ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଇନ୍‌ଷ୍ଟାଗ୍ରାମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ କଳାଧଳା ଫଟୋ ପୋଷ୍ଟ କରିଛନ୍ତି। ଉଭୟ କିମ୍ବଦନ୍ତୀ ମହିଳା କେବଳ ନିଜ ଦେଶରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଯେହେତୁ କଙ୍ଗନା ଫିଲ୍ମ ‘ଏମରଜେନ୍ସି’ ରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ତେଣୁ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଜଡ଼ିତ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି। ସମ୍ପ୍ରତି ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ହୋଇଛି, ଏହି ଦୁଇ ଶକ୍ତିଶାଳୀ ମହିଳାଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖି କଙ୍ଗନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଇନ୍ଦିରା ଗାନ୍ଧୀ ଏବଂ ରାଣୀ ଏଲିଜାବେଥ୍‌ଙ୍କ ଥ୍ରୋବ୍ୟାକ୍‌ ଫଟୋକୁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେୟାର କରିଛନ୍ତି। ଫଟୋରେ ଇନ୍ଦିରା ଗାନ୍ଧୀ ଏକ ଶାଢ଼ି ପିନ୍ଧିଥିବାବେଳେ ରାଣୀ ପୂର୍ବପରି ମୋତି ଏବଂ ପୋଷାକରେ ନଜର ଆସିଛନ୍ତି।

ଇନ୍ଦିରା ଗାନ୍ଧୀ ଏବଂ ରାଣୀ ଏଲିଜାବେଥଙ୍କ ଏହି କଳାଧଳା ଫଟୋ ନଭେମ୍ବର ୧୯୮୩ରେ ନିଆଯାଇଥିଲା। ରାଣୀ ସେତେବେଳେ ଭାରତ ଆସିଥିଲେ। ଏହି ଫଟୋ ଶେୟାର କରି ଲିଜି ଲେଖିଛନ୍ତି, ‘ଉଭୟ ମହାନ ମହିଳାଙ୍କୁ ମନେ ପକାଉଛନ୍ତି। ଶକ୍ତି, ସାହସ ଏବଂ ବିଶ୍ୱସ୍ତତା # କୁଇନ୍ସ। ଏହି ଫଟୋ ଶେୟାର କରି କଙ୍ଗନାଙ୍କୁ ଟ୍ୟାଗ କରାଯାଇଛି। ଏହାକୁ କଙ୍ଗନା ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଶେୟାର କରିଛନ୍ତି।

ଇନ୍ଦିରା ଗାନ୍ଧୀ ଦେଶର ଏକମାତ୍ର ମହିଳା, ଯିଏ କି ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଅଦମ୍ୟ ସାହସ ପାଇଁ ଏବେବି ସ୍ମରଣୀୟ। ସେ ଦୁଇଥର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଅକ୍ଟୋବର ୧୯୮୪ରେ ଇନ୍ଦିରାଙ୍କୁ ହତ୍ୟା କରାଯାଇଥିଲା। ରାଣୀ ଏଲିଜାବେଥ୍‌ ମଧ୍ୟ ୭୦ ବର୍ଷ ଧରି ଶାସନ ଗାଦିରେ ବସିଥିଲେ।

କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ସହିତ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରୁଛନ୍ତି ଏବଂ ଫିଲ୍ମଟି ନିଜେ ଲେଖିଛନ୍ତି। ଫିଲ୍ମର ସ୍କ୍ରିନ, ସ୍କ୍ରିପ ଏବଂ ସଂଳାପକୁ ରିତେଶ ଶାହା ଲେଖିଛନ୍ତି। ଏହି ଫିଲ୍ମ କଙ୍ଗନା ଇନ୍ଦିରା ଗାନ୍ଧୀ, ଅନୁପମ ଖେର ଜେ.ପି ନାରାୟଣ, ମହିମା ଚୌଧୁରୀ ପୁପୁଲ ଜେକର, ଶ୍ରେୟାସ ତାଲପଡେ ଅଟଳ ବିହାରୀ ବାଜପେୟୀ, ମିଲିନ୍ଦ ସୋମନ, ସାମ୍‌ ମାନେକଶା ଏବଂ ବିଶାକ ସଞ୍ଜୟ ଗାନ୍ଧୀ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲଗା ହେବେ ସୁସ୍ମିତାଙ୍କ ଭାଇଭାଉଜ!

ବମ୍ବେ: ଅଲଗା ହେବେ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ଭାଉଜ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍‌ରେ ହେବାରେ ଲାଗିଛି। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌...

ଏହି ଅଭିନେତାଙ୍କ ପୋଷାକ, ଜୋତାର ଯତ୍ନ ନେଉଥିଲେ ଭାଇଜାନ: ପରେ ଫିଲ୍ମରେ ହୋଇଥିଲା ଏଭଳି ପ୍ରବେଶ

ସଲମାନ ଖାନଙ୍କୁ ବଲିଉଡର ଭାଇଜାନ କୁହାଯାଏ। ପରଦାରେ ସେ କାହାକୁ ଭିଲେନ କହି ପାରନ୍ତି, ମାତ୍ର ପରଦା ପଛରେ ତଙ୍କର ସର୍ବୋତ୍ତମ ବନ୍ଧୁତା ରହିଛି। ଅଳ୍ପ...

ପରବିନ ବାବିଙ୍କ ଚରିତ୍ରରେ ନଜର ଆସିବେ ଏହି ସାଉଥ୍‌ ନାୟିକା

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ପ୍ରଥମ ଓ୍ବେବ ସିରିଜ୍‌ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଗଲେଣି। ୭୦ ଦଶକର ହିଟ୍‌ ନାୟିକା ପରବିନ ବାବିଙ୍କ...

ଛୋଟ ପରଦାରୁ ସଫଳ ରାଜନୈତିକ ଯାତ୍ରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ସ୍ମୃତି ଇରାନୀଙ୍କୁ ମଙ୍ଗଳବାର ୪୫ ବର୍ଷ ପୂରଣ ହୋଇଛି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ...

ହଲରେ ଭଙ୍ଗାରୁଜା କଲେ ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍‌

ହାଇଦ୍ରାବାଦ୍‌, ୯ା୪- ଦୁଇ ବର୍ଷର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଥିବା ସାଉଥ୍‌ର ପାଓ୍ବାରଷ୍ଟାର କୁହାଯାଉଥିବା ପଓ୍ବନ କଲ୍ୟାଣଙ୍କ ଫ୍ୟାନ୍ସ ତେଲାଙ୍ଗାନାର ଏକ ହଲରେ ବ୍ୟାପକ...

ଓଟିଟିରେ ରିଲିଜ୍‌ ହେବ ‘ଡକ୍ଟର ଷ୍ଟ୍ରେଞ୍ଜ୍‌’

ହଲିଉଡ୍‌ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ୍‌’: ମେଲ୍ଟିଭର୍ସ ଅଫ ମେଡନେସ’ ମେ’୬ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପାଇଁ ଫିଲ୍ମ ହଲ୍‌ରେ ଦର୍ଶକଙ୍କ ଭିଡ...

ମୌନୀଙ୍କ ପାଇଁ ଏମିତି ଲେଖିଲେ ସ୍ମୃତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ଦୁବାଇର ବ୍ୟବସାୟୀ ସରୋଜ ନାମ୍ବିୟାରଙ୍କୁ ଗୁରୁବାର ବିବାହ କରିଛନ୍ତି। ଦୁହେଁ ପ୍ରଥମେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ...

ହାତକୁ ଦି’ ହାତ ହେବେ ଆଲିଆ-ରଣବୀର

ମୁମ୍ବାଇ: ବିବାହ ଋତୁ ଆରମ୍ଭରୁ ବଲିଉଡ୍‌ର ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଚର୍ଚ୍ଚାରେ ଥିବା...

Advertisement
Archives

Model This Week