Posted inଜାତୀୟ

କର୍ନାଟକ ନିର୍ବାଚନରେ ଗ୍ଲାମରର ତଡକା, ଷ୍ଟାର ପ୍ରଚାରକଙ୍କ ମଧ୍ୟରେ ରହିଛନ୍ତି କନ୍ନଡ କଳାକାର

ବେଙ୍ଗାଲୁରୁ,୬।୪: ପାଖେଇ ଆସୁଛି କର୍ନାଟକ ବିଧାନସଭା ନିର୍ବାଚନ। ଆଉ ମାତ୍ର ଗୋଟିଏ ମାସ ମଧ୍ୟରେ ହେବାକୁ ଯାଉଛି କର୍ନାଟକ ନିର୍ବାଚନ। ଏବେ ରାଜ୍ୟର ରାଜନୈତିକ ମାହୋଲ ହୋଇଛି ସରଗରମ। ଏହାରି ଭିତରେ କେତେଜଣ କନ୍ନଡ ଫିଲ୍ମ କଳାକାର ବିଧାନସଭା ନିର୍ବାଚନରେ ଚମକ ଓ ଗ୍ଲାମର ଯୋଡିବାକୁ ପ୍ରସ୍ତୁତ ହୋଇଗଲେଣି। ଜନତା ଫିଲ୍ମ କଳାକାରଙ୍କୁ ଅଧିକ ପସନ୍ଦ କରୁଥିବାରୁ ପ୍ରାୟ ସବୁ ରାଜନୈତିକ ଦଳ ଏମାନଙ୍କୁ ନିଜ ନିଜ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି।

ଲୋକପ୍ରିୟ ଷ୍ଟାର କିଚ୍ଚା ସୁଦିପ ବୁଧବାର ଏହି ଘୋଷଣା କରି କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ପାଇଁ ପ୍ରଚାର କରିବେ। ଏପଟେ ଫିଲ୍ମ ଦୁନିଆର ଆଉ ଜଣେ କଳାକାର ବି ନିର୍ବାଚନ ଲଢିପାରନ୍ତି ବୋଲି ଶୁଣିବାକୁ ମିଳିଛି।
କନ୍ନଡ ଫିଲ୍ମର ସୁପରଷ୍ଟାର କିଚ୍ଚା ସୁଦିପ ବହୁ ଦଳ ସହ ଜଡିତ ଥିବା ଶୁଣିବାକୁ ମିଳୁଥିଲା। ଚର୍ଚ୍ଚା ହେଉଥିଲା କି ସେ କଂଗ୍ରେସର ଷ୍ଟାର ପ୍ରଚାରକ ହୋଇପାରନ୍ତି। ଏମିତିକି ତାଙ୍କ ଫଟୋ ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ସହ ଦେଖିବାକୁ ମିଳିଥିଲା। ହେଲେ ଏହି ସୁପରଷ୍ଟାର ଭାଜପାରେ ସାମିଲ ହେବା କଥା କିଛିଦିନ ହେବ ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ସୁଦିପ ଭାଜପାର ଷ୍ଟାର ପ୍ରଚାରକ ହେବା କଥା ସ୍ପଷ୍ଟ କରିଥିଲେ। ସେ କହିଥିଲେ କି ମୁଁ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ସମର୍ଥନ କରିବାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri