Posted inଜାତୀୟ

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ ସର୍ଭିସିଂ ପରେ କାରକୁ ବିଥୁର ପୋଲିସ ଷ୍ଟେଶନର ଅଫିସର କୌଶଳେନ୍ଦ୍ର ପ୍ରତାପ ସିଂଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ସର୍ଭିସ ସେଣ୍ଟର ପକ୍ଷରୁ କୁହାଯାଇଥିଲା।

ଉଲ୍ଲେଖଥାଉ କି, ଗତ ଜୁଲାଇରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଓ ତା ସାଥିଙ୍କ ଆକ୍ରମଣରେ ଆହତ ହୋଇଥିଲେ କୌଶଳେନ୍ଦ୍ର। ଏହି ଘଟଣାରେ ପ୍ରାଣ ହରାଇଥିଲେ ୮ ଜଣ ପୋଲିସ କର୍ମୀ। ସର୍ଭିସିଂ କରାଇବାକୁ ନେଇ ନ ଥିଲେ କୌଶଳେନ୍ଦ୍ର ଉକ୍ତ ଚୋରି ହୋଇଥିବା କାରକୁ ବ୍ୟବହାର କରିଥାନ୍ତେ। କାର ମାଲିକ ଓମେନ୍ଦ୍ର ସୋନିଙ୍କ କହିବା ଅନୁଯାୟୀ, ୨୦୧୮ ଡିସେମ୍ବର ୩୧ ତାରିଖରେ ବାରା ଅଞ୍ଚଳର ଏକ କାର ଓ୍ବାଶିଂ ସେଣ୍ଟରରୁ ଚୋରି ହୋଇଥିଲା ତାଙ୍କ ଓ୍ବାଗନର କାର। ଏ ନେଇ ବାରା ଥାନାରେ ଏଫ୍‌ଆଇଆର ମଧ୍ୟ ଦାୟର କରିଥିଲେ ହେଲେ କାର୍‌ ମିଳି ନ ଥିଲା।

 

ସର୍ଭିସିଂ ପରେ କାରର କଣ୍ଡିସନ ସମ୍ପର୍କରେ ଜାଣିବା ପାଇଁ କେଟିଏଲ ସର୍ଭିସ ସେଣ୍ଟର ପକ୍ଷରୁ ଗତ ବୁଧବାର ଓମେନ୍ଦ୍ରଙ୍କୁ ଫୋନ ଯାଇଥିଲା। ସବୁ କିଛି ଜାଣିବା ପରେ ଉକ୍ତ ପୋଲିସ କାହିଁକି କାରକୁ ଫେରାଇ ନ ଥିଲେ ବୋଲି ଅଭିଯୋଗ କରିଥିଲେ। ନିଜ ପତିକ୍ରିୟାରେ ସିଂ କହିଛନ୍ତି, କାରଟି ତାଙ୍କୁ ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା। ସୂଚନା ଥାଉକି, ଜବତ ହୋଇଥିବା ଯାନକୁ ପୋଲିସ ବ୍ୟବହାର କରିପାରିବ ନାହିଁ। ନିୟମ ଅନୁଯାୟୀ କାର ମିଳିବା ପରେ ବିଥୁର ପୋଲିସ ବାରା ଥାନାକୁ ଏ ସମ୍ପର୍କରେ ସୂଚନା ଦେଇଥାନ୍ତା। ତେବେ କାର ସମ୍ପର୍କରେ ବିଥୁର ପୋଲିସ କୌଣସି ପ୍ରକାର ସୂଚନା ଦେଇ ନ ଥିବା ବାରା ଥାନା ଅଧିକାରୀ କହିଛନ୍ତି। ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri