ମୁହଁ ଖୋଲିଲା ଆଞ୍ଚଳିକ ବିକାଶ ସମିତି

ଢେଙ୍କାନାଳ ଅଫିସ, ୨୩।୪ ଢେଙ୍କାନାଳ ପୌରାଞ୍ଚଳ ୧ନଂ. ଓ୍ବାର୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର ଅଞ୍ଚଳରେ ନିର୍ମିତ ଶ୍ମଶାନ, ପୋଖରୀ ଖନନ ଏବଂ ଜାଗା ମିଶନକୁ ନେଇ ଶୁକ୍ରବାର ସ୍ଥାନୀୟ ଆଞ୍ଚଳିକ ବିକାଶ ସମିତି କର୍ମକର୍ତ୍ତାମାନେ ମୁହଁ ଖୋଲିଛନ୍ତି। ସେମାନେ ଜାଗା ମିଶନ ପ୍ରକଳ୍ପ ଏବଂ ଏଥିପାଇଁ ନିର୍ମିତ କମ୍ୟୁନିଟି ସେଣ୍ଟରକୁ ତୀବ୍ର ବିରୋଧ କରିଛନ୍ତି। ସେହିପରି ଜିଲା ଖଣିଜ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶ୍ମଶାନକୁ ହସ୍ତାନ୍ତର କରିବା, ଶ୍ମଶାନରେ ଆଶ୍ରୟସ୍ଥଳ ସହିତ ମନ୍ଦିର ପାର୍ଶ୍ୱରେ ପାଚେରି ନିର୍ମାଣ ଏବଂ ପୋଖରୀ ଖନନ କାର୍ଯ୍ୟ ତୁରନ୍ତ ସାରିବା ଲାଗି ଦାବି କରିଛନ୍ତି।
ଶ୍ୟାମାଚରଣପୁର ଆଞ୍ଚଳିକ ବିକାଶ ସମିତି ସଭାପତି ଯୋଗୀନାଥ ମହାନ୍ତି, ସମ୍ପାଦକ ପ୍ରସନ୍ନ ସାହୁ, ସଦସ୍ୟ ପ୍ରଫେସର ରାମଚନ୍ଦ୍ର ଦାସ, ଡ. ଭବାନୀ ଶଙ୍କର ମିଶ୍ର, ବିରଞ୍ଚତ୍ ନାଥ, ସର୍ବେଶ୍ୱର ପତି, ସ୍ବର୍ଣ୍ଣଭାନୁ ଦାସ, ରବି ନନ୍ଦ, ଅରୁଣ ମହାନ୍ତି, ଶରତ ପଟ୍ଟନାୟକ ପ୍ରମୁଖ କହିଛନ୍ତି, ଶ୍ମଶାନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ହସ୍ତାନ୍ତର କରାଯାଉନାହିଁ। ଏହା ଅସାମାଜିକଙ୍କ ଆଡ୍ଡା ପାଲଟିଛି। ଜାଗା ମିଶନ କାର୍ଯ୍ୟକାରୀ କରିବା ନେଇ ପୌରସଂସ୍ଥା ପକ୍ଷରୁ କୌଣସି ଆଲୋଚନା କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଶ୍ମଶାନ ନିର୍ମାଣ କାର୍ଯ୍ୟ ସରିବା ପରେ ଏହାକୁ ଠିକ୍‌ ଭାବେ ଦୃଷ୍ଟି ଦିଆଯାଇ ପାରିନାହିଁ। ୭ଦିନ ମଧ୍ୟରେ ପରିଷ୍କାର କରାଯାଇ ଏହାକୁ ବ୍ୟବହାର ଉପଯୋଗୀ କରାଯିବ। ପୋଖରୀ କାର୍ଯ୍ୟ ଠିକ୍‌ ଭାବେ ହୋଇଛି କି ନାହିଁ ଦେଖିବା ପରେ ଠିକାଦାରଙ୍କ ପେମେଣ୍ଟ କରାଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳରେ ଜାଗା ମିଶନ କାର୍ଯ୍ୟକାରୀ କରାଯିବା ସହିତ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଛି। ଏଥିପାଇଁ ଡ୍ରୋନ୍‌ ସର୍ଭେ କରାଯାଇଥିଲା। ଅଞ୍ଚଳରେ ରହୁଥିବା ୨୦ରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କ ସମେତ ଅଞ୍ଚଳବାସୀ ଉକ୍ତ କମ୍ୟୁନିଟି ସେଣ୍ଟର ବ୍ୟବହାର କରିପାରିବେ। ଯଦି କିଛି ସମସ୍ୟା ରହିଥାଏ, ତେବେ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri