ମୁହଁ ଖୋଲିଲା ଆଞ୍ଚଳିକ ବିକାଶ ସମିତି

ଢେଙ୍କାନାଳ ଅଫିସ, ୨୩।୪ ଢେଙ୍କାନାଳ ପୌରାଞ୍ଚଳ ୧ନଂ. ଓ୍ବାର୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର ଅଞ୍ଚଳରେ ନିର୍ମିତ ଶ୍ମଶାନ, ପୋଖରୀ ଖନନ ଏବଂ ଜାଗା ମିଶନକୁ ନେଇ ଶୁକ୍ରବାର ସ୍ଥାନୀୟ ଆଞ୍ଚଳିକ ବିକାଶ ସମିତି କର୍ମକର୍ତ୍ତାମାନେ ମୁହଁ ଖୋଲିଛନ୍ତି। ସେମାନେ ଜାଗା ମିଶନ ପ୍ରକଳ୍ପ ଏବଂ ଏଥିପାଇଁ ନିର୍ମିତ କମ୍ୟୁନିଟି ସେଣ୍ଟରକୁ ତୀବ୍ର ବିରୋଧ କରିଛନ୍ତି। ସେହିପରି ଜିଲା ଖଣିଜ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶ୍ମଶାନକୁ ହସ୍ତାନ୍ତର କରିବା, ଶ୍ମଶାନରେ ଆଶ୍ରୟସ୍ଥଳ ସହିତ ମନ୍ଦିର ପାର୍ଶ୍ୱରେ ପାଚେରି ନିର୍ମାଣ ଏବଂ ପୋଖରୀ ଖନନ କାର୍ଯ୍ୟ ତୁରନ୍ତ ସାରିବା ଲାଗି ଦାବି କରିଛନ୍ତି।
ଶ୍ୟାମାଚରଣପୁର ଆଞ୍ଚଳିକ ବିକାଶ ସମିତି ସଭାପତି ଯୋଗୀନାଥ ମହାନ୍ତି, ସମ୍ପାଦକ ପ୍ରସନ୍ନ ସାହୁ, ସଦସ୍ୟ ପ୍ରଫେସର ରାମଚନ୍ଦ୍ର ଦାସ, ଡ. ଭବାନୀ ଶଙ୍କର ମିଶ୍ର, ବିରଞ୍ଚତ୍ ନାଥ, ସର୍ବେଶ୍ୱର ପତି, ସ୍ବର୍ଣ୍ଣଭାନୁ ଦାସ, ରବି ନନ୍ଦ, ଅରୁଣ ମହାନ୍ତି, ଶରତ ପଟ୍ଟନାୟକ ପ୍ରମୁଖ କହିଛନ୍ତି, ଶ୍ମଶାନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ହସ୍ତାନ୍ତର କରାଯାଉନାହିଁ। ଏହା ଅସାମାଜିକଙ୍କ ଆଡ୍ଡା ପାଲଟିଛି। ଜାଗା ମିଶନ କାର୍ଯ୍ୟକାରୀ କରିବା ନେଇ ପୌରସଂସ୍ଥା ପକ୍ଷରୁ କୌଣସି ଆଲୋଚନା କରାଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କୁହନ୍ତି, ଶ୍ମଶାନ ନିର୍ମାଣ କାର୍ଯ୍ୟ ସରିବା ପରେ ଏହାକୁ ଠିକ୍‌ ଭାବେ ଦୃଷ୍ଟି ଦିଆଯାଇ ପାରିନାହିଁ। ୭ଦିନ ମଧ୍ୟରେ ପରିଷ୍କାର କରାଯାଇ ଏହାକୁ ବ୍ୟବହାର ଉପଯୋଗୀ କରାଯିବ। ପୋଖରୀ କାର୍ଯ୍ୟ ଠିକ୍‌ ଭାବେ ହୋଇଛି କି ନାହିଁ ଦେଖିବା ପରେ ଠିକାଦାରଙ୍କ ପେମେଣ୍ଟ କରାଯିବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଉକ୍ତ ଅଞ୍ଚଳରେ ଜାଗା ମିଶନ କାର୍ଯ୍ୟକାରୀ କରାଯିବା ସହିତ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଛି। ଏଥିପାଇଁ ଡ୍ରୋନ୍‌ ସର୍ଭେ କରାଯାଇଥିଲା। ଅଞ୍ଚଳରେ ରହୁଥିବା ୨୦ରୁ ଊର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କ ସମେତ ଅଞ୍ଚଳବାସୀ ଉକ୍ତ କମ୍ୟୁନିଟି ସେଣ୍ଟର ବ୍ୟବହାର କରିପାରିବେ। ଯଦି କିଛି ସମସ୍ୟା ରହିଥାଏ, ତେବେ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri