍ନାମେଣ୍ଟ ପାଇଁ ଏହା ଲାଭଦାୟକ ହେବ।

କପିଳ ଦେବ କୌଣସି ଖେଳାଳିଙ୍କ ନାମ ନେଇ ନ ଥିଲେ ମଧ୍ୟ ଇଶାନ ଓ ଶ୍ରେୟସଙ୍କ ଆଡକୁ ଇସାରା କରିଥିଲେ। କିଛି ଖେଳାଳି ଅସୁବିଧାରେ ପଡିବେ ମାତ୍ର ଦେଶର ସ୍ବାର୍ଥ ଆଗରେ ଏହାର କୌଣସି ମୂଲ୍ୟ ନାହିଁ। ଦେଶର ସ୍ବାର୍ଥକୁ ପ୍ରାଥମିକତା ଦେଇଥିବାରୁ ମୁଁ ବିସିସିଆଇକୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ସେ କହିଥିଲେ। ଆଜି କାଲି ଜଣେ ଖେଳାଳି ନିଜକୁ ଅନ୍ତର୍ଜାତୀୟ କ୍ରିକେଟର ଭାବରେ ପ୍ରତିଷ୍ଠିତ କରିବା ପରେ ଆଉ ଘରୋଇ କ୍ରିକେଟ ଖେଳୁନାହାନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନିକଟରେ ବିସିସିଆଇ ପକ୍ଷରୁ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ପ୍ରକାଶ ପାଇଥିଲା। ଏହି ତାଲିକାରୁ ଇଶାନ୍‌ କିଶନ ଓ ଶ୍ରେୟସ ଆୟରଙ୍କୁ ବାଦ୍‌ ଦିଆଯାଇଥିଲା।

୨୫ ବର୍ଷୀୟ କିଶନ ବ୍ୟକ୍ତିଗତ କାରଣ ଦର୍ଶାଇ ଦକ୍ଷିଣ ଆଫ୍ରିକା ଗସ୍ତରୁ ଓହରି ଯାଇଥିଲେ। ଏପରିକି ଇଂଲଣ୍ଡ ଟେଷ୍ଟ ସିରିଜରେ ମଧ୍ୟ ସେ ସମାନ କାରଣ ଦର୍ଶାଇ ଖେଳି ନ ଥିଲେ। ତେବେ ମାସେ ପରେ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ସେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ବିସିସିଆଇ ଏଥିରେ ଖପ୍ପା ହେବା ସହ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଥିଲା। ସମାନ ଢଙ୍ଗରେ ଶ୍ରେୟସ୍‌ ଆୟରଙ୍କୁ ଇଂଲଣ୍ଡ ସିରିଜ ଅଧାରୁ ଭାରତୀୟ ଦଳରୁ ରିଲିଜ କରାଯାଇଥିଲା। ତାଙ୍କୁ ରଣଜୀ ଟ୍ରଫି ଖେଳିବା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ମୁମ୍ବାଇର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳି ନ ଥିଲେ। ତେବେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ପଡିବା ପରେ ତୁରନ୍ତ ମୁମ୍ବାଇ ପକ୍ଷରୁ ରଣଜୀ ଟ୍ରଫି ସେମି ଖେଳିବାର ନିଷ୍ପତ୍ତି ନେଇଥିଲେ ଆୟର। ଅନ୍ତର୍ଜାତୀୟ କ୍ରିକେଟରମାନେ ସର୍ବଦା ଘରୋଇ କ୍ରିକେଟ ଖେଳିବା ଉଚିତ। ଏହା ଦ୍ୱାରା ସେମାନେ ଯୁବ ଖେଳାଳିମାନଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇପାରିବେ। ତେଣୁ ବିସିସିଆଇ ପକ୍ଷରୁ ଦିଆଯାଇଥିବା ଏହି ମେସେଜ୍‌କୁ ମୁଁ ପସନ୍ଦ କରୁଛି।

ଜଣେ ଖେଳାଳିଙ୍କୁ ପ୍ରସ୍ତୁତ କରିବାରେ ରାଜ୍ୟ କ୍ରିକେଟ ଆସୋସିଏଶନ ମଧ୍ୟ ପରିଶ୍ରମ କରିଥାଏ। ଏହା ଶୁଝିବାର ମଉକା ଖେଳାଳିମାନେ ହରାଇବା ଅନୁଚିତ ବୋଲି କହିଛନ୍ତି କପିଳ। ପୂର୍ବତନ ଖେଳାଳିମାନଙ୍କ ପେନ୍‌ସନ ରାଶି ବୃଦ୍ଧି କରାଯାଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି କପିଳ। ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ପୁରୁଷ କ୍ରିକେଟରଙ୍କୁ ମାସିକ ୧୫ ହଜାର ପେନ୍‌ସନ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୩୦ ହଜାରକୁ ବୃଦ୍ଧି କରାଯାଇଛି। ସେହିପରି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ମାସିକ ୩୭ ହଜାର ୫୦୦ଟଙ୍କା ପେନ୍‌ସନ ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୬୦ ହଜାରକୁ ବୃଦ୍ଧି କରାଯାଇଛି। ମହିଳା ଅନ୍ତର୍ଜାତୀୟ ଖେଳାଳିମାନଙ୍କୁ ପୂର୍ବରୁ ୩୦ ହଜାର ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୫୨୫୦୦ ଟଙ୍କା କରାଯାଇଛି। ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିବା ମହିଳା ଖେଳାଳିଙ୍କୁ ୨୨୫୦୦ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ଏହାକୁ ୪୫ ହଜାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?