Posted inଜାତୀୟ

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ ସର୍ଭିସିଂ ପରେ କାରକୁ ବିଥୁର ପୋଲିସ ଷ୍ଟେଶନର ଅଫିସର କୌଶଳେନ୍ଦ୍ର ପ୍ରତାପ ସିଂଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ସର୍ଭିସ ସେଣ୍ଟର ପକ୍ଷରୁ କୁହାଯାଇଥିଲା।

ଉଲ୍ଲେଖଥାଉ କି, ଗତ ଜୁଲାଇରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଓ ତା ସାଥିଙ୍କ ଆକ୍ରମଣରେ ଆହତ ହୋଇଥିଲେ କୌଶଳେନ୍ଦ୍ର। ଏହି ଘଟଣାରେ ପ୍ରାଣ ହରାଇଥିଲେ ୮ ଜଣ ପୋଲିସ କର୍ମୀ। ସର୍ଭିସିଂ କରାଇବାକୁ ନେଇ ନ ଥିଲେ କୌଶଳେନ୍ଦ୍ର ଉକ୍ତ ଚୋରି ହୋଇଥିବା କାରକୁ ବ୍ୟବହାର କରିଥାନ୍ତେ। କାର ମାଲିକ ଓମେନ୍ଦ୍ର ସୋନିଙ୍କ କହିବା ଅନୁଯାୟୀ, ୨୦୧୮ ଡିସେମ୍ବର ୩୧ ତାରିଖରେ ବାରା ଅଞ୍ଚଳର ଏକ କାର ଓ୍ବାଶିଂ ସେଣ୍ଟରରୁ ଚୋରି ହୋଇଥିଲା ତାଙ୍କ ଓ୍ବାଗନର କାର। ଏ ନେଇ ବାରା ଥାନାରେ ଏଫ୍‌ଆଇଆର ମଧ୍ୟ ଦାୟର କରିଥିଲେ ହେଲେ କାର୍‌ ମିଳି ନ ଥିଲା।

 

ସର୍ଭିସିଂ ପରେ କାରର କଣ୍ଡିସନ ସମ୍ପର୍କରେ ଜାଣିବା ପାଇଁ କେଟିଏଲ ସର୍ଭିସ ସେଣ୍ଟର ପକ୍ଷରୁ ଗତ ବୁଧବାର ଓମେନ୍ଦ୍ରଙ୍କୁ ଫୋନ ଯାଇଥିଲା। ସବୁ କିଛି ଜାଣିବା ପରେ ଉକ୍ତ ପୋଲିସ କାହିଁକି କାରକୁ ଫେରାଇ ନ ଥିଲେ ବୋଲି ଅଭିଯୋଗ କରିଥିଲେ। ନିଜ ପତିକ୍ରିୟାରେ ସିଂ କହିଛନ୍ତି, କାରଟି ତାଙ୍କୁ ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା। ସୂଚନା ଥାଉକି, ଜବତ ହୋଇଥିବା ଯାନକୁ ପୋଲିସ ବ୍ୟବହାର କରିପାରିବ ନାହିଁ। ନିୟମ ଅନୁଯାୟୀ କାର ମିଳିବା ପରେ ବିଥୁର ପୋଲିସ ବାରା ଥାନାକୁ ଏ ସମ୍ପର୍କରେ ସୂଚନା ଦେଇଥାନ୍ତା। ତେବେ କାର ସମ୍ପର୍କରେ ବିଥୁର ପୋଲିସ କୌଣସି ପ୍ରକାର ସୂଚନା ଦେଇ ନ ଥିବା ବାରା ଥାନା ଅଧିକାରୀ କହିଛନ୍ତି। ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ସେପ୍ଟେମ୍ବର ଭିତରେ ଏହି ୩ ରାଶିଙ୍କର ହେବ ବଡ଼ ଚମତ୍କାର: କର୍କଟ ରାଶିରେ ପ୍ରବେଶ କରିବା ପୂର୍ବରୁ ନୂଆ ସୁଯୋଗ ଦେଇଯିବେ ମଙ୍ଗଳ

ଭୁବନେଶ୍ୱର: ବର୍ତ୍ତମାନ ମଙ୍ଗଳ ମିଥୁନ ରାଶିରେ ବିରାଜମାନ ଅଛନ୍ତି। ଖୁବଶୀଘ୍ର ମଙ୍ଗଳ ନିଜ ରାଶି ପରିବର୍ତ୍ତନ କରିବେ। ଜ୍ୟୋତିଷ ଗଣନା ଅନୁଯାୟୀ, ୧୮ ସେପ୍ଟେମ୍ବର ୨୦୨୬, ଶୁକ୍ରବାର…

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri